ପ୍ରମୂଖ ଖବର
  • ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ଅମିତ ଶାହ,୨୨ରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିବେ
  • ||
  • ବଲାଙ୍ଗୀର : ଟିକ୍ରାପଡ଼ା-ଝିଙ୍କିଡୁଙ୍ଗୁରି ରାସ୍ତାରେ ବାଇକ୍‌ ଦୁର୍ଘଟଣା, ବାଇକ୍‌ ଆରୋହୀ ମୃତ
  • ||
  • ଆନନ୍ଦପୁର : ୨୫୦ ଲିଟର ଦେଶୀ ମଦ ଜବତ, ଜଣେ ଗିରଫ
  • ||
  • ଗୁଜରାଟ ମଡେଲରେ ଓଡ଼ିଶାରେ ହେବ ପୋଷଣ କେନ୍ଦ୍ର, ହିତାଧିକାରୀଙ୍କୁ ମିଳିବ ସ୍ୱତନ୍ତ୍ର କାର୍ଡ
  • ||
  • ମୟୂରଭଞ୍ଜ : ପାରିବାରିକ ଅସନ୍ତୋଷରୁ ସ୍ତ୍ରୀକୁ ପିଟିପିଟି ହତ୍ୟା ,ସ୍ୱାମୀ ଫେରାର
  • ||
  • ଜଳେଶ୍ୱରରେ ଲଜ୍ଜ୍ୟା : ସ୍ବାମୀକୁ ନିଶା ଖୁଆଇ ସ୍ତ୍ରୀକୁ ଦୁଷ୍କର୍ମ ଅଭିଯୋଗ, ସମ୍ପର୍କୀୟ କାକା ଫେରାର
  • ||
  • ଶାନ୍ତିପଲ୍ଲୀ ବସ୍ତିରେ ହତ୍ୟା ଘଟଣା: ୩ ଅଭିଯୁକ୍ତକୁ ଚିହ୍ନଟ କଲା ପୋଲିସ
  • ||
  • ଏଆର ରେହମାନ ଅସୁସ୍ଥ, ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ହସ୍ପିଟାଲରେ ଭର୍ତ୍ତି
  • ||
  • ଗୁଲୁମୀ ଜଳପ୍ରପାତରେ ବୁଡ଼ି ଛତିଶଗଡ଼ର ଦୁଇ ଯୁବକ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଗଡଗୋବିନ୍ଦପୁର ପୂର୍ବତନ ସରପଞ୍ଚ କେ ହରିବନ୍ଧୁ ରେଡ୍ଡୀଙ୍କୁ ଆକ୍ରମଣ, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
  • ||
  • କନ୍ଧମାଳ : ଯୁବକଙ୍କୁ ସଂଘବଦ୍ଧ ଭାବେ ମରଣାନ୍ତକ ଆକ୍ରମଣ, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
  • ||
  • ଚିରନିଦ୍ରାରେ ପଦ୍ମଭୂଷଣ ରମାକାନ୍ତ ରଥ, ୯୧ ବୟସରେ ତ୍ୟାଗ କଲେ ଶେଷ ନିଶ୍ବାସ
  • ||
  • ଲସ୍କର ଆତଙ୍କୀ ଅବୁ କତାଲ ନିହତ; NIAର ମୋଷ୍ଟ ୱାଣ୍ଟେଡ ତାଲିକାରେ ଥିଲା
  • ||
  • ଭୁବନେଶ୍ୱର : କାର୍‌-ସ୍କୁଟର୍‌ ମୁହାଁମୁହିଁ ଧକ୍କା, ୨ ଗୁରୁତର
  • ||
  • ଓଡ଼ିଶାରେ ଉପରମୁହାଁ ତାତି, ୩ ଦିନ ପାଇଁ ହିଟ୍‌ଓ୍ବେଭ୍ ଆଲର୍ଟ, ୩ ଜିଲ୍ଲାକୁ ରେର୍ଡ ଏବଂ ୪ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
  • ||

ଆଇସିସି ଚାମ୍ପିଅନ୍ସ ଟ୍ରଫି: ଆଜି ଅଷ୍ଟ୍ରେଲିଆ-ଦକ୍ଷିଣ ଆଫ୍ରିକା ଟକ୍କର, ଦେଖିବାକୁ ମିଳିବ ସଂଘର୍ଷପୂର୍ଣ୍ଣ ମ୍ୟାଚ୍

Published By : Prameya | February 25, 2025 8:32 AM

ରାୱଲପିଣ୍ଡି,୨୫/୦୨: ଚଳିତ  ଚାମ୍ପିଅନ୍ସ ଟ୍ରଫିର ଗ୍ରୁପ୍‌-ବି’ରେ ମଙ୍ଗଳବାର ଦୁଇ ଶକ୍ତିଶାଳୀ ଦଳ ଦକ୍ଷିଣ ଆଫ୍ରିକା ଓ  ଅଷ୍ଟ୍ରେଲିଆ ପରସ୍ପରକୁ ଭେଟିବେ । ଏହି ମ୍ୟାଚ୍‌ ଜରିଆରେ ଉଭୟ ଦଳ ପଏଣ୍ଟ ତାଲିକାର ଶୀର୍ଷ ସ୍ଥାନ ପାଇଁ ପ୍ରୟାସ କରିବେ । 

ଉଭୟ ଦଳ ଗୋଟିଏ ଲେଖାଏଁ ମ୍ୟାଚ୍‌  ଜିତି ସାରିଛନ୍ତି । ଦକ୍ଷିଣ ଆଫ୍ରିକା ପ୍ରଥମ ମ୍ୟାଚ୍‌ରେ ଆଫଗାନିସ୍ତାନକୁ ୧୦୭ ରନ୍‌ରେ  ହରାଇଥିଲା । ସେହିପରି ଅଷ୍ଟ୍ରେଲିଆ ପ୍ରଥମ ମ୍ୟାଚ୍‌ରେ ଇଂଲଣ୍ଡକୁ ୫ ୱିକେଟ୍‌ରେ  ପରାଜିତ କରିଥିଲା । ବର୍ତ୍ତମାନ ରନ୍‌  ରେଟ୍‌ରେ ଦକ୍ଷିଣ ଆଫ୍ରିକା ଆଗରେ ରହିଛି । ମ୍ୟାଚ୍‌ର ବିଜେତା ଏକ ପ୍ରକାର ସେମି ସ୍ଥାନ ନିଶ୍ଚିତ କରିପାରିବ ।  

ଉଭୟ ଦଳ ଏକାଧିକ ମୁଖ୍ୟ ଖେଳାଳିଙ୍କ ବିନା ଏଥର ଚାମ୍ପିଅନ୍ସ ଟ୍ରଫିକୁ ଓହ୍ଲାଇଛନ୍ତି । ଅଷ୍ଟ୍ରେଲିଆ ଦଳରେ ପ୍ୟାଟ୍‌ କମିନ୍ସ, ଜୋସ ହାଜେଲଉଡ୍‌, ମିଚେଲ ଷ୍ଟାର୍କ, ମିଚେଲ  ମାର୍ଶ, ମାର୍କସ ଷ୍ଟାଇନିସ୍‌ ନାହାନ୍ତି । ଏମାନଙ୍କ ମଧ୍ୟରେ ୩ଜଣ ବିଶ୍ୱର ଶ୍ରେଷ୍ଠ ପେସ୍‌ ବୋଲର  ଓ ୨ଜଣ ପେସ୍‌ ବୋଲିଂ ଅଲ୍‌ରାଉଣ୍ଡର । ଦକ୍ଷିଣ ଆଫ୍ରିକା ମଧ୍ୟ ଆନରିଚ ନର୍ଜ ଓ  ଗେରାଲ୍ଡ କୋଏଜିଙ୍କ ଭଳି ପେସ୍‌ ବୋଲରଙ୍କୁ  ହରାଇଛି । 

ଉଭୟ ଦଳର ପେସ୍‌ ବୋଲିଂ  ବାହିନୀ ସାମାନ୍ୟ ଅନଭିଜ୍ଞ ରହିଛି । ମାତ୍ର ବ୍ୟାଟିଂ ବିଭାଗ ବେଶ୍‌ ଶକ୍ତିଶାଳୀ ଓ  ସୁଦୃଢ । ରାୱଲପିଣ୍ଡିର ବ୍ୟାଟିଂ ସ୍ୱର୍ଗ ଭାବେ  ଗଣା ହେଉଥିବା ପିଚ୍‌ରେ ବୋଲରମାନେ ଫଳାଫଳ ନିର୍ଣ୍ଣୟରେ ମୁଖ୍ୟ ଭୂମିକା ଗ୍ରହଣ କରିବେ । ଦକ୍ଷିଣ ଆଫ୍ରିକା ଓପନର ର‌୍ୟାନ ରିକେଲଟନ ଓ ଅଷ୍ଟ୍ରେଲିଆ ମଧ୍ୟ  କ୍ରମ ବ୍ୟାଟର ଜୋସ ଇଂଲିଶଙ୍କ ଉପରେ  ନଜର ରହିବ । ଉଭୟ ନିଜ ନିଜର ପ୍ରଥମ ମ୍ୟାଚ୍‌ରେ ଶତକ ଅର୍ଜନ କରିଛନ୍ତି ଓ ଦଳ  ପକ୍ଷରୁ ୱିକେଟ୍‌ କିପିଙ୍ଗ କରୁଛନ୍ତି । 

ଦକ୍ଷିଣ ଆଫ୍ରିକା ଏକାଦଶରେ ପରିବର୍ତ୍ତନ କରିପାରେ । କହୁଣୀରେ ଯନ୍ତ୍ରଣା ଥିବାରୁ ହେନରିକ କ୍ଲାସେନ ପ୍ରଥମ ମ୍ୟାଚ୍‌ ଖେଳିପାରିନଥିଲେ । ମଙ୍ଗଳବାର ମଧ୍ୟ  ଟସ୍‌ ପୂର୍ବରୁ ସେ ଫିଟ୍‌ନେସ୍‌ ପରୀକ୍ଷାରେ ସମ୍ମୁଖୀନ ହେବେ । ଫିଟ୍‌ ଘୋଷିତ ହେଲେ  ସେ ଖେଳିବା ନିଶ୍ଚିତ । ଫଳରେ ଓପନର ଟୋନି ଡି ଜର୍ଜି ଏକାଦଶରୁ ବାଦ ପଡ଼ିବେ ।  ତାଙ୍କ ସ୍ଥାନରେ ଆଡେନ ମାରକ୍ରମ ଓପନ  କରିବେ । ଅନ୍ୟ ଓପନର ରିକେଲଟନ ଏକାଦଶରେ ସ୍ଥାନ ବଜାୟ ରଖିବା ନିଶ୍ଚିତ । 

ଅଷ୍ଟ୍ରେଲିଆ ଏକାଦଶରେ  ପରିବର୍ତ୍ତନ କରିବା ସମ୍ଭାବନା ନାହିଁ । କେବଳ  ସିନ ଆବୋଟଙ୍କ ପାଇଁ ବେନ ଡାର୍ସିୟସ କିମ୍ବା ସ୍ପେନସର ଜନସନଙ୍କ ମଧ୍ୟରୁ ଜଣଙ୍କୁ ବାଦ ଦିଆଯାଇପାରେ । କାରଣ ଉଭୟ ବାମ ହାତି  ପେସ୍‌ ବୋଲର । ମଙ୍ଗଳବାର ଟ୍ରେଭିସ ହେଡ୍‌-କାଗିସୋ ରାବାଡା ଓ କ୍ଲାସେନ-ଆଡାମ ଜାମ୍ପା ଲଢ଼େଇ ମୁଖ୍ୟ ଆକର୍ଷଣ ସାଜିପାରେ । ରାବାଡାଙ୍କ ବିପକ୍ଷରେ ହେଡ୍‌ ୫୫ଟି ବଲ୍‌ର ସାମ୍ନା କରି  ୬୨ ରନ୍‌ ସଂଗ୍ରହ କରିଛନ୍ତି ଓ ୩ଥର ଆଉଟ୍‌ ହୋଇଛନ୍ତି । ସେହିପରି ଜାମ୍ପାଙ୍କ ବିପକ୍ଷରେ  କ୍ଲାସେନ ୮୯ଟି ବଲ୍‌ର ସାମ୍ନା କରି ୧୨୧  ରନ୍‌ କରିଛନ୍ତି ଓ ୨ଥର ଆଉଟ୍‌ ହୋଇଛନ୍ତି । 

ରନ୍‌ ପର୍ବ: ରାୱଲପିଣ୍ଡି ପିଚ୍‌କୁ ନେଇ  ଉଭୟ ଦଳର ଅଧିନାୟକ ଖୁସ୍‌ ଅଛନ୍ତି । ବ୍ୟାଟିଂ ପାଇଁ ପିଚ୍‌ ବେଶ ଅନୁକୂଳ ରହିବ । ଫଳରେ ବିସ୍ଫୋରକ ବ୍ୟାଟିଂ ସହ ବିଶାଳ ସ୍କୋର ସଂଗୃହୀତ ହେବା ଏକ ପ୍ରକାର  ନିଶ୍ଚିତ । ରାତ୍ରିରେ କାକର ପଡ଼ିବାର ସେଭଳି ସମ୍ଭାବନା ନାହିଁ । ତେଣୁ ଟସ ବିଜୟୀ ଦଳ ବ୍ୟାଟିଂ ନିଷ୍ପତ୍ତି ନେବା ଆଶା କରାଯାଉଛି ।

ସମ୍ଭାବ୍ୟ ଦଳ

ଦକ୍ଷିଣ ଆଫ୍ରିକା: ତେମ୍ବା ବଭୁମା(ଅଧିନାୟକ), ର‌୍ୟାନ  ରିକେଲଟନ, ରାଶି ଭାନ ଡର ଡୁସେନ, ଆଡେନ ମାରକ୍ରମ, ହେନରିକ୍‌ କ୍ଲାସେନ, ଡେଭିଡ୍‌ ମିଲର, ୱିଆନ ମୁଲ୍ଡର,  ମାର୍କୋ ଜାନସେନ, କେଶବ ମହାରାଜ,  କାଗିସୋ ରାବାଡା, ଲୁଙ୍ଗି ଏନ୍‌ଗିଡ଼ି । 

ଅଷ୍ଟ୍ରେଲିଆ: ମାଥ୍ୟୁ ସର୍ଟ, ଟ୍ରେଭିସ୍‌  ହେଡ୍‌, ଷ୍ଟିଭେନ ସ୍ମିଥ୍‌(ଅଧିନାୟକ),  ମାର୍ନସ ଲାବୁସାନ, ଜୋସ ଇଂଲିଶ, ଆଲେକ୍ସ କ୍ୟାରୀ, ଗ୍ଲେନ ମ୍ୟାକ୍ସୱେଲ୍‌,  ବେନ ଡାର୍ସିୟସ, ନାଥାନ ଏଲିସ, ଆଡାମ  ଜାମ୍ପା, ସ୍ପେନସର ଜନସନ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.