ଭୁବନେଶ୍ୱର,୧୨/୦୫: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ(ସିବିଏସ୍ଇ) ପରିଚାଳିତ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ମଙ୍ଗଳବାର ପ୍ରକାଶ ପାଇବ । ମଧ୍ୟାହ୍ନ ୧୨ଟା ପରେ ଏହି ପରୀକ୍ଷା ଫଳ ପ୍ରକାଶ ପାଇବ । ଏନେଇ ସିବିଏସ୍ଇ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ଦିଆଯାଇନାହିଁ । ମାତ୍ର ଜାତୀୟ ଗଣମାଧ୍ୟମରେ ଏନେଇ ଚର୍ଚ୍ଚା ହେଉଛି । ଏଥିସହ ଡିଜି ଲକର ୱେବ୍ସାଇଟ୍ ଏବଂ ସୋସିଆଲ୍ ମିଡିଆ ‘ଏକ୍ସ’ରେ ଖୁବ୍ ଶୀଘ୍ର ରେଜଲ୍ଟ ପ୍ରକାଶ ପାଇବ ବୋଲି କୁହାଯାଇଛି । ଚଳିତବର୍ଷ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ୧୮ ଲକ୍ଷ ୫୯ ହଜାର ଛାତ୍ରଛାତ୍ରୀ ଦେଇଛନ୍ତି ।

ଡିଜି ଲକର ସୂଚନା ଅନୁଯାୟୀ, ପରୀକ୍ଷାର୍ଥୀମାନେ ଖୁବ୍‌ଶୀ ଘ୍ର ପରୀକ୍ଷା ଫଳ ପ୍ରକାଶ ପାଇବ । ଡିଜିଲକର ଆପ୍ କିମ୍ବା ୱେବ୍ସାଇଟ୍ରେ ନିଜର ଆଇଡି କରି ପରୀକ୍ଷା ଫଳ ପିଲାମାନେ ଦେଖିପାରିବେ । ଏଥିସହ ସିବିଏସ୍ଇ ୱେବ୍ସାଇଟ୍ରେ ମଧ୍ୟ ପରୀକ୍ଷା ଫଳ ପ୍ରକାଶ ପାଇବ । ସିବିଏସ୍ଇ ଫଳ www.cbse.gov.in, www.results.in, results.digilocker.gov.in, umang.gov.in ରେ ପରୀକ୍ଷା ଫଳ ପ୍ରକାଶ ପାଇବ ।

ଅଧିକ ପଢ଼ନ୍ତୁ :-  Weather Forecast: ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସକ୍ରିୟ, ୪୮ ଘଣ୍ଟା ଭିତରେ ଘନୀଭୂତ ସମ୍ଭାବନା, ୧୩ରୁ ପୁଣି ବଢ଼ିବ ତାପମାତ୍ରା