ପ୍ରମୂଖ ଖବର
  • ଶ୍ରୀମନ୍ଦିରରେ ପୁଣି ପଶିଲା ହିଡେନ୍ କ୍ୟାମେରା, ଭିଡିଓ କରିବା ବେଳେ ଧରା ପଡ଼ିଲେ ଯୁବକ
  • ||
  • ଭୁବନେଶ୍ୱର : ଷଣ୍ଢକୁ ଧକ୍କା ଦେଲା ବାଇକ୍‌, ଦୁର୍ଘଟଣାରେ ଚାଲିଗଲା ଅନ୍ତର୍ଜାତୀୟ ବଡି ବିଲ୍ଡରଙ୍କ ଜୀବନ
  • ||
  • IPLରୁ କ୍ରିକେଟର୍‌ ରବିଚନ୍ଦ୍ରନ୍ ଅଶ୍ବିନ୍‌ଙ୍କ ଅବସର ଘୋଷଣା
  • ||
  • ଲଗାଣ ବର୍ଷାରେ ବେହାଲ ମାଲକାନଗିରି, ଜନଜୀବନ ଅସ୍ତବ୍ୟସ୍ତ
  • ||
  • ଅଗ୍ରପୂଜ୍ୟ ଗଜାନନଙ୍କ ଆବାହନ : ଚଳଚଞ୍ଚଳ ପୁରପଲ୍ଲୀ, ରାଜଧାନୀରେ ୩୪୦ରେ ମଣ୍ଡପରେ ବିନାୟକଙ୍କ ପୂଜା
  • ||
  • ଫୁଲୁଛି ସୁବର୍ଣ୍ଣରେଖା ନଦୀ; ବଢୁଛି ଦୁର୍ଦ୍ଦଶା, ସ୍ଥିତି ସମୀକ୍ଷା କଲେ ରାଜ୍ୟପାଳ
  • ||
  • ଆଜି ଆକାଉଣ୍ଟକୁ ଆସିବ ସିଏମ୍‌ କିଷାନ ଟଙ୍କା, ଉପକୃତ ହେବେ ୫୧ ଲକ୍ଷରୁ ଅଧିକ ଚାଷୀ
  • ||
  • ବୈଷ୍ଣୋଦେବୀରେ ଭୂସ୍ଖଳନ; ୩୧ ଛୁଇଁଲା ମୃତ୍ୟୁସଂଖ୍ୟା, ଉଦ୍ଧାର ଅଭିଯାନ ଜାରି
  • ||
  • ଭାରତ ଉପରେ ଆଜିଠୁ ଫୁଟିବ ୫୦% ଟ୍ରମ୍ପଙ୍କ ଟାରିଫ୍ ବୋମା, ସଂଙ୍କଟରେ ୫ଲକ୍ଷ କୋଟିର ରତ୍ପାନୀ
  • ||

ସିଡିଏସ୍‌ ଅନୀଲ ଚୌହାନଙ୍କ ବୟାନ : 'ଭାରତ ଶାନ୍ତିପ୍ରିୟ ଦେଶ, କିନ୍ତୁ ଶାନ୍ତିବାଦୀ ନୁହେଁ'

Published By : Rasmita Pradhan | August 27, 2025 10:36 AM

ଭୋପାଳ, ୨୭/୦୮ : ଚିଫ୍‌ ଅଫ୍‌ ଡିଫେନ୍ସ ଷ୍ଟାଫ୍‌(ସିଡିଏସ୍‌) ଜେନେରାଲ୍‌ ଅନୀଲ ଚୌହାନ ମଙ୍ଗଳବାର ଏକ ବଡ଼ ବୟାନ ଦେଇଛନ୍ତି । ସେ କହିଛନ୍ତି, ଭାରତ ଶାନ୍ତିପ୍ରିୟ ଦେଶ, କିନ୍ତୁ ଆମେ ‘ଶାନ୍ତିବାଦୀ’ ନୁହଁ । ଶତ୍ରୁପକ୍ଷ ଏହି ଭୁଲ୍‌ଧାରଣାରେ ନ ରୁହନ୍ତୁ । ଦେଶର ୩ ସେନା ସବୁବେଳେ ଯୁଦ୍ଧଲାଗି ପ୍ରସ୍ତୁତ ରହିଛି । ମଧ୍ୟପ୍ରଦେଶର ମଉସ୍ଥିତ ଆର୍ମି ୱାର କଲେଜରେ ଆୟୋଜିତ ‘ରଣ ସମ୍ବାଦ-୨୦୨୫’ କାର୍ଯ୍ୟକ୍ରମରେ ସେ ଏହା ପ୍ରକାଶ କରିଛନ୍ତି । 

ଲାଟିନ୍‌ ଭାଷାର ଏକ ଉଦ୍ଧୃତିର ହିନ୍ଦୀ ଅନୁବାଦକୁ ଉଲ୍ଲେଖ କରି କାର୍ଯ୍ୟକ୍ରମରେ ସିଡିଏସ୍‌ କହିଥିଲେ ଯେ, ଯଦି ଆପଣ ଶାନ୍ତି ଚାହୁଁଛନ୍ତି ତେବେ ଯୁଦ୍ଧ ଲାଗି ପ୍ରସ୍ତୁତ ରୁହନ୍ତୁ । କାରଣ ଶକ୍ତି ଦ୍ୱାରା ହିଁ ଶାନ୍ତି ଆସିପାରିବ । ଭାରତ ସବୁବେଳେ ଶାନ୍ତିର ପକ୍ଷରେ ରହିଆସିଛି । ଆମେ ଏକ ଶାନ୍ତିପ୍ରିୟ ଦେଶ । କିନ୍ତୁ ‘ଶାନ୍ତିବାଦୀ’ ନୁହେଁ । ଶତ୍ରୁ ପକ୍ଷ ଏଥିନେଇ ଭୁଲ୍‌ ଧାରଣା ପୋଷଣ କରିବା ଅନୁଚିତ । ‘ଅପରେସନ୍‌ ସିନ୍ଦୂର’ ଭଳି ଆଧୁନିକ ଯୁଗର ଯୁଦ୍ଧରୁ ଆମେ ଅନେକ ଶିକ୍ଷାଲାଭ କରିଛୁ । ସେଥିମଧ୍ୟରୁ ଅଧିକାଂଶ ଉପରେ ଏବେ ଗୁରୁତ୍ୱ ଦିଆଯାଉଛି । ସେହି ଅପରେସନ୍‌ ଏବେ ବି ଜାରି ରହିଛି । ସେହିପରି ଗୀତା ଓ ମହାଭାରତରେ ଯୁଦ୍ଧନୀତିର ସବୁଠୁ ଭଲ ଉଦାହରଣ ରହିଛି । ଚାଣକ୍ୟଙ୍କ ନୀତି ଚନ୍ଦ୍ରଗୁପ୍ତଙ୍କୁ ବିଜୟ ଆଣି ଦେଇଥିଲା । ଚାଣକ୍ୟ କହିଛନ୍ତି, ଶକ୍ତି ଓ ଉତ୍ସାହ ଯୁଦ୍ଧନୀତି ଲାଗି ଗୁରୁତ୍ୱପୂର୍ଣ୍ଣ । ଶସ୍ତ୍ର ଓ ଶାସ୍ତ୍ର ଉଭୟକୁ ଏକସଙ୍ଗରେ ପାଳନ କରିବାର ଆବଶ୍ୟକତା ରହିଛି । 

ଜେନେରାଲ୍‌ ଚୌହାନ ଆହୁରି କହିଥିଲେ, ନିକଟ ଭବିଷ୍ୟତର ଯୁଦ୍ଧ ଅତ୍ୟନ୍ତ ବିପଜ୍ଜନକ ହେବ । ସେଥିରେ ଆମେ (ସ୍ଥଳସେନା, ବାୟୁସେନା ଓ ନୌସେନା) ମିଳିତ ଭାବେ ହିଁ ଜିତିପାରିବା । ଆମକୁ ଯେକୌଣସି ସ୍ଥିତିରେ ସଶକ୍ତ ଓ ଆତ୍ମନିର୍ଭର ହେବାକୁ ପଡି଼ବ । ‘ଅପରେସନ୍‌ ସିନ୍ଦୂର’ ପ୍ରସଙ୍ଗରେ ଆଲୋଚନା କରିବା ଏହି ରଣ ସମ୍ବାଦ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ନୁହେଁ । ଆଗକୁ କ’ଣ ହେବ ସେଥିନେଇ ଆମେ ଚର୍ଚ୍ଚା କରୁଛେ । ଅର୍ଥାତ୍‌ ଭବିଷ୍ୟତର ଯୁଦ୍ଧ କିପରି ହେବ ସେ ସମ୍ପର୍କରେ ଆଲୋଚନା କରିବା ଆମର ଉଦ୍ଦେଶ୍ୟ । ତଥ୍ୟର ରିଅଲ ଟାଇମ୍‌ ବିଶ୍ଳେଷଣ କରିବା ଉପରେ ବି ସିଡିଏସ୍‌ ଗୁରୁତ୍ୱ ଆରୋପ କରିଥିଲେ । ସୂଚନାଥାଉକି, ଆଜି ଏହି କାର୍ଯ୍ୟକ୍ରମରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଉଦ୍‌ବୋଧନ ଦେବେ । ୩ ସେନାର ମୁଖ୍ୟ ସାମିଲ ରହିବେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.