ଭୁବନେଶ୍ବର, ୦୨/୦୩: ସର୍ଭାଇକାଲ କ୍ୟାନ୍ସର ଟୀକାକରଣ କାର୍ଯ୍ୟକ୍ରମ ଫେବ୍ରୁଆରୀ ୨୮ରେ ଲଞ୍ଚ୍ ହୋଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କାର୍ଯ୍ୟକ୍ରମରେ ସାମିଲ୍ ହୋଇ ଏହାକୁ ଆରମ୍ଭ କରିଥିଲେ । କିଛି ସ୍ଥାନରେ ମାର୍ଚ୍ଚ ୧ରୁ ଆରମ୍ଭ ହୋଇଛି । ୨ ତାରିଖରେ ମଧ୍ୟ କିଛି ସ୍ଥାନରେ ଆରମ୍ଭ ହୋଇଛି ଏବଂ ୩ ତାରିଖରେ ଆରମ୍ଭ ହେବ। ଏହା ୩ ମାସ ଧରି ଚାଲିବ। ଫାର୍ଷ୍ଟ ଷ୍ଟେଜରେ ଗୋଟିଏ ଡୋଜ୍ ପାଖାପାଖି ୩ ଲକ୍ଷ ୩୬ ହଜାର କିଶୋରୀଙ୍କୁ ଦିଆଯିବ ବୋଲି ଆକଳନ କରାଯାଇଛି। ଏଥିପାଇଁ ପ୍ରସ୍ତୁତି ଜୋରଦାର ଚାଲିଛି ବୋଲି ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି ।

ସେ ଆହୁରି କହିଛନ୍ତି, ସ୍କୁଲ ଏବଂ ମାସ୍ ଏଜୁକେସନ ଡିପାର୍ଟମେଣ୍ଟକୁ ଏକ ଡାଟା ଦିଆଯାଇଥିଲା । ଯେଉଁମାନେ ସ୍କୁଲରେ ପଢ଼ଛନ୍ତୁ ତାଙ୍କର ଗୋଟିଏ ଡାଟା ଆସିଥିଲା। ଏବଂ WCT ଡିପାର୍ଟମେଣ୍ଟ ତରଫରୁ ମଧ୍ୟ ଏକ ଡାଟା ଆସିଥିଲା। ଯେଉଁମାନେ ଡ୍ରପଆଉଟ୍ ହୋଇଯାଇଥିବେ ସେମାନଙ୍କର କିଶୋରୀ କ୍ଲବ୍ WCT ଡିପାର୍ଟମେଣ୍ଟ ତରଫରୁ ମଧ୍ୟ ଡାଟା ଆସିଥିଲା । ଏହି ଟୀକାକରଣ କାର୍ଯ୍ୟକ୍ରମକୁ ଆଗେଇ ନେବାକୁ ଯେତିକି ଡାଟା ମିଳିଛି ସେ ଅନୁସାରେ ପ୍ଲାନ୍ କରାଯାଇଛି । କେନ୍ଦ୍ର ସରକାରଙ୍କ ପକ୍ଷରୁ ମିଳିଥିବା ଡାଟା ଅନୁସାରେ ଟୀକାକରଣ ସରିଛି । ସବୁଠାରୁ ବଡ କଥା ହେଲା ଏହି ଟୀକାର ମାର୍କେଟ ମୂଲ୍ୟ ୪ହଜାରରୁ ଅଧିକ ଟଙ୍କା ହେବ । କିନ୍ତୁ ସରକାରଙ୍କ ତରଫରୁ ଏହାକୁ ମାଗଣାରେ ଦିଆଯାଉଛି ବୋଲି ମୁକେଶ ମହାଲିଙ୍ଗ କହିଛନ୍ତି ।...