ଭୁବନେଶ୍ଵର, ୧୩/୦୫ : ପ୍ରକାଶ ପାଇଲା ସିବିଏସଇ ଦ୍ଵାଦଶ ରେଜଲ୍ଟ। ଛାତ୍ରଙ୍କୁ ଟପିଲେ ଛାତ୍ରୀ। ଏଥର ୮୫.୨୦ ପ୍ରତିଶତ ପାସ୍ ହାର ରହିଛି। ବୋର୍ଡ ଓ୍ବେବସାଇଟ results.cbse.nic.inରେ ପରୀକ୍ଷା ଫଳ ଉପଲବ୍ଧ ରହିଛି। ଡିଜିଲକର ଓ ଉମଙ୍ଗ ଆପରେ ମଧ୍ୟ ଛାତ୍ରଛାତ୍ରୀ ରେଜଲ୍ଟ ଦେଖିପାରିବେ। ଛାତ୍ରୀଙ୍କ ପାସ୍ ହାର ୮୮.୮୫% ରହିଥିବା ବେଳେ ଛାତ୍ରଙ୍କ ପାସ୍ ହାର ୮୨.୧୩% ରହିଛି। ଝିଅମାନଙ୍କ ପାସ୍ ହାର ୬.୭୩% ଅଧିକ ରହିଛି।
ଏହି ସବୁ ୱେବସାଇଟ୍ ରେ କରିବେ ଚେକ୍
-cbse.gov.in
-results.cbse.nic.in
-cbseresults.nic.in
-ଉମଙ୍ଗ ଆପ୍
କେମିତି କରିବେ ରେଜଲ୍ଟ ଚେକ୍ ?
-ସିବିଏସଇ ଅଫିସିଆଲ୍ ୱେବସାଇଟ୍ cbseresults.nic.in କୁ ଯାଆନ୍ତୁ।
-ଏଠାରେ ସିବିଏସଇ ଦ୍ଵାଦଶ ରେଜଲ୍ଟ ୨୦୨୬ ଲିଙ୍କ୍ ନଜର ଆସିବ।
-ସେଠାରେ ନିଜ ରୋଲ୍ ନମ୍ଵର ଏବଂ ଅନ୍ୟ ତଥ୍ୟ ଦିଅନ୍ତୁ।
-ସ୍କ୍ରିନରେ ଆପଣଙ୍କର ମାର୍କସିଟ୍ ଆସିବ।
ଚଳିତବର୍ଷ ୧୮ ଲକ୍ଷ ୫୯ ହଜାର ଛାତ୍ରଛାତ୍ରୀ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ଦେଇଛନ୍ତି । ସେମାନଙ୍କ ମଧ୍ୟରୁ ୯୪ ହଜାର ୨୮ ଜଣଙ୍କର ୯୦ ପ୍ରତିଶତ କିମ୍ଵା ଏହାଠାରୁ ଅଧିକ ମାର୍କ ରଖିଛନ୍ତି। ସେହିପରି ୧୭ ହଜାର ୧୧୩ ଜଣ ୯୫ ପ୍ରତିଶତରୁ ଅଧିକ ନମ୍ଵର ରଖିଛନ୍ତି। ଯଦି କୌଣସି ଛାତ୍ରଛାତ୍ରୀ ତାଙ୍କର CBSE ଦ୍ୱାଦଶ ଫଳାଫଳରେ ସନ୍ତୁଷ୍ଟ ନାହାଁନ୍ତି ତେବେ ସେମାନେ ପୁନଃମୂଲ୍ୟାୟନ ପାଇଁ ଆବେଦନ କରିପାରିବେ। ଏଥିପାଇଁ ପ୍ରଥମେ ସେମାନଙ୍କର ମାର୍କ ଭେରିଫିକେସନ କରିବାକୁ ପଡିବ। ଏହା ପରେ, ଛାତ୍ରଛାତ୍ରୀମାନେ ସେମାନଙ୍କର ଉତ୍ତର ପତ୍ରର ଏକ ଫଟୋକପି ପାଇପାରିବେ। ତଥାପି, ଯଦି ସେମାନଙ୍କର ମାର୍କ ବିଷୟରେ ସନ୍ଦେହ ରହିଥାଏ, ତେବେ ସେମାନେ ପୁନଃଯାଞ୍ଚ କିମ୍ବା ପୁନଃମୂଲ୍ୟାୟନ ପାଇଁ ଆବେଦନ କରିପାରିବେ।..
ଗତ ୫ ବର୍ଷର ପାସ୍ ହାର
୨୦୨୫-୮୮.୩୯%
୨୦୨୪-୮୭.୯୮%
୨୦୨୩-୮୭.୩୩%
୨୦୨୨-୯୨.୭୧%
୨୦୨୧-୯୯.୩୭%
ଏହି ଖବରଟିକୁ ପଢନ୍ତୁ- ଶପଥ ନେଲେ ଏନ. ରଙ୍ଗାସାମୀ, ପଞ୍ଚମ ଥର ପାଇଁ ହେଲେ ପୁଡୁଚେରୀ ମୁଖ୍ୟମନ୍ତ୍ରୀ