ଭୁବନେଶ୍ୱର,୦୭/୧୦: ୨୫ତମ ରାଜଧାନୀ ପୁସ୍ତକ ମେଳା ନଭେମ୍ବର ୧୪ରୁ ୨୩ ତାରିଖ(୧୦ଦିନ) ପର୍ଯ୍ୟନ୍ତ ଶହୀଦ ନଗର ଦୁର୍ଗାପୂଜା ପଡ଼ିଆରେ ଅନୁଷ୍ଠିତ ହେବ । ଏହି ଅବସରରେ ଓଡ଼ିଆ ଭାଷା ଓ ସାହିତ୍ୟର ୧୨ଟି ବିଭାଗ(ପ୍ରବନ୍ଧ, ଉପନ୍ୟାସ, କ୍ଷୁଦ୍ରଗଳ୍ପ, କାବ୍ୟ-କବିତା, ଅନୁବାଦ, ନାଟକ, ବିଜ୍ଞାନ ସାହିତ୍ୟ, ଧର୍ମ ସାହିତ୍ୟ, ଆତ୍ମଜୀବନୀ, ଭ୍ରମଣ କାହାଣୀ, ବ୍ୟଙ୍ଗସାହିତ୍ୟ ଓ ଶିଶୁ ସାହିତ୍ୟରେ ୨୦୨୩ ଜାନୁଆରୀରୁ ୨୦୨୫ ନଭେମ୍ବର ମଧ୍ୟରେ ପ୍ରକାଶିତ ପୁସ୍ତକ ଗୁଡ଼ିକୁ ବିଚାରକୁ ନିଆଯାଇ ସର୍ବଶ୍ରେଷ୍ଠ ପୁସ୍ତକକୁ ପୁରସ୍କାର ପ୍ରଦାନ କରାଯିବ ।
ସଭାପତି ଡକ୍ଟର ଉପେନ୍ଦ୍ର କୁମାର ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ସମ୍ପାଦକ ବିଧୁଭୂଷଣ ପଟ୍ଟନାୟକ, ଆବାହକ ରମେଶଚନ୍ଦ୍ର ସ୍ୱାଇଁ, ସଭ୍ୟ ବୀରକିଶୋର ପ୍ରଧାନ ଓ କମଳିନୀ ମଲ୍ଲିକ ପ୍ରମୁଖ ଯୋଗଦେଇ ନୂତନ ଚୟନ କମିଟି ଗଠନ କରିଥିଲେ । ଯେଉଁ ଲେଖିକ ଓ ପ୍ରକାଶକ ପୁସ୍ତକର ୩ଖଣ୍ଡ କପି ସହିତ ପୁସ୍ତକର ବିଭଗ, ପ୍ରକାଶନ ବର୍ଷ ଲେଖକଙ୍କ ସଂକ୍ଷିପ୍ତ ପରିଚୟ ଓ ଯୋଗାଯୋଗ ଠିକଣା ସହ ଅକ୍ଟୋବର ୩୧ ସୁଦ୍ଧା ପଠାଇବା ଲାଗି କମିଟି ପକ୍ଷରୁ କୁହାଯାଇଛି ।