ପ୍ରମୂଖ ଖବର
  • ଏନଡିଏ ସରକାର ଗଢ଼ିବ, ମୋ ବାପା ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବେ…ନୀତୀଶ କୁମାରଙ୍କ ପୁଅ ନିଶାନ୍ତଙ୍କ ବଡ଼ ଦାବି
  • ||
  • ଏନଡିଏ ସରକାର ଗଢ଼ିବ, ମୋ ବାପା ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବେ…ନୀତୀଶ କୁମାରଙ୍କ ପୁଅ ନିଶାନ୍ତଙ୍କ ବଡ଼ ଦାବି
  • ||
  • ଇଣ୍ଡୋନେସିଆରେ ମଝି ସମୁଦ୍ରରେ ହୁତୁ ହତୁ ହୋଇ ଜଳିଗଲା ଜାହାଜ, ଜୀବନ ବିକଳରେ ପାଣିକୁ ଡେଇଁପଡ଼ିଲେ ଯାତ୍ରୀ
  • ||
  • ବ୍ରିଟେନ ଓ ମାଳଦ୍ୱୀପ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
  • ||
  • ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି,ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା, ଦକ୍ଷିଣ ଓଡ଼ିଶାରେ ବର୍ଷିବ
  • ||
  • ଭବାନୀପାଟଣା, ସ୍ୱାମୀର ପରକୀୟା ପ୍ରୀତି ଯୋଗୁଁ ସ୍ତ୍ରୀଙ୍କ ଆତ୍ମହତ୍ୟା, ସୁଇସାଇଡ୍‌ ନୋଟ୍‌ ଦୁଇ ଜଣଙ୍କ ନାମ
  • ||
  • ଏଫ୍ଏମ୍‌ ଛାତ୍ରୀ ଆତ୍ମାହୁତି ଘଟଣାର ତଦନ୍ତ ପାଇଁ ପହଞ୍ଚଲେ କ୍ରାଇମବ୍ରାଞ୍ଚ ଡିଜି, ଭାରପ୍ରାପ୍ତ ଅଧ୍ୟକ୍ଷଙ୍କୁ ଘଟଣାର ବିଭିନ୍ନ ଦିଗ ସମ୍ପର୍କରେ ପଚାରି ବୁଝିଥିଲେ
  • ||
  • ଏୟାର ଲିଫ୍ଟ ହେଲେ ବଳଙ୍ଗା ପୀଡିତା, ଉନ୍ନତ ଚିକିତ୍ସା ପାଇଁ ଦିଲ୍ଲୀ ଏମ୍ସକୁ ସ୍ଥାନାନ୍ତର
  • ||
  • ବଳଙ୍ଗା ନାବାଳିକା ପୋଡ଼ି ଘଟଣା : ପୀଡିତାଙ୍କ ପିଉସୀଙ୍କୁ ଉଠାଇନେଲା ପୋଲିସ
  • ||
  • ପଦ୍ମନାଭପୁର ଟୋଲଗେଟରେ ଭାରସାମ୍ୟ ହରାଇ ବୁଥ ଉପରକୁ ମାଡିଗଲା ଦ୍ରୁତଗାମୀ କାର, ଚାଳକ ଗୁରୁତର
  • ||
  • AIIMSରେ ଚିକିତ୍ସାଧୀନ ବଳଙ୍ଗା ପୀଡ଼ିତାଙ୍କ ହେବ ଏୟାରଲିଫ୍ଟ, ସୂଚନା ଦେଲେ ପୀଡ଼ିତାଙ୍କ ସମ୍ପର୍କୀୟ ଭାଇ
  • ||
  • ଭୂମିକମ୍ପ ଝଟ୍‌କାରେ ଥରିଲା ଇରାନ୍, ତାଜିକିସ୍ତାନ, ରିକ୍ଟର ସ୍କେଲ୍‌ରେ ତୀବ୍ରତା ୫.୬ ରେକର୍ଡ, ଆସାମର ନାଗାୱରେ ବି ଭୂକମ୍ପ ଅନୁଭୂତ
  • ||
  • ଶରଣକୂଳ ଥାନା ଦରପଦା ନିକଟରେ ବୋଲବମ୍ ଅଟୋକୁ ଧକ୍କା ଦେଲେ ପିକ୍ଅପ୍ ଭ୍ୟାନ୍, ଯବତୀ ମୃତ, ୭ ଗୁରୁତର
  • ||
  • ସୋମବାରଠୁ ସଂସଦର ମୌସୁମୀ ଅଧିବେଶନ,ଆଜି ନୂଆଦିଲ୍ଲୀରେ ବସିବ ସର୍ବଦଳୀୟ ବୈଠକ, ଆସିପାରେ ୮ଟି ବିଲ୍
  • ||
  • ସୋସିଆଲ ମଡିଆରେ ହାତଲେଖା ପ୍ରଶ୍ନପତ୍ର ଭାଇରାଲ, ଆଜି ହେବାକୁ ସ୍ପେସାଲ୍‌ ଓଟିଇଟି-୨୦୨୫ ବାତିଲ
  • ||

ଯୁଦ୍ଧକୁ ଓହ୍ଲାଇବେ ଟେରିଟୋରିଆଲ ଆର୍ମି, ବର୍ଡରକୁ ଯିବେ କି ଲେପ୍ଟନାଣ୍ଟ କର୍ଣ୍ଣଲ ଏମଏସ୍‌ ଧୋନୀ ?

Published By : Ankita S | May 10, 2025 2:42 PM

ନୂଆଦିଲ୍ଲୀ,୧୦/୦୫: ଦେଶର ସୁରକ୍ଷା ଓ ପାକିସ୍ତାନକୁ କଡ଼ା ଜବାବ ଦେବାକୁ ସରକାର ଅନେକ ଦୃଢ କାର୍ଯ୍ୟାନୁଷ୍ଠାନ ନେଉଛନ୍ତି । ସେନାମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀଙ୍କୁ ଟେରିଟୋରିଆଲ ଆର୍ମି ( ପ୍ରାଦେଶିକ ସେନା)ର ସହଯୋଗ ନେବାର ଅଧିକାର ଦେଇଛନ୍ତି । ପ୍ରତିରକ୍ଷା ମନ୍ତ୍ରଣାଳୟ ସେନାମୁଖ୍ୟଙ୍କୁ ଏହି ବିଶେଷ ଶକ୍ତି ପ୍ରଦାନ କରିଛି । ଟେରିଟୋରିଆଲ ଆର୍ମକୁ ସଜାଗ ରହିବାକୁ କୁହାଯାଇଛି । ଏହି କ୍ରମରେ କ୍ରିକେଟର ତଥା ପୂର୍ବତନ ଅଧିନାୟକ  ଏମଏସ୍ ଧୋନୀ ଯୁଦ୍ଧ କ୍ଷେତ୍ରକୁ ଓହ୍ଲାଇପାରନ୍ତି ବୋଲି କୁହାଯାଉଛି ।

ଯୁଦ୍ଧ କରିବେ ଏମଏସ୍‌ଡି ! ମହେନ୍ଦ୍ର ସିଂହ ଧୋନୀ ଟେରିଟେରାରିଆଲ ଆର୍ମଫୋର୍ସର ଲେଫ୍ଟନାଣ୍ଟ କର୍ଣ୍ଣେଲ ପଦ ପାଇଛନ୍ତି । ଏହି ପଦ ମିଳିବା ପରେ ସେ କଶ୍ମୀରରେ ଏକ ସେନା ଅଭିଯାନରେ ସାମିଲ ହୋଇଥିଲେ । ଏବେ କା ସ୍ଥିତିରେ ସରକାରଙ୍କ ନିର୍ଦ୍ଦେଶନାମା ଅନୁସାରେ ଆବଶ୍ୟକ  ପଡ଼ିଲେ ଧୋନୀଙ୍କୁ ଯୁଦ୍ଧ ପାଇଁ ଓହ୍ଲାଇବାକୁ ପଡିବ । ଇଣ୍ଡିଆନ ଟେରିଟୋରିଆଲ ଆର୍ମ ଫୋର୍ସ ସେନାର ଏକ ଅଂଶ  କିନ୍ତୁ ଏହା ସ୍ୱେଚ୍ଛାକୃତ ଭାବେ କାମ କରେ । ଯେବେ ବି ଯୁଦ୍ଧ ପରିସ୍ଥିତି ଆସେ ସେମାନଙ୍କୁ ଯୁଦ୍ଧ କ୍ଷେତ୍ରରେ ନିୟୋଜିତ କରାଯାଇଥାଏ । ଜରୁରୀକାଳୀନ ପରିସ୍ଥିତିରେ ଆଭ୍ୟନ୍ତରୀଣ ସୁରକ୍ଷା ଯୋଗାଇବା ଏହି ସେନାର କାମ ।

କଣ ଟେରିଟୋରିଆଲ ଆର୍ମି- ଭାରତ-ପାକିସ୍ତାନ ଉତ୍ତେଜନାକୁ ନେଇ ଟେରିଟୋରିଆଲ ଆର୍ମିର ସହଯୋଗ ନେବାକୁ ସେନାମୁଖ୍ୟଙ୍କୁ ଅଧିକାର ଦିଆଯାଇଛି । ଚଳିତବର୍ଷ ଫେବୃଆରୀ ୧୦ରୁ ୨୦୨୮ ଫେବୃଆରୀ ଯାଏ ୯ ଯାଏ ଏହା ଲାଗୁ ହେବ ବୋଲି କୁହାଯାଇଛି । ଟେରିଟୋରିଆଲ ଆର୍ମି ଏକ ରିଜର୍ଭ ସୈନ୍ୟ ବଳ । ଏହା ସିଧା ମୋର୍ଚ୍ଚା ସମ୍ଭାଳେ ନାହିଁ । ମାତ୍ର ଯୁଦ୍ଧ ପରିସ୍ଥିତି ଆସିଲେ ତାଙ୍କୁ ମୈଦାନକୁ ଓହ୍ଲାଇବାକୁ ପଡିଥାଏ । ଦେଶରେ ୩୨ଟି ଟେରିଟୋରିଆଲ ଆର୍ମି ଇନଫ୍ୟାଣ୍ଟ୍ରି ବାଟାଲିୟନ ମଧ୍ୟରୁ ୧୪ଟିକୁ ମୁତୟନ କରିବାକୁ ନିର୍ଦ୍ଦେଶ ମିଳିଛି । ୧୯୪୯ ମସିହାରେ ଟେରିଟୋରିଆଲ ଆର୍ମି ସ୍ଥାପିତ ହୋଇଥିଲା ।

ଅଧିକ ପଢନ୍ତୁ...Operation Sindoor; ଭାରତ ଆଟାକ୍‌ରେ ୫ କୁଖ୍ୟାତ ଆତଙ୍କୀ ସଫା, ଦେଖନ୍ତୁ ପୁରା ଲିଷ୍ଟ

ଏଥିରେ କ୍ରିକେଟର ମହେନ୍ଦ୍ର ସିଂହ ଧୋନୀ, କପିଲ ଦେବ, ଶୁଟର ଅଭିନବ ବିନ୍ଦ୍ରା, ଅଭିନେତା ମୋହନଲାଲ, ନାନା ପାଟେକର, ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର, କଂଗ୍ରେସ ନେତା ସଚିନ ପାଇଲଟ,  ଅଲମ୍ପିକ ବିଜେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ରାଜ୍ୟବର୍ଦ୍ଧନ ସିଂହ  ରାଠୋର ପ୍ରମୁଖ ଟେରିଟୋରିଆଲ ଆର୍ମିରେ କାର୍ଯ୍ୟ କରିଛନ୍ତି । ଶାରୀରିକ ଓ ମାନସିକ ସ୍ତରରେ ଫିଟ୍ ଥିବା ୧୮-୪୨ ବର୍ଷୀୟ ନାଗରିକମାନେ ପ୍ରାଦେଶିକ ସେନାରେ ଭର୍ତ୍ତି ହୋଇପାରିବେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.