ନୂଆଦିଲ୍ଲୀ, ୧୯/୧୨ : ଆଇସିସି ଚାମ୍ପିୟନ୍ସ ଟ୍ରଫି ୨୦୨୫କୁ ଆଉ ମାତ୍ର ଦୁଇ ମାସ ବାକି ରହିଛି । ଏହାରି ଭିତରେ ପାକିସ୍ତାନର ଆଶା ନିଜ ଷ୍ଟାର ବ୍ୟାଟର ବାବର ଆଜମଙ୍କ ଉପରେ ରହିଛି । ବାବରଙ୍କ ଓ୍ବାନଡେ ଫର୍ମାଟରେ ରେକର୍ଡ଼ ବହୁତ ଭଲ ରହିଛି । କିନ୍ତୁ ନିକଟରେ ପ୍ରଦର୍ଶନ ତାଙ୍କ ଫର୍ମ ଉପରେ ଏବେ ପ୍ରଶ୍ନ ଛିଡ଼ା କରିଦେଇଛି । ୧୨୧ଦିନିକିଆରେ ୧୯ଶତକ ଏବଂ ୩୨ଅର୍ଦ୍ଧଶତକ ସାହାଯ୍ୟରେ ୫୮୩୨ରନ କରିବାରେ ବାବର ତୃତୀୟ ନମ୍ବରରେ ପାକିସ୍ତାନର ସବୁଠାରୁ ଭରଷା ପୂର୍ଣ୍ଣ ବ୍ୟାଟର । 

କିନ୍ତୁ ଗତ ଦୁଇ ବର୍ଷରେ ବାବର ଆଜମଙ୍କ ବ୍ୟାଟ୍ ନିରବ ରହିଥିବା ନଜର ଆସୁଛି । ବାବର ୨୦୨୩ରେ ନେପାଳ ବିରୁଦ୍ଧରେ ଶତକ ଲଗାଇଥିଲେ । କିନ୍ତୁ ଏହାପରେ ସେ ବଡ଼ ପାଳି ଖେଳିପାରି ନାହାନ୍ତି । ଏପରି କି ବିଶ୍ବକପ୍ ୨୦୨୩ରେ ବି ତାଙ୍କ ବ୍ୟାଟ ଏବଂ ଅଧିନାୟକ ଉଭୟରେ କୌଣସି ଖାସ୍ ଫରକ ପଡ଼ି ନାହିଁ । 

ବାବର ଆଜମଙ୍କ ତୃତୀୟ ନମ୍ବରରେ ୬୦.୧୨ପ୍ରତିଶତ ରହିଛି । ଯାହା ତାଙ୍କୁ ଏହି ପଜିଶନ ଲାଗି ସବୁଠାରୁ ମଜବୁତ କରୁଛି । ପାକିସ୍ତାନ ନିକଟରେ ତାଙ୍କ ବ୍ୟତୀତ କୌଣସି ବ୍ୟାଟର ନାହାନ୍ତି ଯିଏ ଏହି ପଜିଶନରେ ଭଲ ପ୍ରଦର୍ଶନ କରି ପାରିବ । ମାତ୍ର ଅଷ୍ଟ୍ରେଲିଆ ଏବଂ ସାଉଥ ଆଫ୍ରିକା ବିପକ୍ଷରେ ଓ୍ବାନଡେ ସିରିଜରେ ବାବରଙ୍କ ଖରାପ ପ୍ରଦର୍ଶନ ପାକିସ୍ତାନ ଲାଗି ଚିନ୍ତା ବଢାଇଛି ।