ପ୍ରମୂଖ ଖବର
  • ତାଳଚେର ହାଣ୍ଡିଧୁଆ ସ୍କୁଲର ରୂପାନ୍ତରଣ ପ୍ରକଳ୍ପର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ
  • ||
  • ତାଳଚେରରେ “ଏକ୍ ପେଡ୍ ମା’ କେ ନାମ ୨.୦” ଅଭିଯାନ ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ
  • ||
  • କଟକ : ଟ୍ରକ୍ ଧକ୍କାରେ ମହିଳା ହୋମଗାର୍ଡଙ୍କ ମୃତ୍ୟୁ, ଚାଳକ ଥାନାରେ ଅଟକ
  • ||
  • ଯାଜପୁର : ନଦୀରେ ଗାଧୋଇବାକୁ ଯାଇ ନିଖୋଜ ହୋଇଥିଲେ ବୃଦ୍ଧ, ମତ୍ସ୍ୟଜୀବୀଙ୍କ ଜାଲରୁ ମୃତଦେହ ଉଦ୍ଧାର
  • ||
  • କଟକ : ବୋଲେରୋ ଧକ୍କାରେ ସ୍ୱାମୀ ମୃତ, ସ୍ତ୍ରୀ ଓ ଝିଅ ଗୁରୁତର
  • ||
  • ଆଫ୍ରିକାରେ ୩ ଭାରତୀୟଙ୍କୁ ଅପହରଣ କରିନେଲେ ଅଲ୍ କାଏଦା ଆତଙ୍କୀ, ସୁରକ୍ଷିତ ଉଦ୍ଧାର ପାଇଁ ଭାରତର ପ୍ରକ୍ରିୟା
  • ||
  • ବୌଦ୍ଧ : ବାପାଙ୍କ ମୃତ୍ୟୁ ଖବର ଶୁଣି ଘରକୁ ଯାଉଥିଲେ ଦମ୍ପତି, ଦୁର୍ଘଟଣାରେ ଚାଲିଗଲା ଜୀବନ
  • ||
  • ବାଲେଶ୍ୱର : ବିପଦ ସଂକେତ ତଳେ ସୁବର୍ଣ୍ଣରେଖା, ଏବେବି ପାଣି ଘେରରେ ୨୦ରୁ ଅଧିକ ଗାଁ
  • ||
  • ୭ ଯାଏ ବର୍ଷା, ପଶ୍ଚିମ ଓଡ଼ିଶାରେ ପ୍ରବଳ ଛେଚିବ
  • ||
  • ଇଣ୍ଡୋନେସିଆ ବାଲିରେ ଅଘଟଣ, ୬୫ ଯାତ୍ରୀଙ୍କୁ ନେଇ ଯାଉଥିବା ଡଙ୍ଗା ବୁଡ଼ି ୪ ମୃତ, ଅନେକ ନିଖୋଜ
  • ||

ଭାରତ- ପାକ୍ ମ୍ୟାଚ୍ ଲାଗି କେତେ ଦେବାକୁ ହେବ ଟଙ୍କା ? ଜାଣନ୍ତୁ...

Published By : Gurupada Nath | February 2, 2025 6:00 PM

ନୂଆଦିଲ୍ଲୀ, ୨/୨ :  ଚାମ୍ପିୟନ୍ସ ଟ୍ରଫି ୨୦୨୫ ଫେବୃଆରୀ ୧୯ରୁ ଆରମ୍ଭ ହେବ । ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ୍ ପାକିସ୍ତାନ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ । ସେହିଭଳି ଭାରତର ପ୍ରଥମ ମ୍ୟାଚ୍ ବାଂଲାଦେଶ ସହ ହେବ । ଏହି ମ୍ୟାଚ୍ ୨୦ଫେବୃଆରୀରୁ ଆୟୋଜିତ ହେବ । ଚାମ୍ପିୟନ୍ସ ଟ୍ରଫି ଲାଗି ଟିକେଟର ବିକ୍ରି ସୋମବାରରୁ ଆରମ୍ଭ ହେବ । ପାକିସ୍ତାନ କ୍ରିକେଟ ବୋର୍ଡ଼ ଏହାର ସୂଚନା ସୋସିଆଲ ମିଡ଼ିଆ ମାଧ୍ୟମରେ ଦେଇଛି । ଟିକେଟର ଦାମ୍ ୧ ହଜାର ପାକିସ୍ତାନ ଟଙ୍କାରେ ଆରମ୍ଭ ହେବ ।

ପିସିବି ରବିବାର ସୋସିଆଲ ମିଡ଼ିଆ ମାଧ୍ୟମରେ ଟିକେଟ ବିକ୍ରିକୁ ନେଇ ସୂଚନା ଦେଇଛି । ବୋର୍ଡ଼ ପକ୍ଷରୁ କୁହାଯାଇଛି କି ପାକିସ୍ତାନରେ ହେବାକୁ ଥିବା ମ୍ୟାଚ୍ ଲାଗି ସବୁଠାରୁ କମ୍ ଦରର ଟିକେଟ ୧୦୦୦ପାକିସ୍ତାନ ଟଙ୍କା ଅଟେ । ଯାହାକି ମହଙ୍ଗା ଟିକେଟ ୨୫୦୦୦ପାକିସ୍ତାନ ଟଙ୍କାର ଅଟେ । ଯଦି ଏହାକୁ ଭାରତୀୟ ଟଙ୍କାରେ କନଭର୍ଟ ହେବ ତେବେ ପ୍ରାୟ ୭୭୬୬ଟଙ୍କାର ହେବ । ପିସିବି ସୋମବାରରୁ ଟିକେଟର ବିକ୍ରି ଆରମ୍ଭ କରିବ । 

ଯଦି ଆପଣ ଭାରତର ଅଟନ୍ତି ଏବଂ ପାକିସ୍ତାନ ଯାଇ ମ୍ୟାଚ୍ ଦେଖିବାକୁ ଚାହୁଁଛନ୍ତି ତେବେ ଅନଲାଇନ ଟିକେଟ କିଣିବାକୁ ହେବ । ଏଥିଲାଗି ଆଇସିସି କିମ୍ବା ପାକିସ୍ତାନ କ୍ରିକେଟ ବୋର୍ଡ଼ର ଓ୍ବେବସାଇଟରେ ଭିଜିଟ୍ କରିବାକୁ ହେବ । ଟିକେଟ କିଣିବା ପୂର୍ବରୁ ଆପଣଙ୍କୁ ପାସପୋର୍ଟ ନମ୍ବର ବି ପକାଇବାକୁ ହେବ । ପିସିବି ଅଫଲାଇନ ଟିକେଟ କିଣିବାକୁ ବି ବ୍ୟବସ୍ଥା କରିଛି । କିନ୍ତୁ ଏହା ପାକିସ୍ତାନ ନାଗରିକଙ୍କ ଲାଗି ଅଟେ । ପ୍ରାୟ ୨୬ସହରରେ ଟିକେଟ ଲାଗି ଭିନ୍ନ ଭିନ୍ନ ଆଉଟଲେଟ ଖୋଲାଯାଇଛି ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.