ପୁରୀ, ୨୪/୦୮: ପୁରୀ ଜଗନ୍ନାଥ ବଲ୍ଲଭ ପାର୍କିଂରେ ଅଘଟଣ । ଗାଡ଼ି ପାର୍କିଂ ସମୟରେ ତଳକୁ ଖସିପଡିଲା କାର୍ । ତେବେ ଏତେ ଉପରୁ ଗାଡ଼ି ଖସିବା ଫଳରେ ଡ୍ରାଇଭର ଜଣଙ୍କ ଗୁରୁତର ହୋଇଛନ୍ତି । ଗୁରୁତର ଅବସ୍ଥାରେ ଡ୍ରାଇଭରଙ୍କୁ ପୁରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ସୂଚନା ମୁତାବକ, ରବିବାର ଦିନ ପୁରୀ ସ୍ଥିତ ଜଗନ୍ନାଥ ବଲ୍ଲଭ ପାର୍କିଂରେ ଘଟିଛି ବଡ଼ ଧରଣର ଅଘଟଣ । ଏକ କାର୍ ପାର୍କିଂ କରୁଥିବା ସମୟରେ ହଠାତ୍ ତଳକୁ ଖସିପଡିଥିଲା । ପ୍ରାୟ ୧୦ ଫୁଟ୍ ତଳକୁ ଖସିପଡିଥିଲା କାର୍ । ଯାହାଫଳରେ କାର୍ରେ ଥିବା ଡ୍ରାଇଭର ଜଣଙ୍କ ଗୁରୁତର ହୋଇଥିଲେ । ଏହାପରେ ତାଙ୍କୁ ଗୁରୁତର ଅବସ୍ଥାରେ ପୁରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ଗୁରୁତର ଡ୍ରାଇଭରଙ୍କ ଘର ଭଦ୍ରକ ଧାମରା ଅଞ୍ଚଳର ବୋଲି ଜଣାପଡିଛି ।