ପ୍ରମୂଖ ଖବର
  • ବିଶ୍ୱର ୪ର୍ଥ ସର୍ବବୃହତ ଅର୍ଥନୈତିକ ଦେଶ ଭାରତ, ଜାପାନକୁ ଟପିଲା
  • ||
  • IPL 2025: ଆଜି ଚେନ୍ନାଇ- ଗୁଜରାଟ ମଧ୍ୟରେ ଶେଷ ଲିଗ୍‌ ମ୍ୟାଚ୍‌, ଟାଇଟନ୍ସ ପାଇଁ ଗୁରୁତ୍ୱପୂର୍ଣ୍ଣ
  • ||
  • ନନ୍ଦନକାନନ ପ୍ରାଣୀ ଉଦ୍ୟାନ ପାଇଁ ଖୁସି ଖବର, ଅଣ୍ଡାରୁ ଫୁଟି ବାହାରିଲେ ୧୪ ଘଡ଼ିଆଲ ଛୁଆ
  • ||
  • ଭାରତ ପ୍ରହାରରେ ଥରହର ପାକିସ୍ତାନ; ପ୍ରତିରକ୍ଷା ବଜେଟ୍ ବଢାଇବାକୁ ପ୍ଲାନ୍‌, କହିଲା ଆମ ପଡ଼ୋଶୀ...
  • ||
  • ସମ୍ବଲପୁର ବୁର୍ଲା ଥାନା ଲଡୁଖାଇ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା, ଟ୍ରକକୁ ପିଟିଲା କାର୍‌, ୨ ମୃତ, ୨ ଗୁରୁତର
  • ||
  • ରବିବାର ଏନ୍‌ଡିଏ ମୁଖ୍ୟମନ୍ତ୍ରୀଙ୍କ ସମ୍ମିଳନୀ,ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ, ଫୋକସରେ ଭାରତ- ପାକ୍ ତିକ୍ତତା
  • ||
  • ମଞ୍ଚେଶ୍ୱର ଶିଳ୍ପାଞ୍ଚଳରେ ଅଗ୍ନିକାଣ୍ଡ: ହୁତୁହୁତୁ ହୋଇ ଜଳିଗଲା ଗଦି ତିଆରି କାରଖାନା, ୧୦କୋଟି ଟଙ୍କାର ସମ୍ପତ୍ତି ନଷ୍ଟ
  • ||
  • ୫ ଦିନରେ ଓଡ଼ିଶାରେ ମୌସୁମୀ: ଏବେ ଝିପିଝିପି, ୨୭ରୁ ୩୦ ଯାଏଁ ଅଧିକ ବର୍ଷା ସମ୍ଭାବନା, ଜୁନ୍ ପୁଣି ଗରମ
  • ||

ଅପରେସନ୍ ସିନ୍ଦୂରର ସଫଳତା ନେଇ ଆଠମଲ୍ଲିକରେ ପରାକ୍ରମ ଶୋଭାଯାତ୍ରା

Published By : Suraj Ku Rath | May 22, 2025 6:05 PM

ଆଠମଲ୍ଲିକ,୨୨।୫ : ଅପରେସନ୍ 'ସିନ୍ଦୂର' ର ସଫଳତା ଓ ଭାରତର ବୀର ଯବାନଙ୍କ ଅସୀମ ସାହସ , ବୀରତ୍ୱ ଓ ପରାକ୍ରମକୁ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ଗୁରୁବାର   ଆଠମଲ୍ଲିକରେ ବିଜେପି ପକ୍ଷରୁ  ପରାକ୍ରମ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି।ଉକ୍ତ ଶୋଭାଯାତ୍ରା ବସ୍ ଷ୍ଟାଣ୍ଡ ଠାରୁ ବାହାରି ସହର ପରିକ୍ରମା କରି ପୁନର୍ବାର ବସ୍ ଷ୍ଟାଣ୍ଡରେ ପହଞ୍ଚିଥିଲା।ଉକ୍ତ ପରାକ୍ରମ ଶୋଭାଯାତ୍ରାରେ ଅବସରପ୍ରାପ୍ତ ସୈନିକ ମାନଙ୍କ ପଞ୍ଚଧାର ଭେଟେରାନ୍ ଆସୋସିଏସନ୍ ମଧ୍ୟ ସାମିଲ ହୋଇଥିଲା।

ଶୋଭାଯାତ୍ରାରେ ବିଜେପି ଜିଲ୍ଲା ସଭାପତି ଯଯାତି କେଶରୀ ପଟ୍ଟନାୟକ, ପୂର୍ବତନ ମନ୍ତ୍ରୀ ସଞ୍ଜୀବ କୁମାର ସାହୁ, ପୂର୍ବତନ ବିଧାୟକ ରମେଶ ଚନ୍ଦ୍ର ସାଏ,ସମ୍ବଲପୁର ସାଂସଦ ତଥା କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଜିଲ୍ଲା ପ୍ରତିନିଧି ସୁଦିପ ଗଡ଼ନାୟକ , ଏନ୍ଏସି ପ୍ରତିନିଧି ସନ୍ତୋଷ କୁମାର ହୋତା, ବ୍ଲକ ପ୍ରତିନିଧି ପ୍ରକାଶ ଚନ୍ଦ୍ର ସାହୁ,ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଭବାନୀ ପ୍ରସାଦ ଜ୍ୟୋତିଷ ରାଏ, ଜିଲ୍ଲା ଉପ ସଭାପତି ଅର୍ଜୁନ କୁମାର୍ ସାହୁ, ପରେଶ୍ ଚନ୍ଦ୍ର ଦେଓଙ୍କ ସମେତ ବହୁ ବିଜେପି କର୍ମୀ, ପୂର୍ବତନ ଅବସରପ୍ରାପ୍ତ ସୈନିକ, ଜନସାଧାରଣ ଶୋଭାଯାତ୍ରାରେ ସାମିଲ ହୋଇଥିଲେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.