ମୁମ୍ବାଇ,୨୪/୧୦: ଅଡୁଆରେ ବଲିଉଡ଼ ଅଭିନେତା । କୋଟି କୋଟି ଟଙ୍କା ଅଭିଯୋଗରେ ଏତଲା ଦାୟର । ବଲିଉଡ ଅଭିନେତା ଶ୍ରେୟସ ତାଲପଦେ ଏବଂ ଆଲୋକ ନାଥଙ୍କ ସମେତ ଅନ୍ୟ ୨୨ ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ଲୋନି ଅର୍ବାନ ମଲ୍ଟି-ଷ୍ଟେଟ୍ କ୍ରେଡିଟ୍ ଆଣ୍ଡ୍ ଥ୍ରୀଫ୍ଟ କୋଅପରେଟିଭ୍ ସୋସାଇଟିରେ ନାମରେ ଠକେଇ ଅଭିଯୋଗ ହୋଇଛି । ବଲିଉଡ ଅଭିନେତା ଶ୍ରେୟସ ତାଲପଦେ ଏବଂ ଆଲୋକ ନାଥ ଏହି ସୋସାଇଟିର ବ୍ରାଣ୍ଡ ଆମ୍ବାସାଡର ଥିଲେ । ଦୁହିଁଙ୍କ ସମେତ ମୋଟ୍ ୨୨ ଜଣଙ୍କ ନାମରେ ଉତ୍ତରପ୍ରଦେଶ ବାଘପଦ ଥାନାରେ ୫ କୋଟି ଟଙ୍କାର ଠକେଇ ଅଭିଯୋଗ ମାମଲା ରୁଜୁ ହୋଇଛି ।
ବଲିଉଡ ଅଭିନେତା ଶ୍ରେୟସ ତାଲପଦେ ଏବଂ ଆଲୋକ ନାଥ ଏହି ଲୋନି ଅର୍ବାନ ମଲ୍ଟି-ଷ୍ଟେଟ ସୋସାଇଟିର ବ୍ରାଣ୍ଡ ଆମ୍ବାସାଡର ଥିଲେ । ଦୁହିଁଙ୍କ ସମେତ ମୋଟ୍ ୨୨ ଜଣଙ୍କ ନାମରେ ଉତ୍ତରପ୍ରଦେଶ ବାଘପଦ ଥାନାରେ ୫ କୋଟି ଟଙ୍କାର ଠକେଇ ଅଭିଯୋଗ ମାମଲା ରୁଜୁ ହୋଇଛି । ୫ କୋଟି ଟଙ୍କା ଠକେଇ ମାମଲାରେ ଅଭିଯୁକ୍ତ ଅଭିନେତା ଶ୍ରେୟସ ତାଲପଦେ ଏବଂ ଆଲୋକ ନାଥ କମ୍ପାନୀର ବ୍ରାଣ୍ଡ ଆମ୍ବାସାଡର ହିସାବରେ ବିଭିନ୍ନ କାର୍ଯ୍ୟକ୍ରମରେ ଏହାର ପ୍ରଚାର କରିଥିଲେ । ଏହା ବ୍ୟତୀତ, କମ୍ପାନୀର ଏମଡି ଏବଂ ପିଏ ଏବଂ ବାକି ୧୮ କମ୍ପାନୀର ଏଜେଣ୍ଟଙ୍କ ନାମରେ ବି ମାମଲା ହୋଇଛି । ୫୦୦ରୁ ଅଧିକ ଲୋକଙ୍କୁ ଦି ଲୋନି ଅର୍ବାନ ମଲ୍ଟି-ଷ୍ଟେଟ କ୍ରେଡିଟ୍ କମ୍ପାନୀରେ ନିବେଶ କରିବାକୁ କହିଥିଲା । ୫ ବର୍ଷ ମଧ୍ୟରେ ସେମାନଙ୍କର ଟଙ୍କା ଦ୍ୱିଗୁଣିତ କରିଦେବାକୁ ପ୍ରତିଶ୍ରୁତି ଦେଇ ୫ କୋଟି ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି । ନିବେଶକମାନେ ଗୋଟିଏ ବର୍ଷ ପର୍ଯ୍ୟନ୍ତ ସେମାନଙ୍କର ଟଙ୍କା ନପାଇବା ପରେ, ସୋସାଇଟିର ବ୍ରାଣ୍ଡ ଆମ୍ବାସଡର, ଅଭିନେତା ଶ୍ରେୟସ ଏବଂ ଆଲୋକ ନାଥଙ୍କ ସମେତ ୨୨ ଜଣଙ୍କ ବିରୋଧରେ ବାଘପତ ପୋଲିସ ଷ୍ଟେସନରେ ମାମଲା ଦାୟର କରିଛନ୍ତି ।
Baghpat, Uttar Pradesh | A case has been filed against Bollywood actors Shreyas Talpade and Alok Nath, along with 22 others. The complainant alleges fraud in the name of investment in the Loni Urban Multi-State Credit and Thrift Cooperative Society. Bollywood actors Shreyas…
— ANI UP/Uttarakhand (@ANINewsUP) October 24, 2025
ମିତଲି ଗାଁର ବାସିନ୍ଦା ବବଲି ମାମଲା ଦାୟର କରି କହିଛନ୍ତି, ବିଜରାଉଲ ଗାଁର ଜଣେ ଯୁବକ ତାଙ୍କ ଗାଁକୁ ଆସୁଥିଲେ । ଯିଏକି ଏକ ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ଦି ଲୋନି ଅର୍ବାନ ମଲ୍ଟି-ଷ୍ଟେଟ୍ କ୍ରେଡିଟ୍ ଆଣ୍ଡ୍ ଥ୍ରିଫ୍ଟ କୋଅପରେଟିଭ୍ ସୋସାଇଟି ସହିତ ଜଡିତ ଥିଲେ, । ନିଜକୁ ଭାରତ ସରକାରଙ୍କ କୃଷି ମନ୍ତ୍ରଣାଳୟ ଏବଂ ସମବାୟ ମନ୍ତ୍ରଣାଳୟ ସହିତ ପଞ୍ଜୀକୃତ ଦି ଲୋନି ଅର୍ବାନ ମଲ୍ଟି-ଷ୍ଟେଟ୍ର କର୍ମଚାରୀ ବୋଲି ପରିଚୟ ଦେଇଥିଲେ । କମ୍ପାନୀ ଅଧିକାରୀଙ୍କ ସହ କଥା ହେବା ପରେ, ବବଲିଙ୍କୁ ହରିୟାଣାର ସମଲଖା ଶାଖାରେ ୧.୯୦ ଲକ୍ଷ ଟଙ୍କାର FD ଜମା କରିବାକୁ ବାଧ୍ୟ କରାଯାଇଥିଲା । ପରବର୍ତ୍ତୀ ସମୟରେ, ଲୁହାରୀ ଗାଁର ଅଙ୍ଗନୱାଡି କର୍ମୀ ଶର୍ମିଲା ଏବଂ ସୂରଜଙ୍କ ସହିତ ଅନ୍ୟ ବ୍ୟକ୍ତିବିଶେଷଙ୍କ ଟଙ୍କା ମଧ୍ୟ ବିନିଯୋଗ କରାଯାଇଥିଲା । ୨୦୨୪ ନଭେମ୍ବର ୨୭ରେ କମ୍ପାନୀ ନେଣଦେଣ ୱେବସାଇଟ୍ ବନ୍ଦ କରିଦେଇଥିବା ଅଭିଯୋଗ ହୋଇଛି ।