ଢେଙ୍କାନାଳ,୯/୮ : ଢେଙ୍କାନାଳ ଟାଉନ ଥାନା ଶିମିଳିଆ ଓଭରବ୍ରିଜ ନିକଟରେ ଶନିବାର ସନ୍ଧ୍ୟାରେ କାର ବାଇକ୍ ମୁହାଁମୁହିଁ ଧକ୍କା ହୋଇଛି । ବାଇକ ଚାଳକଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ତାଙ୍କ ପରିଚୟ ମିଳିପାରି ନାହିଁ ।
ସୂଚନା ଅନୁସାରେ, କାରଟି ଢେଙ୍କାନାଳରୁ କପିଳାସ ରାସ୍ତାରେ ଯାଉଥିବାବେଳେ ଅପର ପାର୍ଶ୍ବରୁ ବାଇକ ଚାଳକ ଦୃତଗତିରେ ଆସି କରକୁ ଧକ୍କା ଦେଇଥିଲେ । କାରରେ ପିଟି ହୋଇ ଛିଟିକି ପଡ଼ିଥିଲେ । ଫଳରେ ପ୍ରଚୁର ରକ୍ତସ୍ରାବ ହୋଇଥିଲା । ଏହା ଦେଖି ସ୍ଥାନୀୟ ଲୋକେ ତାଙ୍କୁ ୧୦୮ଆମ୍ବୁଲାନ୍ସରେ ହସ୍ପିଟାଲକୁ ପଠାଇଥିଲେ। କାର୍ ଚାଳକ ସାମାନ୍ୟ ଆହତ ହୋଇଛନ୍ତି । ଟାଉନ ଥାନା ପୁଲିସ ପହଞ୍ଚି ଗାଡ଼ି ଦୁଇଟିକୁ ଜବତ କରିଛି।