ଭୁବନେଶ୍ୱର ୧୦/୦୬: କାଠଯୋଡ଼ି ନଦୀରୁ ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ଭଞ୍ଜବାଳା ହେମ୍ବ୍ରମ୍ଙ୍କ ମୃତଦେହ ମିଳିବା ଘଟଣା। ହାଇକୋର୍ଟରେ ଚନ୍ଦ୍ରିକାରଙ୍କ ପୁରୁଷ ବନ୍ଧୁ ଭୀମସେନ ଟୁଡ଼ୁ। ଆଗୁଆ ଜାମିନ୍ ଆବେଦନ କଲେ ଭୀମସେନ୍ ଟୁଡୁ। ଗତ ୪ ତାରିଖରେ ଚନ୍ଦ୍ରିକାଙ୍କ ମୃତ୍ୟୁ ପରେ ଫେରାର ଥିଲେ OAS ପ୍ରେମିକ।
ଅଧିକ ପଢ଼ନ୍ତୁ :- ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ମୃତ୍ୟୁ ମାମଲାରେ ନୂଆ ମୋଡ଼: ଡିପ୍ରେସନ୍ ପରଠୁ ଡଏରୀ ଲେଖୁଥିଲେ, ସୁଇସାଇଡ୍ ଦିନ ସାଙ୍ଗରେ ନେଇଥିଲେ କହିଲେ ପିଉସୀ ଝିଅ
ସୂଚନା ଯୋଗ୍ୟ ଯେ, ଚନ୍ଦ୍ରିକାଙ୍କ ମା’ ହୀରାମଣି ହାଂସଦାଙ୍କ ଏତଲା ପରେ ବାରଙ୍ଗ ଥାନା ପୁଲିସ ବିଏନ୍ଏସ୍ ଧାରା ୧୦୮ରେ ମାମଲା ରୁଜୁ କରିଛି । ଏହା ଜାମିନ ବିହୀନ ଧର୍ତ୍ତବ୍ୟ ଅପରାଧ ଶ୍ରେଣୀର ଓ ଏଥିରେ ୧୦ ବର୍ଷ ପର୍ଯ୍ୟନ୍ତ ଦଣ୍ଡାଦେଶ ଓ ଜରିମାନାର ବ୍ୟବସ୍ଥା ରହିଛି । ବିନା ୱାରେଣ୍ଟ୍ରେ ପୁଲିସ ଅଭିଯୁକ୍ତଙ୍କୁ ଗିରଫ କରିପାରେ ବୋଲି ଗଣାମାଧ୍ୟମରେ ସୂଚନା ପାଇଥିଲେ ପୁରୁଷ ବନ୍ଧୁ। ଗିରଫ ଭୟ ଓଏଏସ୍ ପ୍ରେମିକ ହାଇକୋର୍ଟରେ ଜାମିନ୍ ଆବେଦନ କରିଛନ୍ତି। ତେରେ ସେ ହାଇକୋର୍ଟରେ ଆଗୁଆ ଜାମିନ୍ ଆବେଦନ କରୁଥିବା ସୂଚନା ମିଳିଛି।
ଅଧିକ ପଢ଼ନ୍ତୁ :- ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ମୃତ୍ୟୁ ମାମଲା: ଗୋରୀ ଝିଅ ଚାହୁଁଥିଲେ OAS ପ୍ରେମିକ, ମୃତଦେହ ମିଳିବା ପରଠୁ ଫେରାର୍
ଗତ ୪ତାରିଖ ସକାଳେ ନେତାଜୀ ସୁଭାଷ ସେତୁ ତଳୁ ବାରଙ୍ଗ ଥାନା ପୁଲିସ ଚନ୍ଦ୍ରିକାଙ୍କ ମୃତଦେହ ଜବତ କରିଥିଲା । ଚନ୍ଦ୍ରିକାଙ୍କ ଘର ମୟୂରଭଞ୍ଜ ଓ ସେ ବାଲେଶ୍ୱର ମେଡ଼ିକାଲ୍ କଲେଜରେ ଏମ୍ବିବିଏସ୍ ପଢ଼ୁଥିଲେ । ମୃତଦେହ ମିଳିବା ପରେ ପରିବାର ଏହି ମୃତ୍ୟୁ ପାଇଁ ଚନ୍ଦ୍ରିକାଙ୍କ ପ୍ରେମିକ ଓ ପ୍ରେମିକଙ୍କ ଝିଅ ସାଙ୍ଗକୁ ଦାୟୀ କରି ବାରଙ୍ଗ ଥାନାରେ ଏତଲା ଦେଇଥିଲେ ।