ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

ବାତ୍ୟା ‘ଦାନା’ ପାଇଁ ଓଡିଶାରେ ୯୩ ଟ୍ରେନ୍ ବାତିଲ, ପୁରୀରୁ ୩୬ କ୍ୟାନସେଲ୍

Published By : Harapriya Biswal | October 22, 2024 6:27 PM

ଭୁବନେଶ୍ବର,୨୨।୧୦: ସମୁଦ୍ରରେ ବଳ ଗୋଟାଉଛି ସମ୍ଭାବ୍ୟ ବାତ୍ୟା ‘ଦାନା। ଆସନ୍ତାକାଲି ନେବ ବାତ୍ୟାର ରୂପ। ପରେ ଭୀଷଣ ବାତ୍ୟାରେ ପରିଣତ ହୋଇ ୨୪ ତାରିଖ ରାତିରୁ ୨୫ ତାରିଖ ସକାଳ ମଧ୍ୟରେ ଲ୍ୟାଣ୍ଡଫଲ୍‌ କରିବ। ଏହା ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ସହ ପବନ ହେବ। ଏହାକୁ ଦୃଷ୍ଟିରେ ରଖି ଟ୍ରେନ୍ ଚଳାଚଳ ମଧ୍ୟ ପ୍ରଭାବିତ ରହିବ। ବାତ୍ୟା ପାଇଁ ଅନେକ ଟ୍ରେନ୍‌କୁ କରାଯାଇଛି କ୍ୟାନସେଲ। ସାରା ଓଡିଶାରେ ୯୩ଟି ଟ୍ରେନ୍‌ ବାତିଲ ହୋଇଥିବା ବେଳେ। ପୁରୀରୁ ୩୬ଟି ଟ୍ରେନ୍ ବାତିଲ ହୋଇଛି। ପୂର୍ବତଟ ରେଲଓ୍ବେ ପକ୍ଷରୁ ଅକ୍ଟୋବର ୨୨ରୁ ୨୯ ମଧ୍ୟରେ ୧୭୮ଟି ଟ୍ରେନ୍‌କୁ ବାତିଲ କରାଯାଇଛି। ଏହା ମଧ୍ୟରେ ଉଭୟ ଅପ୍ ଏବଂ ଡାଉନ୍ ଲାଇନ୍‌ର ଟ୍ରେନ୍ ରହିଛି।


ପୁରୀରୁ  ଅପ୍‌ ଲାଇନ୍‌ରେ ୩୫ଟି ଓ ଡାଉନ୍ ଲାଇନ୍‌ରେ ୩୬ଟି ଟ୍ରେନ୍ ବାତିଲ କରାଯାଇଥିବା ନେଇ ରେଳୱେ ବିଭାଗର ଅଧିକାରୀ ଏନେଇ ସୂଚନା ଦେଇଛନ୍ତି। ତେବେ ପର୍ଯ୍ୟଟକ ମାନେ କିଭଳି ନିଜ ନିଜ ଘରକୁ ଟ୍ରେନ୍ ଯୋଗେ ଫେରିବେ ସେନେଇ ଚିନ୍ତାରେ ପଡିଯାଇଛନ୍ତି। 

ରେଳ ବିଭାଗର ଅଧିକାରୀଙ୍କ ସୂଚନା ଅନୁଯାୟୀ ବାତ୍ୟା ‘ଦାନା’ କୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି। ଓଡିଶା ସୀମାନ୍ତ ଦେଇ ପୁରୀକୁ ଆସୁଥିବା ଟ୍ରେନ୍ ଏବଂ ପୁରୀ ରୁ ବିଭିନ୍ନ ରାଜ୍ୟକୁ ଓଡିଶା ସୀମାନ୍ତ ଦେଇ ଯାଉଥିବା ଟ୍ରେନ ଗୁଡ଼ିକୁ ବାତିଲ କରାଯାଇଛି। ବାତ୍ୟା ଯୋଗୁ ପ୍ରବଳ ବର୍ଷା ଓ ପବନ ହେବାକୁ ଥିବାରୁ ଏଭଳି ପଦକ୍ଷେପ ନିଆଯାଇଛି। ଟ୍ରେନ୍ ବାତିଲ ହେବାର ପ୍ରଭାବ ବିଶେଷ ଭାବରେ ହାଓ୍ବଡା, ପୁରୀ, ଭୁବନେଶ୍ବର, ଚେନ୍ନାଇ, ନୂଆଦିଲ୍ଲୀ ଓ ବିଶାଖାପାଟନମ୍‌ରେ ଦେଖିବାକୁ ମିଳିବ। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.