ନୂଆଦିଲ୍ଲୀ – କାନାଡାରେ ଖଲିସ୍ତାନୀ ସମର୍ଥକଙ୍କ ବିରୋଧ ପ୍ରଦର୍ଶନରେ ସାମିଲ ଥିବା କାରଣରୁ, ନିଲମ୍ୱିତ ହୋଇ ଥିବା ଜଣେ ପୁଲିସ ଅଧିକାରୀଙ୍କୁ ମିଳିଛି କ୍ଲିନ୍ ଚିଟ୍ । ଏହି ପ୍ରଦର୍ଶନରେ ସାମିଲ ଖଲିସ୍ତାନୀ ସମର୍ଥକ ବ୍ରାମ୍ପଟନରେ ହିନ୍ଦୁ ସଭା ମନ୍ଦିର ପରିସରରେ ପ୍ରବେଶ କରି ଶ୍ରଦ୍ଧାଳୁଙ୍କ ଉପରେ ହମଲା କରିଥିଲେ।
କାନାଡାର ପିଲ ପୁଲିସ ଶୁକ୍ରବାର ( ୧୫ ନଭେମ୍ୱର , ୨୦୨୪ )ରେ କହିଛି କି, ମନ୍ଦିର ଉପରେ ହମଲାର ଭାଇରାଲ ଭିଡ଼ିଓରେ ଦେଖିବାକୁ ମିଳୁଛି, ପୁଲିସ ଅଧିକାରୀ ହରିନ୍ଦର ସୋହି ଅସ୍ତ୍ରଶସ୍ତ୍ର ରଖିବାକୁ ମନା କରୁଥିବା ଲୋକଙ୍କୁ ନିରସ୍ତ୍ରୀକରଣ କରିବାକୁ ଚେଷ୍ଟା କରିଥିଲେ। ଏହାପରେ ସେମାନେ ମୁହାଁମୁହିଁ ସ୍ଥିତିକୁ ଆସି ଯାଇ ଥିଲେ।
ସୋସିଆଲ ମିଡ଼ିଆରେ ୩ ନଭେମ୍ୱରରେ ଅନେକ ଗୁଡ଼ିଏ ଭିଡ଼ିଓ ଭାଇରାଲ ହେଉଥିଲା, ଯେଉଁଥିରେ ହରିନ୍ଦର ସୋହିଙ୍କୁ ଖଲିସ୍ତାନୀ ପତାକା ଉଡ଼ାଇବାର ଦେଖିବାକୁ ପାଇବେ, କିନ୍ତୁ ସେ କାହାକୁ ମଧ୍ୟ ନିରସ୍ତ୍ରୀକରଣ କରିବାର ନଜର ଆସୁ ନାହାନ୍ତି। ସେପଟେ ପିଲ୍ ପୁଲିସର କହିବାନୁସାରେ , ଅଧିକାରୀ ନିଜର ଆଇନଗତ ଭାବେ ନିଜ କର୍ତ୍ତବ୍ୟର ପାଳନ କରୁଥିଲେ।
କାନାଡିଆନ ପୁଲିସ ବୟାନରେ କରିଛି, ଯାଞ୍ଚ ପରେ ଏହି ନିର୍ଦ୍ଧାରିତ କରାଯାଇଛି ଯେ,ଭିଡ଼ିଓରେ ଦେଖା ଯାଉଥିବା ଅଧିକାରୀ ନିରସ୍ତ୍ରୀକରଣ କରିବାକୁ ଚେଷ୍ଟା କରୁଥିଲେ , ଯେଉଁମାନେ କି ନିଜର ଅସ୍ତ୍ରଶସ୍ତ୍ର ରଖିବାକୁ ମନା କରି ଦେଉ ଥିଲେ ଏବଂ ଏହାପରେ ସେମାନେ ମୁହାଁମୁହିଁ ସ୍ଥିତିକୁ ଆସି ଯାଇଥିଲେ। ସେ ନିଜର କର୍ତ୍ତବ୍ୟକୁ ଠିକ୍ରେ କାର୍ଯ୍ୟକାରୀ କରିଛନ୍ତି। ପିଲ ପୁଲିସର କହିବାନୁସାରେ, ଅଧିକାରୀମାନେ ଉତ୍ତେଜନାକୁ ହ୍ରାସ କରିବାକୁ ଚେଷ୍ଟା କରୁଥିଲେ।
ପୂରା ମାମଲାଟି ଏମିତି ଥିଲା –
କାନାଡାର ବ୍ରିମ୍ପଟନରେ ଦୀପାବଳିର ପ୍ରଥମ ସପ୍ତାହାନ୍ତ ବେଳେ, ଖଲିସ୍ତାନୀ ସମର୍ଥକ ବିରୋଧ ପ୍ରଦର୍ଶନକାରୀ ହିନ୍ଦୁ ସଭା ମନ୍ଦିରକୁ ପଶି ଯାଇଥିଲେ, ଯେଉଁଠି ଭାରତୀୟ ଉଚ୍ଚାୟୋଗ ଏକ ସାର୍ବଜନିକ ଶିବିର କରୁଥିଲେ। ପିଲ ପୁଲିସର ସାର୍ଜେଣ୍ଟ ସୋହି ଖଲିସ୍ତାନୀ ପତାକା ହାତରେ ଧରି ଥିଲେ। ଲୋକେ ଭାରତ ବିରୋଧି ନାରା ଦେଉଥିଲେ। ଆଶ୍ଚର୍ଯ୍ୟ କରିବାର କଥା ଏହା ଯେ ପିଲ୍ ପୁଲିସ କହିଛି ଯେ, ସୋହି ଲୋକଙ୍କୁ ନିରସ୍ତ୍ର କରିବାକୁ ଚେଷ୍ଟା କରୁଥିଲେ। ଭିଡ଼ିଓରେ ତାଙ୍କୁ ସାଦା ପୋଷାକରେ ଓ ଅଫ୍ ଡ୍ୟୁଟି ଦେଖିବାକୁ ମିଳିଥିଲା। ପିଲ୍ ପୁଲିସ କହି ଥିଲା ଯେ, ମନ୍ଦିର ପାଖରେ ବିରୋଧ ପ୍ରଦର୍ଶନ ଖୁବ୍ ଜୋରରେ ବଢୁ ଥିଲା, ଯେଉଁଥିରେ ସୁରକ୍ଷାରେ ବ୍ୟାହାତ ଘଟି ଥିଲା ଏବଂ ଅଧିକାରୀମାନେ ଏହି ବସ୍ତୁ ଗୁଡ଼ିକୁ ଜବତ କରି ନେଇଛନ୍ତି, ଯାହାର ବ୍ୟବହାର ଅସ୍ତ୍ରଶସ୍ତ୍ର ଭାବେ କରାଯାଉ ଥିଲା।