ଭଦ୍ରକ,୨୯।୮ :  ଜାତୀୟ ରାଜପଥରେ ଜଳିଗଲା କାର । ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ଅଧୀନ ଆଖୁଆପଦା ବୈତରଣୀ ନଦୀ ବ୍ରିଜ ନିକଟରେ ଜଳିଗଲା କାର । ତେବେ କାର ରୁ ସମସ୍ତ ଯାତ୍ରୀ ବାହାରି ଆସିଥିବା ବେଳେ କାହାରି କିଛି କ୍ଷତି ହୋଇନଥିବା ସୂଚନା  ମିଳିଛି । ଭଣ୍ଡାରିପୋଖରୀ ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିଛି । କାରଟି ବାଲେଶ୍ୱର ରୁ ଭୁବନେଶ୍ୱର ଅଭିମୁଖେ  ଯାଉଥିଲା