ନୂଆଦିଲ୍ଲୀ,୦୨/୦୬: ପହଲଗାମ ଆତଙ୍କୀ ଆକ୍ରମଣ ପରେ ଭାରକ ଓ ପାକିସ୍ତାନ ମଧ୍ୟରେ ସମ୍ପର୍କ ବିଗିଡ଼ିଛି । ଏହାରି ଭିତରେ ସିଙ୍ଗାପୁରରେ ଚାଲିଥିଲା ଶଙ୍ଗାରୀ-ଲା-ଡାଏଲଗରେ ସିଡିଏସ୍ ଅନୀଲ ଚୌହାନ ପାକିସ୍ତାନକୁ ଧୋଇଛନ୍ତି । ଆତଙ୍କବାଦ ମାମଲାରେ ପାକିସ୍ତାନକୁ ଘେରିଛନ୍ତି ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ ଜେନେରାଲ । ଅପରେସନ୍ ସିନ୍ଦୂର ବାବଦରେ କହିଛନ୍ତି ସିଡିଏସ୍ । ଶଙ୍ଗାରୀ-ଲା-ଡାଏଲଗରେ ପାକିସ୍ତାନ ଜେନେରାଲ ମିର୍ଜା ବି ସାମିଲ ହୋଇଥିଲେ । ସେ ଜାମ୍ମୁକାଶ୍ମୀର ମୁଦ୍ଦା ଉଠାଇଥିଲେ ।
ସିଡିଏସ୍ ଅନୀଲ ଚୌହାନ ଅପରେସନ୍ ସିନ୍ଦୂର ବାବଦରେ କହି ପାକିସ୍ତାନକୁ ଟାର୍ଗେଟ୍ କରିଥିଲେ । ସେ କହିଥିଲେ, ଆମ ଶତ୍ରୁଙ୍କୁ ଶିକ୍ଷା ଦେବାର ଜରୁରୀ ଥିଲା । ଆମେ ଆତଙ୍କୀ ବିରୋଧରେ ନୂଆ ରେଡ୍ ଲାଇନ୍ ଟାଣିଛୁ । ଏହି ଅପରେସନ୍ରେ ଶତ୍ରୁକୁ ଉଚିତ୍ ଶିକ୍ଷା ଦେଇଛୁ । ରାଜନୈତିକ ଦୃଷ୍ଟି କୋଣରୁ ଭାରତ ଯାହା କରିଛି ତାହା ଆତଙ୍କବାଦ ବିରୋଧରେ ଅସହିଷ୍ଣୁତାର ଏକ ନୂଆ ରେଡ ଲାଇନ୍ ଟାଣିଛି । ମୁଁ ଆଶା କରିବି କି ଏହି ସ୍ପେଶାଲ ଅପରେସନ୍ ବିଶେଷ କରି ସାମରିକ କ୍ଷେତ୍ରରେ ରହିଛି । ଏହା ଆମ ଶତ୍ରୁକୁ ଶିକ୍ଷା ଦେବ । ''
ଅଧିକ ପଢନ୍ତୁ...ଅପରେସନ ସିନ୍ଦୂର-୨ ପାଇଁ ପ୍ରସ୍ତୁତି ! ପୁଣି ନିପାତ ହେବେ ପାକ୍ ଆତଙ୍କୀ, ଧ୍ୱଂସ ହେବ ଠିକଣା
କଣ କହିଲେ ପାକ୍ ଜେନେରାଲ- ପାକିସ୍ତାନ ଜେନେରାଲ ସାହିର ଶମସାଦ ମିର୍ଜା କହିଛନ୍ତି, ଯଦି ପୁଣି ଦୁଇ ଦେଶ ମଧ୍ୟରେ ସଂଘର୍ଷ ହୁଏ ତେବେ ତୁର୍କୀ, ଇଟାଲୀ ଆମ ପାଇଁ ଅସ୍ତ୍ର ପରି କାମ କରିବେ । ଯୁଦ୍ଧ ସମାଧାନ ଦିଗରେ ଆଗେଇବା ଅନିବାର୍ଯ୍ୟ ହେବା ଦରକାର । ଏଥିରେ ସ୍ଥାୟୀ ଶାନ୍ତି ଏବଂ ସୁନିଶ୍ଚିନ୍ତ ସଙ୍କଟ ପ୍ରବନ୍ଧନ ସୁନିଶ୍ଚିନ୍ତ ହେବା ଦରକାର । ଦକ୍ଷିଣ ଏସିଆରେ ସ୍ଥାୟୀ ଶାନ୍ତି ନେଇ ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦ ପ୍ରସ୍ତାବ ଏବଂ ଲୋକଙ୍କ ଆକାଂକ୍ଷା ନେଇ କାଶ୍ମୀର ମୁଦ୍ଦାର ସମାଧାନ ହେବା ଜରୁରୀ । ବିବାଦ ଶେଷ କରିବାକୁ ସମାଧାନ ବାଟ କାଢିବାକୁ ପଡିବ ।