ନୂଆଦିଲ୍ଲୀ: ଖରାଦିନରେ ଅନେକ ଲୋକ ବିୟରକୁ ପ୍ରଥମ ପସନ୍ଦ ଭାବେ ବାଛନ୍ତି । ଏହାସହ ଏଭଳି କିଛି ଲୋକ ଅଛନ୍ତି ଯେଉଁମାନେ ପିଇବା ପରେ କହିଲେ ଆଣନ୍ତି ଅଜବ ଯୁକ୍ତି । କୁହନ୍ତି ବିୟର କଣ ମଦ ? ଏଇଟା ବା ଫଳରସ । ଏଥିରେ କିଛି ହେବନି । ଏହାସହ ସୋସିଆଲ ମିଡିଆରେ ଅନେକ କୁହନ୍ତି କି, ବିୟର ପିଇଲେ କିଡନୀ ଷ୍ଟୋନ ପାଇଁ ଏହା କାମ କରେ । କିନ୍ତୁ ଡାକ୍ତରଙ୍କ ମତ ଅନୁସାରେ ଏଭଳି କିଛି ହୋଇନଥାଏ । ଏହା କେବଳ ମଦ ପିଇବା ପାଇଁ ଏକ ବାହାନା । ବିୟର ପିଇବା ଦ୍ବାରା ଅନେକ ଶାରିରୀକ କ୍ଷତି ମଧ୍ୟ ହୋଇଥାଏ ।

ପୁଣେର ଜଣେ ବିଶିଷ୍ଟ ଚିକିତ୍ସକଙ୍କ ମତରେ ବିୟର ପିଇବା ଦ୍ବାରା ଶରୀରରେ ଡିହାଇଡ୍ରେସନ ବଢ଼ିଥାଏ । ଯାହାକି ଷ୍ଟୋନ ସୃଷ୍ଟି କରିବାର ଆଶଙ୍କା ଆହୁରି ବଢ଼ାଇଥାଏ । ଅନେକ କୁହନ୍ତି କି, ବିୟର ଏକ ତରଳ ପଦାର୍ଥ ହୋଇଥିବାରୁ ଏହା ହାଇଡ୍ରେଟ୍ କରେ । କିନ୍ତୁ ସେ କହିଛନ୍ତି କି, ଏହା ମିଛ । ବିୟର ପିଇବା ଦ୍ବାରା ଅଧିକଥର ପରିଶ୍ରା ଲାଗେ । ଏହାସହ ଅଧିକ ଶୋଷ ମଧ୍ୟ ଲାଗିଥାଏ । ଶରୀରରୁ ତରଳ ପଦାର୍ଥକୁ ବାହାର କରିଦିଏ ବୋଲି କୁହାଯାଏ ।

ଏହାସହ ବିଶେଷଜ୍ଞ କହିଛନ୍ତି କି, ବିୟର ପିଇବା ଦ୍ବାରା ଶରୀରରେ ୟୁରିକ୍ ଏସିଡ୍ ବଢ଼ିଯାଏ । ୟୁରିକ୍ ଏସିଡ୍ ବଢ଼ିଲେ ଷ୍ଟୋନ୍ ସୃଷ୍ଟି କରେ । ଏହାସହ ବିୟର ପିଇଲେଓଜନ ବୃଦ୍ଧି ଏବଂ ମେଟାବୋଲିକ୍ ସିଣ୍ଡ୍ରୋମର ଆଶଙ୍କା ବଢ଼ିପାରେ, ଯାହା ବୃକକ୍ ପଥର ସମସ୍ୟାକୁ ଆହୁରି ଖରାପ କରିପାରେ।ଏଣୁ ଡାକ୍ତର ପରାମର୍ଶ ଦେଇଛନ୍ତି କି, ଷ୍ଟୋନ୍ ହେଲେ ପ୍ରଚୁର ପରିମାଣରେ ପାଣି ପିଅନ୍ତୁ । ଦିନକୁ ୮ରୁ ୧୨ ଗ୍ଲାସ୍ ପାରି ପିଇବାକୁ କହିଛନ୍ତି ।

ଏହାସହ ପଢ଼ନ୍ତୁ : KKR VS RCB: ବର୍ଷା ପାଇଁ ଟସରେ ବିଳମ୍ବ