ଭୁବନେଶ୍ୱର,୧୩/୦୫: ଭରତପୁର ଅଞ୍ଚଳର ଜଣେ ନାବାଳିକା ୨ ମାସ ଧରି ନିଖୋଜ ହୋଇଛନ୍ତି । ଭରତପୁର ଥାନା ପୁଲିସ ଓ ତାଙ୍କ ପରିବାର ଲୋକ ଅନେକ ଖୋଜିବା ସତ୍ତେ୍ୱ ନାବାଳିକାର କୌଣସି ସନ୍ଧାନ ମିଳିନାହିଁ । ଶେଷରେ ନାବାଳିକା ସମ୍ପର୍କରେ ତଥ୍ୟ ଦେବା ପାଇଁ କମିସନରେଟ ପୁଲିସ ୨୫ ହଜାର ଟଙ୍କା ପୁରସ୍କାର ରାଶି ଘୋଷଣା କରିଛି। ନିଖୋଜ ନାବାଳିକା ଜଣକ ହେଲେ ବରମୁଣ୍ଡା ଜନନ୍ନାଥ ବିହାରର ଇସ୍ପିତା ଷଡ଼ଙ୍ଗୀ (୧୭) । ତାଙ୍କ ଉଚ୍ଚତା ୫ ଫୁଟ ୩ ଇଞ୍ଚ ।
17-year-old Ipsita Sarangi is missing.
— DCP Bhubaneswar (@dcpbbsr) May 12, 2026
Any information may help bring her home safely.
📞 9438601553 / 7077566079
💰 Reward: ₹25,000/-
Identity of informants will be kept confidential.
Please share widely. #MissingGirl #Bhubaneswar #WeCareWeDare pic.twitter.com/laQoD8Dkvk
ସେ ଗତ ମାର୍ଚ୍ଚ ୧୪ ତାରିଖରୁ ନିଖୋଜ ଅଛନ୍ତି । ନାବାଳିକା ଜଣକ ନିଖୋଜ ଅଛନ୍ତି କି ତାଙ୍କୁ କିଏ ଅପହରଣ କରିଛି ସେନେଇ ମଧ୍ୟ ପୁଲିସ ପାଖରେ କିଛି ତଥ୍ୟ ନାହିଁ । ଆଜି କମିସନରେଟ ପୁଲିସ ନାବାଳିକାଙ୍କ ଫଟୋ ଜାରି କରିଛି । ତାଙ୍କ ସମ୍ପର୍କରେ ଯଦି କିଏ ସୂଚନା ପାଆନ୍ତି, ତେବେ ଭରତପୁର ଥାନାକୁ ସୂଚନା ଦେବା ପାଇଁ ନିବେଦନ କରିଛନ୍ତି ।
ଅଧିକ ପଢ଼ନ୍ତୁ :- BMC Action: ଫାଙ୍କି ଥିଲେ ୧୨ କୋଟି, ହଟିଲା ବେଆଇନ୍ ହୋର୍ଡିଂ, କଳା ତାଲିକାଭୁକ୍ତ ହେବ ୧୬ ସଂସ୍ଥା