ପ୍ରମୂଖ ଖବର
  • ବିହାର ଭୋଟର ତାଲିକାରୁ କଟିପାରେ ୩୪ ଲକ୍ଷ ମତଦାତାଙ୍କ ନାଁ, କାରଣ କହିଲେ ନିର୍ବାଚନ ଆୟୋଗ
  • ||
  • ବିହାର ରାଜନୀତିରେ ବଡ଼ ଟ୍ବିଷ୍ଟ, ଖୁବଶୀଘ୍ର ନୂଆ ଦଳ ଘୋଷଣା କରିପାରନ୍ତି ତେଜ ପ୍ରତାପ ଯାଦବ
  • ||
  • ଜନ୍ମଦିନରେ ଛତିଶଗଡ଼ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପୁଅ ଗିରଫ; ଅବକାରୀ ଦୁର୍ନୀତି ମାମଲାରେ ବନ୍ଧିଲା ଇଡି
  • ||
  • ସକାଳେ ଗୁଳୁଗୁଳି, ଅପରାହ୍ନରେ ବର୍ଷା: ଭିଜିବ ଉପକୂଳରୁ ନେଇ ଆଭ୍ୟନ୍ତରୀଣ ଓଡ଼ିଶା, ୨୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
  • ||
  • FM କଲେଜରେ ପହଞ୍ଚିଲେ ୟୁଜିସି ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍, ତଦନ୍ତ କରୁଛନ୍ତି ୪ ଜଣିଆ ଦଳ
  • ||
  • ଚାକିରି ଆଶା ଦେଖାଇ ଯୁବତୀଙ୍କୁ ନିର୍ଯାତନା: ରାଜସ୍ଥାନରୁ ଉଦ୍ଧାର ପରେ ଘରକୁ ଫେରିଲେ ଝିଅ
  • ||
  • ରାଜଧାନୀରେ ବିଭତ୍ସ ହତ୍ୟାକାଣ୍ଡ, ଯୁବକଙ୍କୁ ପଥରରେ ଛେଚି ମାରିଦେଲେ ବାଇକ୍ ଚୋର
  • ||
  • ଦିଲ୍ଲୀରେ ପୁଣି ୨୦ ଅଧିକ ବୋମା ଧମକ,ଆସିଥିଲା ଧମକପୂର୍ଣ୍ଣ ମେଲ୍, ପୁଲିସର ତଦାଘନା
  • ||
  • ଭୂକମ୍ପ ଝଟକାରେ ଥରିଲା ଚିଲି, ରିକ୍ଟର ସ୍କେଲରେ ତୀବ୍ରତା ୫.୭ ରେକର୍ଡ଼
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ଆତ୍ମାହୁତି ଘଟଣା: ଆଜି ବାଲେଶ୍ୱରରେ ଉଚ୍ଚଶିକ୍ଷା ବିଭାଗ କମିଟିର ତଦନ୍ତ, ଉପସ୍ଥିତ ରହିବେ ଆଇସିସିର ସମସ୍ତ ସଦସ୍ୟ
  • ||
  • TRFକୁ ଆତଙ୍କୀ ସଂଗଠନ ଘୋଷଣା କଲା ଆମେରିକା, ପହଲଗାମ ଆତଙ୍କୀ ଆକ୍ରମଣ ପାଇଁ କଲା ଦାୟୀ
  • ||

ପ୍ରତିଷ୍ଠିତ ବ୍ୟବସାୟୀ ଗୋପାଳ ଖେମକାଙ୍କୁ ଗୁଳି କରି ହତ୍ୟା, ୬ ବର୍ଷ ପୂର୍ବେ ପୁଅଙ୍କୁ ହୋଇଥିଲା ହତ୍ୟା

Published By : Ankita S | July 5, 2025 9:55 AM

ପାଟନା,୦୫/୦୭: ବିହାର ରାଜଧାନୀ ପାଟନାରେ ଚାଞ୍ଚଲ୍ୟ । ଗାନ୍ଧୀ ମୈଦାନ ଥାନା ଅଞ୍ଚଳରେ ପ୍ରତିଷ୍ଠିତ ବ୍ୟବସାୟୀ ତଥା ବିଜେପି ନେତା ଗୋପାଳ ଖେମକାଙ୍କୁ ଗୁଳି କରି ହତ୍ୟା କରାଯାଇଛି । ଶୁକ୍ରବାର ବିଳମ୍ବିତ ରାତିରେ ଦୁର୍ବୃତ୍ତ ଏହି ହତ୍ୟାକାଣ୍ଡ ଘଟାଇଛନ୍ତି । ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆଲୋଡନ ସୃଷ୍ଟି ହୋଇଛି । ୬ ବର୍ଷ ପୂର୍ବେ ତାଙ୍କ ପୁଅଙ୍କୁ ମଧ୍ୟ ହତ୍ୟା କରାଯାଇଥିଲା ।

କାର୍‌ରୁ ଓହ୍ଲାଇବାବେଳେ ଗୁଳିମାଡ଼- ଶୁକ୍ରବାର ରାତି ୧୧ଟାରେ ଗାନ୍ଧୀ ମୈଦାନ ଥାନା ଅଞ୍ଚଳରେ ପ୍ରତିଷ୍ଠିତ ବ୍ୟବସାୟୀ, ମଗଧ ଡାକ୍ତରଖାନା ମାଲିକ ତଥା ବିଜେପି ନେତା ଗୋପାଳ ଖେମକାଙ୍କୁ ଗୁଳି କରିଥିଲେ ଦୁର୍ବୃତ୍ତ । ପାଟନାରେ ଥିବା ତାଙ୍କ ଘର ପାଖ ହୋଟେଲରୁ କାର୍‌ରୁ ଓହ୍ଲାଇବା ସମୟରେ ତାଙ୍କ ମୁଣ୍ଡକୁ ଗୁଳିମାଡ଼ ହୋଇଥିଲା । ଘଟଣାସ୍ଥଳରେ ହିଁ  ଟଳିପଡିଥିଲେ ଗୋପାଳ ଖେମକା । କ୍ରାଇମ ସ୍ପଟରୁ ଗୁଳି ଜବତ ହୋଇଛି । ପୁଲିସ ମୃତଦେହ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ  ପଠାଇଛି । ହତ୍ୟାକାଣ୍ଡର କାରଣ ଜଣାପଡିନାହିଁ । ହତ୍ୟା ଘଟଣାର ତଦନ୍ତ ନେଇ ଏସଆଇଟ୍ ଗଠନ ହୋଇଛି । ସିଟି ସେଣ୍ଟ୍ରୋଲ ଏସ୍‌ପି ଏସ୍‌ଆଇଟିର ନେତୃତ୍ୱ ନେବେ । ଏ ନେଇ ସୂଚନା ଦେଇଛନ୍ତି ଡିଜିପି ବିନୟ କୁମାର ।

୬ ବର୍ଷ ତଳେ ପୁଅ ଏବେ ବାପା- ଖେମକା ପରିବାରରେ ଏହା ଦ୍ୱିତୀୟ ହତ୍ୟାକାଣ୍ଡ । ୨୦୧୮ରେ ଅର୍ଥାତ ୬ ବର୍ଷ ତଳେ ଗୋପାଳ ଖେମାନଙ୍କ ପୁଅ ଗୁଞ୍ଜନ ଖେମକାଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା । ପୁଅ ହତ୍ୟାର ନ୍ୟାୟ ମିଳିନଥିବାବେଳେ ବାପାଙ୍କୁ ଗୁଳିକରି ହତ୍ୟା କରିଛନ୍ତି ଦୁର୍ବୃତ୍ତ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.