ନୂଆଦିଲ୍ଲୀ – ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଅରବିନ୍ଦ କେଜ୍ରିୱାଲ, ମନୀଷ ସିସୋଦିଆ ଓ କେ. କବିତାଙ୍କ ସହ ଅନ୍ୟମାନଙ୍କୁ ଦୋଷ ମୁକ୍ତ କରାଯିବାର ନିଷ୍ପତ୍ତିକୁ ଦିଲ୍ଲୀ ହାଇକୋର୍ଟରେ ସିବିଆଇ ଚ୍ୟାଲେଞ୍ଜ ଦେବାକୁ ନିଷ୍ପତ୍ତି ନେଇଛି। କହି ରଖୁଛୁ କି , ଦିଲ୍ଲୀର ସ୍ୱତନ୍ତ୍ର କୋର୍ଟ ଅରବିନ୍ଦ କେଜ୍ରିୱାଲ ଓ ମନୀଷ ସିସୋଦିଆଙ୍କ ସମେତ ଅନ୍ୟ ସମସ୍ତ ଅଭିଯୁକ୍ତଙ୍କୁ , ଅଭିଯୋଗ ମୁତାବକ ମଦ ଦୁର୍ନୀତି ମାମଲାରେ ଶୁକ୍ରବାର ନିର୍ଦ୍ଦୋଷରେ ମୁକ୍ତ କରି ଦେଇଛନ୍ତି। କୋର୍ଟ ଅଭିଯୁକ୍ତଙ୍କ ବିରୋଧରେ ସିବିଆଇର ଚାର୍ଜସିଟ୍ ଉପରେ ବିଚାର କରିବାକୁ ମନା କରି ଦେଇଛନ୍ତି।
ସିବିଆଇର ଜଣେ ମୁଖପାତ୍ର ବିବୃତ୍ତିରେ କହିଛନ୍ତି ଯେ, ଏଜେନ୍ସି ଟ୍ରାୟଲ କୋର୍ଟର ନିଷ୍ପତ୍ତି ବିରୋଧରେ ତୁରନ୍ତ ହାଇକୋର୍ଟରେ ଅପିଲ କରିବାର ନିଷ୍ପତ୍ତି ନେଇଛି ,କାରଣ ଯାଞ୍ଚର ଅନେକ ଦିଗକୁ ଅଣଦେଖା କରାଯାଇଛି କିମ୍ୱା ସେଗୁଡ଼ିକ ଉପରେ ଠିକ୍ରେ ବିଚାର କରାଯାଇ ନାହିଁ। ସିବିଆଆ ଏହି ନିଷ୍ପତ୍ତିକୁ ଦିଲ୍ଲୀ ହାଇକୋର୍ଟରେ ତୁରନ୍ତ ଚ୍ୟାଲେଞ୍ଜ ଦେବ।
ସ୍ୱତନ୍ତ୍ର ବିଚାରପତି ଜିତେନ୍ଦ୍ର ସିଂହ ସିବିଆଇ ଯାଞ୍ଚରେ ଅସନ୍ତୋଷ ବ୍ୟକ୍ତି କରି କହିଛନ୍ତି କେଜ୍ରିୱାଲଙ୍କ ବିରୋଧରେ କୌଣସି ଦୃଢ ପ୍ରମାଣ ନଥିଲା। ସିସୋଦିଆଙ୍କ ବିରୋଧରେ ମଧ୍ୟ ପ୍ରାଥମିକ ଦୃଷ୍ଟିରୁ କୌଣସି ମାମଲା ହୋଇ ନଥିଲା। ସିବିଆଇ ଆପ୍ର ପୂର୍ବତନ ସରକାର ପକ୍ଷରୁ ଏବେ ବାତିଲ ହୋଇସାରି ଥିଲା ଅବକାରୀ ନୀତି ଦୁର୍ନୀତି ମାମଲାର ଯାଞ୍ଚ କରୁଛି।
ସ୍ୱତନ୍ତ୍ର ବିଚାରପତି ଜିତେନ୍ଦ୍ର ସିଂହ କଡ଼ା ଶବ୍ଦରେ କହିଛନ୍ତି ଯେ, ବିସ୍ତୃତ ଚାର୍ଜସିଟ୍ରେ ଅନେକ ଅଭାବ ରହିଛି , ଯାହାର ସ୍ପଷ୍ଟତା ପ୍ରମାଣ କିମ୍ୱା ସାକ୍ଷ୍ୟ ଦ୍ୱାରା ହୋଇ ନଥାଏ। ଚାର୍ଜସିଟ୍ରେ ଥିବା ଆଭ୍ୟନ୍ତରୀଣ ବିରୋଧାଭାସ ଷଡ଼ଯନ୍ତ୍ରର ଥିଓରୀର ମୂଳକୁ ପ୍ରହାର କରୁଛି। କୌଣସି ବି ପ୍ରମାଣର ଅଭାବରେ କେଜ୍ରିୱାଲଙ୍କ ବିରୋଧରେ ଲଗାଯାଇ ଥିବା ଅଭିଯୋଗ ତିଷ୍ଠି ପାରିବ ନାହିଁ। କୋର୍ଟ ସ୍ପଷ୍ଟ ଭାବେ କହିଛନ୍ତି ଯେ, କେଜ୍ରିୱାଲଙ୍କୁ କୌଣସି ସ୍ପଷ୍ଟ ପ୍ରମାଣ ବିନା ଫସା ଯାଇଛି।
- ଏହା ବି ପଢନ୍ତୁ : 'ମୁଁ ଦୁର୍ନୀତିଗ୍ରସ୍ତ ନୁହେଁ'...; ନିର୍ଦ୍ଦୋଷ ସାବ୍ୟସ୍ତ ପରେ କାନ୍ଦିପକାଇଲେ କେଜ୍ରିୱାଲ,ଜାଣନ୍ତୁ କାହାକୁ କଲେ ଟାର୍ଗେଟ୍
ବିଚାରପତି କହିଛନ୍ତି , ଏହି ଆଇନ ଶାସନର ପ୍ରତିକୂଳ ଥିଲା। ସିସୋଦିଆଙ୍କ ସମ୍ୱନ୍ଧରେ ବିଚାରପତି କହିଥିଲେ ଯେ, ରେକର୍ଡରେ ଏମିତି କୌଣସି ପ୍ରମାଣ ନାହିଁ ଯାହା ତାଙ୍କର ସଂପୃକ୍ତିକୁ ଦର୍ଶାଉଛି ଏବଂ ତାଙ୍କ ପାଖକୁ କୌଣସି ଜିନିଷ ଜବତ କରାଯାଇଛି। କୋର୍ଟ କହିଛନ୍ତି, ଅବକାରୀ ନୀତିରେ କୌଣସି ବଡ଼ ଷଡ଼ଯନ୍ତ୍ର କିମ୍ୱା ଭୁଲ୍ ଉଦ୍ଦେଶ୍ୟ ଦେଖିବାକୁ ମିଳୁ ନାହି। ସିବିଆଇର ମାମଲା ଯାଞ୍ଚରେ ସଠିକ୍ ପ୍ରମାଣ ନାହିଁ କାରଣ ଏହା କେବଳ ଅନୁମାନ ଉପରେ ଆଧାରିତ।
ମାମଲାରେ ନିର୍ଦ୍ଦୋଷ ମୁକ୍ତ କରାଯାଇ ଥିବା ଅନ୍ୟ ଅଭିଯୁକ୍ତଙ୍କ ମଧ୍ୟରେ କୁଲଦୀପ ସିଂହ , ନରେନ୍ଦ୍ର ସିଂହ , ବିଜୟ ନାୟର, ଅଭିଷେକ ବୋଇନପଲ୍ଲୀ ,ଅରୁଣ ରାମଚନ୍ଦ୍ର ପିଲ୍ଲଇ, ମୁଥା ଗୌତମ, ସମୀର ନହେନ୍ଦ୍ରୁ , ଅମନଦୀପ ସିଂହ ଢଲ , ଅର୍ଜୁନ ପାଣ୍ଡେ , ବୁଚିବାବୁ ଗୋରଣ୍ଟଲା , ରାକେଶ ଯୋଶୀ , ଦାମୋଦର ପ୍ରସାଦ ଶର୍ମା , ପ୍ରିନ୍ସ କୁମାର , ଚନପ୍ରିତ ସିଂହ ରୟାତ , ଅରବିନ୍ଦ କୁମାର ସିଂହ , ଦୁର୍ଗେଶ ପାଠକ , ଅମିତ ଅରୋଡା , ବିନୋଦ ଚୌହାନ , ଆଶୀଷ ମାଥୁର ଓ ପି ସରଥ ଚନ୍ଦ୍ର ରେଡ୍ଡୀ ସାମିଲ ଅଛନ୍ତି।