ପ୍ରମୂଖ ଖବର
  • ଅନୁଗୁଳ : ଜମିବାଡ଼ି ଭାଗ କରିବା ପାଇଁ ମାଗୁଥିଲେ ଲାଞ୍ଚ, ଭିଜିଲାନ୍ସ ହାତରେ ଧରା ପଡ଼ିଲେ ବରିଷ୍ଠ କିରାଣୀ
  • ||
  • କନ୍ଧମାଳ : ମଦ୍ୟପ ପୁଅର ହାତୁଡ଼ି ମାଡ଼ରେ ଆଖି ବୁଜିଲା ବାପା, ପୋଲିସ ଆଗରେ ସତ ବଖାଣିଲା ଅଭିଯୁକ୍ତ
  • ||
  • ବିଧାନସଭା ବଜେଟ୍ ଅଧିବେଶନ, ପ୍ରଶ୍ନକାଳ ସ୍ବାଭାବିକ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ବିଭିନ୍ନ ପ୍ରଶ୍ନର ଉତ୍ତର ରଖୁଛନ୍ତି ମନ୍ତ୍ରୀ
  • ||
  • ମୁକୁନ୍ଦପୁର ଘାଟିରେ ବସ୍‌ ଓଲଟିବା ଘଟଣା, ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ
  • ||
  • ଜଷ୍ଟିସ ବର୍ମାଙ୍କ ଘରୁ ଟଙ୍କା ଜବତ ମାମଲା: ୮ ପୁଲିସଙ୍କ ମୋବାଇଲ ଜବତ, ୮ ଅଧିକାରୀଙ୍କ ବୟାନ ବି ରେକର୍ଡ
  • ||
  • ମଣପ୍ପୁରମ ସୁନା ଲୁଟ୍‌ ଘଟଣା: ଦୁର୍ଦ୍ଦାନ୍ତ ସୁବୋଧ ସିଂହ ଗିରଫ, ଆଜି କୋର୍ଟରେ ହାଜର କରିବ ପୁଲିସ
  • ||
  • ରାଜଧାନୀରୁ ଗୋରୁ ଭର୍ତ୍ତି ପିକଅପ୍ ଗାଡ଼ି ଜବତ, ରାସ୍ତା ଉପରେ ଗାଡ଼ି ଛାଡ଼ି ଡ୍ରାଇଭର ଫେରାର
  • ||
  • ସାମାନ୍ୟ ବଚସାରୁ ରାଉରକେଲାରେ ଫୁଟିଲା ଗୁଳି, ଅଳ୍ପକେ ବର୍ତ୍ତିଲେ ଯୁବକ
  • ||
  • ଆଇପିଏଲ୍ ୨୦୨୫: ଆଜି ସୁପରକିଙ୍ଗ୍‌ସ-ରୟାଲ୍‌ ଚ୍ୟାଲେଞ୍ଜର୍ସ ଲଢ଼େଇ, ସ୍ପିନରଙ୍କୁ ସୁହାଇବ ଚିପକ୍‌ ପିଚ୍‌
  • ||
  • ମୟୂରଭଞ୍ଜ : ଭାରସାମ୍ୟ ହରାଇ ଗଛରେ ଝୁଲି ରହିଲା ୧୦୮ ଆମ୍ବୁଲାନ୍ସ, ଅଳ୍ପକେ ବର୍ତ୍ତିଲେ ୩ ଆମ୍ବୁଲାନ୍ସ କର୍ମଚାରୀ
  • ||
  • ବାଲେଶ୍ୱର : ମର୍ଣ୍ଣିଙ୍ଗ୍ ୱାକ୍‌ କରିବା ବେଳେ ଅଘଟଣ, ସଡ଼କ ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ
  • ||
  • ଆସନ୍ତା ତିନି ଦିନ ନିଆଁ ବର୍ଷା: ୪୦ ଡିଗ୍ରୀ ଡେଇଁଲା ୮ ସହର ପାରଦ, ଆଜି ୪୨, କାଲି ୪୩ ଛୁଇଁବ ତାପମାତ୍ରା
  • ||

ମେକଅପ୍‌ କରି ନାହାନ୍ତି କି ମ୍ୟାମ୍‌ ...? IAS ଅଧିକାରୀଙ୍କ ପୋଷ୍ଟରେ କମେଣ୍ଟ କରିବା ପଡ଼ିଲା ମହଙ୍ଗା , ମାମଲା ରୁଜୁ

Published By : Prameya | February 15, 2025 4:59 PM

ନୂଆଦିଲ୍ଲୀ : ଫେସବୁକରେ ମହିଳା ଅଧିକାରୀଙ୍କୁ କରାଯାଇ ଥିବା ଏକ କମେଣ୍ଟରେ ଇମୋଜି ଦେବା ପଡ଼ିଲା ମହଙ୍ଗା। ଏଥିରେ ଇମୋଜି ସେୟାର କରି ଆସାମର ଜଣେ ଯୁବକ ପଡ଼ିଛନ୍ତି ଅଡ଼ୁଆରେ। ଢେକିୟାଜୁଲିରେ ରହୁଥିବା ଏହି ଯୁବକ , ଜଣେ ମହିଳା ଅଧିକାରୀଙ୍କ ପୋଷ୍ଟରେ କରାଯାଇ ଥିବା ଏକ କମେଣ୍ଟରେ, କେବଳ ହସିବା (ଲାଫିଂ) ଇମୋଜି ଦେଇଥିଲେ। ମାମଲାଟି ତ ପୁରୁଣା , କିନ୍ତୁ କୋକରାଝାରର କୋର୍ଟ ଜାନୁଆରୀ ମାସରେ ଯୁବକଙ୍କୁ ସମନ ପଠାଇଛି। ଅପ୍ରେଲ୍ ୨୦୨୩ ରେ ଯୁବକ ଫେସବୁକ୍‌ରେ ରିଆକ୍ଟ କରିଥିଲେ। ପୁଲିସ ଏହି ମାମଲାରେ କୋକରାଝାର କୋର୍ଟରେ ଚାର୍ଜସିଟି ଦାଖଲ କରିଛି। 

ଯୁବକଙ୍କ ନାଁ ଅମିତ ଚକ୍ରବର୍ତ୍ତୀ ଥିବା କୁହାଯାଇଛି। କୋକରାଝାରର ଡିଷ୍ଟ୍ରିକ୍ଟ ଡେପୁଟୀ କମିଶନର ବର୍ଣ୍ଣାଳୀ ଡେକାଙ୍କର ପୋଷ୍ଟରେ ସେ ରିଆକ୍ସନ ଦେଇ ଥିଲେ। ଡେକା ତାଙ୍କ ବିରୋଧରେ କେସ୍‌ ରୁଜୁ କରାଇଛନ୍ତି। ଡେକା ଆଉ ଦୁଇ ଲୋକଙ୍କ ବିରୋଧରେ ମଧ୍ୟ ମାମଲା ରୁଜୁ କରାଇ ଥିଲେ। ଏଥିରେ କମେଣ୍ଟ କରୁଥିବା ଯୁବକ ମଧ୍ୟ ସାମିଲ ଅଛନ୍ତି। ଯୁବକ ‘ନୋ ମେକଅପ୍‌’ କମେଣ୍ଟ କରିଥିଲେ। ଡେକା ଅଭିଯୋଗ ଲଗାଇଛନ୍ତି କି ଯୁବକମାନେ ସାଇବର ଷ୍ଟକିଂ ଓ ସେକ୍ସୁଆଲି ଅପମାନଜନକ ଟିପ୍ପଣୀ କରିଛନ୍ତି। 

ଡେକାଙ୍କର ପୋଷ୍ଟ ଉପରେ ନରେଶ ବରୁଆ କମେଣ୍ଟ କରିଥିଲେ। ସେ ଲେଖି ଥିଲେ, ଆଜି ଆପଣ ମେକଅପ୍ କରି ନାହାନ୍ତି କି ମ୍ୟାମ୍‌ ? ଏହା ଉପରେ ଚକ୍ରବର୍ତ୍ତୀ ଲାଫିଂ ଇମୋଜି କରି ଥିଲେ। ଡେକା ମଧ୍ୟ କମେଣ୍ଟର ଜବାବ ଦେଇଥିଲେ ଏବଂ କହିଥିଲେ , ତୁମର ଅସୁବିଧା କଣ ? ଏହି କମେଣ୍ଟକୁ ନେଇ କେସ୍‌ ରୁଜୁ କରାଯାଇଛି। ସେ ଚକ୍ରବର୍ତ୍ତୀ, ବରୁଆଙ୍କ ସହ ହିଁ ଅବଦୁଲ ସାବୁର ନାମଙ୍କ ବ୍ୟକ୍ତିଙ୍କ ଉପରେ ଅଭିଯୋଗ ଲଗାଇ ଥିଲେ।

କୋର୍ଟରେ ମିସ୍‌ ଡେକା ଓ ଅନ୍ୟ ୩ ଅଭିଯୁକ୍ତଙ୍କ ସୋସିଆଲ ମିଡ଼ିଆର ସ୍କ୍ରିନସଟ୍‌ ପ୍ରଦାନ କରାଯାଇ ଥିଲା। ଡେକା ସୋସିଆଲ ମିଡ଼ିଆରେ ଏକ ପୋଷ୍ଟ ଲେଖି ଚକ୍ରବର୍ତ୍ତୀଙ୍କୁ କହିଛନ୍ତି, ତୁମେ ସେକ୍ସନ ୩୫୪ ଡି ଅନୁସାରେ ସାଇବ୍‌ ଷ୍ଟକିଂ ବିଷୟରେ ଜାଣି ନିଅ। ତୁମେ ଜଣେ ଅପରାଧି। ମୁଁ ସାଇବର ସେଲ୍‌ରେ ଅଭିଯୋଗ କରୁଛି। ତୁମକୁ ଷ୍ଟକିଂ ଛାଡ଼ି ନିଜ କାମରେ ଫୋକସ କରିବା ଉଚିତ୍‌। ସେପଟେ ଚକ୍ରବର୍ତ୍ତୀଙ୍କୁ ଟ୍ୟାଗ୍‌ କରି ଡେକା ଆଉ ଏକ ପୋଷ୍ଟ ଲେଖିଛନ୍ତି। ସେ କହିଛନ୍ତି, ଏହା ଏକ ଅପମାନଜନକ ଓ ଯୌନ ଉତ୍ପୀଡ଼ନ କରୁଥିବା କମେଣ୍ଟ। ଏଥିରେ ସେକ୍ସନ ୩୫୪ ଏ ଅନୁସାରେ ଅଭିଯୋଗ କରାଯାଉଛି।

ଚକ୍ରବର୍ତ୍ତୀ ଏହାକୁ ନେଇ କହିଛନ୍ତି, ମୁଁ କେବଳ ରିଆକ୍ଟ କରି ଥିଲି। ଏବେ ହସିବା ପାଇଁ ମଧ୍ୟ ଆମକୁ ଜାମିନ୍‌ କରିବାକୁ ପଡ଼ିବ। ମୁଁ ଜାଣିନାହିଁ ବର୍ଣ୍ଣାଳୀ ଡେକା ଆଇଏଏସ୍‌ କି ଡେପଟୀ କମିଶନର। ସେ କହିଛନ୍ତି କି, ୨୩ ଜାନୁଆରୀରେ କୋକରାଝାର ପୁଲିସ ତାଙ୍କୁ ଥାନାକୁ ଡାକି ଥିଲା। ସେ କହିଥିଲେ କି, ମୋ ବିରୋଧରେ କେସ୍‌ ରୁଜୁ କରାଯାଇଛି। ମୁଁ ନିଜର ଓକିଲ ବନ୍ଧୁଙ୍କ ସାହାଯ୍ୟ ନେଲି। ମୋତେ ଆଶ୍ଚର୍ଯ୍ୟ ଲାଗିଲା କି ଜଣେ ଆଇଏଏସ୍ ଅଧିକାରୀଙ୍କ ପାଖରେ ଏହିପରି ଛୋଟିଆ କଥାକୁ ନେଇ ଏକେ ବଡ଼ ଆକ୍ସନ ନେବାକୁ ସମୟ ଅଛି। ମୁଁ ତ କେବଳ ଲାଫିଂ ଇମୋଜି କରିଥିଲି। ଏହା ବ୍ୟତୀତ ମୋର ଆଉ କିଛି ମନେ ବି ନାହିଁ। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.