ଝାରସୁଗୁଡା,୫/୧୦(ଆପ୍ର): ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ଲୋଇସିଂ ଗ୍ରାମରେ ଏକ କାରରେ ଦୁର୍ବୃତ୍ତମାନେ ଶନିବାର ବିଳମ୍ବିତ ରାତିରେ ନିଆଁ ଲଗାଇ ଜାଳି ଦେଇଛନ୍ତି।  ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ଲୋଇସିଂ ଗ୍ରାମର ସୁମିତ କୁମାର ପଟେଲ କ୍ୟାମ୍ପରେ ରଖିଥିବା କାରରେ ଦୁର୍ବୃତ୍ତମାନେ ନିଆଁ ଲଗାଇ ପୋଡି ଦେଇଛନ୍ତି।

​​​​​​​ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ଲୋଇସିଂ ଗ୍ରାମର ସୁମିତ କୁମାର ପଟେଲ ଏକ କ୍ୟାମ୍ପରେ ଗାଡି, ମୋଟର ରଖିଥିଲେ। କ୍ୟାମ୍ପରେ   ଦୁର୍ବୃତ୍ତ ମାନେ ପହଁଚି ବାହାର ପଟୁ କବାଟ ବନ୍ଦ କରିବା ପରେ ଗାଡି ରେ ନିଆଁ ଲଗାଇ ପଳାଇଥିଲେ। କ୍ୟାମ୍ପରେ ଥିବା ଜଣ କର୍ମଚାରୀ ରାତିରେ ଫୋନ କରିବା ପରେ ସୁମିତ ପହଂଚି ବାହାର ପଟୁ କବାଟ ଖୋଲିବା ପରେ ପାଣି ଛିଞ୍ଚି ନିଆଁ ଲିଭାଇଥିଲେ । ମାତ୍ର ଗାଡି ସମ୍ପୂର୍ଣ୍ଣ ଜଳି ଯାଇଥିଲା । ରବିବାର ଗାନ୍ଧିଛକ ପୋଲିସ ଫାଣ୍ଡିରେ ସୁମିତ ଲିଖିତ ଅଭିଯୋଗ କରିବା ପରେ ପୁଲିସ ତଦନ୍ତ ଆରମ୍ଭ କରିଛି । ବ୍ୟକ୍ତିଗତ ଶତ୍ରୁତାରୁ ଏଭଳି କାଣ୍ଡ ଘଟି ଥାଇ ପାରେ ବୋଲି ସନ୍ଦେହ କରା ଯାଉଛି ।