ନୂଆଦିଲ୍ଲୀ, ୨୨/୧ : ବିଜେପିକୁ ମାତ୍ ଦେବା ଲାଗି ହେବାକୁ ଯାଉଥିଲା ମେଣ୍ଟ । ମାତ୍ର ସବୁ ଚର୍ଚ୍ଚାରେ ପଡ଼ିଛି ପୂର୍ଣ୍ଣଚ୍ଛେଦ । ଚଣ୍ଡିଗଡ଼ ମେୟର ନିର୍ବାଚନରେ ବିଜେପି ବିପକ୍ଷରେ ଏକାଠି ନିର୍ବାଚନ ଲଢ଼ିବା ନେଇ କାଲି ବୈଠକରେ ନିଷ୍ପତ୍ତି ହୋଇଥିଲା । ମାତ୍ର ଆଜି ଉଭୟ ଦଳ ପୃଥକ ପୃଥକ ନିର୍ବାଚନ ଲଢ଼ିବାକୁ ଘୋଷଣା କରିଛନ୍ତି । ଆପ୍ ଦଳରେ ବିଦ୍ରୋହ ରହିଥିବା କୁହାଯାଉଛି । ଯେଉଁ କାରଣରୁ ଡେପୁଟି ମେୟର ପଦ ପାଇଁ ଆପ କାଉନସିଲର ରାମଚନ୍ଦ୍ର ଯାଦବ ସ୍ବାଧିନ ଭାବେ ନାମାଙ୍କନ ଦାଖଲ କରିଛନ୍ତି । ଦୁଇଜଣ କଂଗ୍ରେସ କାଉନସିଲର ରାମଚନ୍ଦ୍ର ଯାଦବଙ୍କ ନାମ ପ୍ରସ୍ତାବ ଦେଇଥିଲେ। ଯାଦବ କହିଥିଲେ ଯେ ସେ ନିର୍ବାଚନ ପାଇଁ ଦଳର ପ୍ରାର୍ଥୀତ୍ୱ ପାଇଁ ଅନୁରୋଧ କରିଥିଲେ, କିନ୍ତୁ ଦଳ ମନା କରିଦେଇଥିଲା। ତଥାପି, ସେ ଆମ ଆଦମୀ ପାର୍ଟି ସହିତ ରହିଛନ୍ତି । ଦଳ ଏବେ ଯାହା ଚାହିଁବ ତାହା କରିପାରିବ ।

କହି ରଖୁଛୁ କି, ଚଣ୍ଡିଗଡ଼ ନିଗମରେ ୩୫ କାଉନସିଲର ଅଛନ୍ତି । ମେୟର ନିର୍ବାଚନ ଜିତିବା ପାଇଁ ଯେକୌଣସି ଦଳକୁ ୧୯ ଭୋଟ୍ ଆବଶ୍ୟକ । ତେବେ ବିଜେପି ପାଖରେ ରହିଛନ୍ତି ୧୮ କାଉସିଲର । ସେପଟେ ଆପ ପାଖରେ ୧୧ ଜଣ ରହିଥିବାବେଳେ କଂଗ୍ରେସ ପାଖରେ ୬ କାଉନସିଲରଙ୍କ ସହ ଗୋଟିଏ ସାଂସଦଙ୍କ ଭୋଟ ରହିଛି । ଯଦି ମେଣ୍ଟ ହୋଇଥାନ୍ତା ତାହେଲେ ଆପ-କଂଗ୍ରେସ ପାଖରେ ୧୮ ଭୋଟ୍ ରହିଛି । ଏବଂ ବିଜେପି ପାଖରେ ୧୮ ରହିଛି । ଆଉ ଗୋଟିଏ ଭୋଟ୍ ଆବଶ୍ୟକ ରହିଥିବାବେଳେ ଯଦି ମେଣ୍ଟ ଭାଙ୍ଗିଛି ତାହେଲେ ବିଜେପି ପାଇଁ ରାସ୍ତା ଖୋଲା ହେବ ।

ଆହୁରି ପଢ଼ନ୍ତୁ : ବିଜେପି ଉପରେ ପଡ଼ିବ କି ପ୍ରଭାବ ? ଚଣ୍ଡିଗଡ଼ ମେୟର ନିର୍ବାଚନରେ ଏକାଠି ହେଲେ ଆପ୍- କଂଗ୍ରେସ