ପ୍ରମୂଖ ଖବର
  • ଭୁବନେଶ୍ଵର : ORERAର ନୂତନ ଅଧ୍ୟକ୍ଷ ଅସିତ ମହାପାତ୍ର, ରାଜେନ୍ଦ୍ର ମିଶ୍ର ଓ ଶ୍ୟାମସୁନ୍ଦର ଦାସଙ୍କୁ ସଦସ୍ୟ ଦାୟିତ୍ଵ
  • ||
  • ବହୁଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ମାମଲା, ମେ ୨୮ରେ ରାୟ ଶୁଣାଇବେ ADJ କୋର୍ଟ
  • ||
  • ପଞ୍ଜାବରେ ମଦ ଟ୍ରାଜେଡ଼ି; ୫ ବର୍ଷରେ ଗଲାଣି ୧୭୬ ଜୀବନ
  • ||
  • ବିଏସ୍‌ଏଫ ଯବାନକୁ ଛାଡ଼ିଲା ପାକିସ୍ତାନ, ୨୦ ଦିନ ପରେ ପାକ୍ ଜେଲରୁ ମୁକ୍ତ ହେଲେ ପୂର୍ଣ୍ଣମ କୁମାର
  • ||
  • ନାଳ ଉପରୁ ଜବରଦଖଲ ଉଚ୍ଛେଦ, କାର୍ଯ୍ୟନିର୍ବାହୀ ଅଧିକାରୀ ଓ ସାଲୁଜା ମୁହାଁମୁହିଁ
  • ||
  • ‘ଅପରେସନ ସିନ୍ଦୂର’ ପରେ ଆଜି ବସିବ CCSର ପ୍ରଥମ ବୈଠକ, ପାକିସ୍ତାନକୁ ନେଇ ନିଆଯାଇପାରେ ବଡ଼ ନିଷ୍ପତ୍ତି...
  • ||
  • ବୁଧବାର ବସିବ ରାଜ୍ୟ କ୍ୟାବିନେଟର ବୈଠକ, ବିଭିନ୍ନ ବିଭାଗର ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବରେ ବାଜିପାରେ ମୋହର
  • ||
  • ଗଞ୍ଜାମ : ଡାଲା ଅଟୋ ଓଲଟି ଦୁଇ ମୃତ, ୧୪ ଆହତ
  • ||
  • ଅନୁଗୁଳ : ବିଲକୁ ଯାଇଥିବା ବେଳେ ପଡ଼ିଲା ଚଡ଼କ, ବଜ୍ରାଘାତରେ ବାପ-ପୁଅ ମୃତ
  • ||
  • ଆନନ୍ଦପୁର : ଅଗ୍ନିକାଣ୍ଡରେ ଜଳିଗଲା ୩ ବଖରା ଘର, ଅଳ୍ପକେ ବର୍ତ୍ତିଲେ ପରିବାର ଲୋକେ
  • ||
  • ରଥଖଳା ହାଲ୍‌ଚାଲ୍‌...ଆଜି ପ୍ରସ୍ତୁତ ହେବ ୩ ନାହାକା ଚକ, ଭଉଁରି ଯାତ୍ରାରେ ଡ଼େରା ହେବ ଚକ ଅଖ
  • ||
  • ଦିନରେ ତାତି, ସନ୍ଧ୍ୟାରେ କାଳବୈଶାଖୀ: ଆସନ୍ତା ୩ ଦିନରେ ୩ ଡିଗ୍ରୀ ବଢ଼ିପାରେ ତାପମାତ୍ରା, ୧୮ ଜିଲ୍ଲାରେ ଘଡ଼ଘଡି ସହ ବର୍ଷିବ
  • ||

ବନ୍ଧୁକ ମୁନରେ ବ୍ୟବସାୟୀଙ୍କୁ ଲୁଟ୍ ଘଟଣା; ୧୦ଜଣଙ୍କୁ ବାନ୍ଧିଲା ପୁଲିସ, ବନ୍ଧୁକ ସହ ୨ ବାଇକ୍ ଜବତ

Published By : Bijay Swain | May 14, 2025 4:37 PM

ସୁନ୍ଦରଗଡ଼: ତଳସରା ଥାନା ଅଧୀନ ବନଡେଗା ଅଞ୍ଚଳରେ ଗତ ମାସରେ ଘଟିଥିବା ବନ୍ଧୁକ ମୁନରେ ଲୁଟ୍ ଘଟଣାର ପର୍ଦ୍ଦଫାଶ କରିଛି ପୁଲିସ । ଏହି ଘଟଣାରେ ସମ୍ପୃକ୍ତ ୧୦ ଲୁଟେରାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୁଲିସ। ସେମାନଙ୍କ ଠାରୁ ବନ୍ଧୁକ, ଗୁଳି, ମାଗାଜିନ୍, ୨ବାଇକ୍, ୪ ମୋବାଇଲ ଫୋନ ସହ ନଗଦ ୧୦ ହଜାର ଟଙ୍କା ଜବତ କରାଯାଇଥିବା ନେଇ ଆଜି ତଳସରା ଥାନାରେ ଅନୁଷ୍ଠିତ ସାମ୍ୱାଦିକ ସମ୍ମିଳନୀରେ ଅତିରିକ୍ତ ଏସପି ସନତ ନୂତନ ସମଦ ସୂଚନା ଦେଇଛନ୍ତି।

ଅତିରିକ୍ତ ଏସପିଙ୍କ ସୂଚନା ଅନୁଯାୟୀ, ଏପ୍ରିଲ ୪ ତାରିଖ ଦିନ ରାଜଗାଙ୍ଗପୁର ଥାନା ଅଧୀନ ରାଜଗାଙ୍ଗପୁରର ମହମ୍ମଦ ମନୁ ନିଜ ୪ ବ୍ୟବସାୟୀ ବନ୍ଧୁ ରସିଦ କୁରେସି, ଜାହିର କୁରେସି, ମହମ୍ମଦ ଇସମାଇଲ ଓ ମହମ୍ମଦ ସାଜିଦଙ୍କ ସହ ଏକ କାର୍ ଯୋଗେ ବନଡେଗା ଅଞ୍ଚଳକୁ ଛେଳି କିଣିବାକୁ ଯାଇଥିଲେ। ହେଲେ ବାଘିଆବେରଣୀ ଘାଟି ନିକଟରେ ୭ରୁ ୮ ଜଣ ଲୁଟେରା ୩ଟି ବାଇକ୍ ରେ ଆସି ସେମାନଙ୍କୁ ଅଟକାଇଥିଲେ। କିଛି ବୁଝିବା ଆଗରୁ ଲୁଟେରା ମାନେ ବ୍ୟବସାୟୀଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଭୟଭୀତ କରାଇ ନଗଦ ୨ ଲକ୍ଷ ୭୧ ହଜାର ଟଙ୍କା, ସମସ୍ତଙ୍କ ମୋବାଇଲ ଫୋନ ଲୁଟି ନେଇ ଫେରାର ହୋଇଯାଇଥିଲେ। ଏ ନେଇ ବ୍ୟବସାୟୀ ମହମ୍ମଦ ମନୁ ତଳସରା ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ କ୍ରମେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା। 

ତଦନ୍ତ ବେଳେ ରାଜଗାଙ୍ଗପୁର ବାଗିଚପଡ଼ାର ଓମନାଥ ବାରିକ ସମ୍ପୃକ୍ତ ଥିବା ବିଶେଷ ସୂତ୍ରରୁ ଜାଣି ପୁଲିସ ୨୮ ତାରିଖରେ ଘରେ ଚଢ଼ାଉ କରି ଧରିଥିଲା। ପରେ ଥାନାକୁ ଆଣି ପଚରଉଚରା କରିବାରୁ ରାଜଗାଙ୍ଗପୁରର ଆଶିଷ ରାଉତ, ଅମିତ୍ ତିୱାରୀ, ଧରୁଆଡିହି ଥାନା ଅଂଚଳର ଅକ୍ଷୟ ବେସନ, ବିକାଶ ଜୟପୁରିଆ, ପ୍ରକାଶ ଜୟପୁରିଆ, ଆକାଶ କୌଡି, ସୋନୁ, ଅର୍ଜୁନ ଓ ଅର୍ଜୁନର ଜଣେ ସାଙ୍ଗ ସଂପୃକ୍ତ ଥିବା ଜାଣିଥିଲେ। ମଙ୍ଗଳବାର ରାତିରେ ପୁଲିସ ଚଢାଉ  କରି ସେମାନଙ୍କୁ ଗିରଫ କରିଥିଲା। ସମ୍ମିଳନୀରେ ତଳସରା ଥାନା ଆଇଆଇସି ପୁଷ୍ପେନ୍ଦୁ ସାଗର ଉପସ୍ଥିତ ଥିଲେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.