ନୂଆଦିଲ୍ଲୀ, ୬।୩: ମଧ୍ୟପ୍ରାଚ୍ୟ ଦେଶଗୁଡ଼ିକରେ ସୃଷ୍ଟି ହୋଇଥିବା ଅଶାନ୍ତ ପରିସ୍ଥିତିକୁ ଦୃଷ୍ଟିରେ ରଖି କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (CBSE) ଏକ ବଡ଼ ନିଷ୍ପତ୍ତି ନେଇଛି । ସୁରକ୍ଷା ଦୃଷ୍ଟିକୋଣରୁ ବିଦେଶରେ ପଢ଼ୁଥିବା ହଜାର ହଜାର ଭାରତୀୟ ଛାତ୍ରଛାତ୍ରୀଙ୍କ ପାଇଁ ପରୀକ୍ଷା ସୂଚୀରେ ବ୍ୟାପକ ପରିବର୍ତ୍ତନ କରାଯାଇଛି । ସବୁଠାରୁ ବଡ଼ ଖବର ହେଉଛି, ୭ଟି ଦେଶରେ CBSE ଦଶମ ଶ୍ରେଣୀ ପରୀକ୍ଷାକୁ ବାତିଲ କରିଦିଆଯାଇଛି । ବୋର୍ଡର ସୂଚନା ଅନୁଯାୟୀ, ବାହରିନ୍, ଇରାନ, କୁଏତ, ଓମାନ, କତାର, ସାଉଦି ଆରବ ଏବଂ ସଂଯୁକ୍ତ ଆରବ ଏମିରେଟ୍ସ (UAE) ଦେଶରେ ଏହି ନିୟମ ଲାଗୁ ହେବ । ୭ ମାର୍ଚ୍ଚରୁ ୧୧ ମାର୍ଚ୍ଚ ୨୦୨୬ ମଧ୍ୟରେ ହେବାକୁ ଥିବା ସମସ୍ତ ପରୀକ୍ଷା ବାତିଲ ହୋଇଛି । ପୂର୍ବରୁ ସ୍ଥଗିତ ରହିଥିବା ୨, ୫ ଏବଂ ୬ ମାର୍ଚ୍ଚ ପରୀକ୍ଷା ଗୁଡ଼ିକ ମଧ୍ୟ ଆଉ ହେବ ନାହିଁ ।
ଏହା ବି ପଢ଼ନ୍ତୁ... ତେହେରାନରେ ଆମେରିକାର ‘ଅପରେସନ୍ ଏପିକ୍ ଫ୍ୟୁରି’: ବୋମାମାଡ଼ରେ ଇରାନ ଛାରଖାର
କେମିତି ପ୍ରକାଶ ପାଇବ ରେଜଲ୍ଟ ?
ବୋର୍ଡ ପକ୍ଷରୁ କୁହାଯାଇଛି ଯେ, ଇଣ୍ଟରନାଲ ଆସେସମେଣ୍ଟ ବା ସ୍କୁଲ୍ ରେକର୍ଡ ଆଧାରରେ ମାର୍କ ଦିଆଯାଇପାରେ, ଯାହାର ସ୍ପଷ୍ଟ ସୂଚନା ପରବର୍ତ୍ତୀ ସମୟରେ ଦିଆଯିବ । ଆସନ୍ତା ୭ ମାର୍ଚ୍ଚ ୨୦୨୬ ରେ ହେବାକୁ ଥିବା ଦ୍ୱାଦଶ ଶ୍ରେଣୀ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି । ୯ ମାର୍ଚ୍ଚ ପରବର୍ତ୍ତୀ ପରୀକ୍ଷା ଗୁଡ଼ିକ ସମ୍ପର୍କରେ ସ୍ଥିତି ସମୀକ୍ଷା କରିବା ପରେ ନୂଆ ତାରିଖ ଘୋଷଣା କରାଯିବ । ବୋର୍ଡର ଅପିଲ କରିଛି ଯେ, "ଛାତ୍ରଛାତ୍ରୀ କିମ୍ବା ଅଭିଭାବକମାନେ ଆଦୌ ଭୟଭୀତ ହୁଅନ୍ତୁ ନାହିଁ । କୌଣସି ଗୁଜବରେ ବିଶ୍ୱାସ ନକରି ସ୍କୁଲ୍ କର୍ତ୍ତୃପକ୍ଷ ଏବଂ CBSEର ଅଫିସିଆଲ ୱେବସାଇଟ୍ ଉପରେ ନଜର ରଖନ୍ତୁ ।"
ମଧ୍ୟପ୍ରାଚ୍ୟରେ ସ୍ଥିତି ସଙ୍ଗୀନ:
ମଧ୍ୟପ୍ରାଚ୍ୟରେ ବର୍ତ୍ତମାନର ପରିସ୍ଥିତିକୁ ଦୃଷ୍ଟିରେ ରଖି ବୋର୍ଡ ସମସ୍ତ ପରୀକ୍ଷା ବାତିଲ କରିବାବାର ସମ୍ଭାବନା ପୂର୍ବରୁ ଥିଲା । ଇରାନ ଉପରେ ଇସ୍ରାଏଲ ଏବଂ ଆମେରିକୀୟ ଆକ୍ରମଣ ପରେ ଉପସାଗରୀୟ ଦେଶଗୁଡ଼ିକରେ ଯୁଦ୍ଧ ଭଳି ପରିସ୍ଥିତି ସୃଷ୍ଟି ହୋଇଛି । ଇରାନ ଉପସାଗରୀୟ ଦେଶଗୁଡ଼ିକ ଉପରେ କ୍ଷେପଣାସ୍ତ୍ର ଆକ୍ରମଣ କରି ପ୍ରତିଶୋଧ ନେଇଛି । ଇରାନର ସର୍ବୋଚ୍ଚ ନେତା ଆୟୋତୋଲ୍ଲା ଖାମେନେଇଙ୍କ ମୃତ୍ୟୁ ପରେ ଏହି ସଂଘର୍ଷ ସୃଷ୍ଟି ହୋଇଛି ।