ନୂଆଦିଲ୍ଲୀ, ୨୫/୦୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୬ ଜୁଲାଇ ୨୦୨୬ରେ ‘ବିକଶିତ ଭାଇବ୍ରାଣ୍ଟ ଭିଲେଜ ପ୍ରୋଗ୍ରାମ୍ ୨୦୨୬’ର ଅଂଶଗ୍ରହଣକାରୀଙ୍କ ସହ ଭିଡିଓ କନଫରେନ୍ସିଂ ଜରିଆରେ ସିଧାସଳଖ ଆଲୋଚନା କରିବେ। ଏହି କାର୍ଯ୍ୟକ୍ରମରେ ଲଦାଖ, ହିମାଚଳ ପ୍ରଦେଶ ଏବଂ ଉତ୍ତରାଖଣ୍ଡର ୭୪ଟି ସୀମାନ୍ତ ଗାଁ ସହ ୪୦୦ରୁ ଅଧିକ ଯୁବକ-ଯୁବତୀ ସାମିଲ୍ ହେବେ ।କା ର୍ଯ୍ୟକ୍ରମର ଉଦ୍ଦେଶ୍ୟ ଯୁବପିଢ଼ିଙ୍କୁ ସୀମାନ୍ତ ଅଞ୍ଚଳର ବାସ୍ତବ ସ୍ଥିତି ସହ ପରିଚିତ ହେବା ।
ପ୍ରଧାନମନ୍ତ୍ରୀ ରବିବାର ଅପରାହ୍ନ ୪ଟା ୩୦ ମିନିଟ୍ରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏହି କାର୍ଯ୍ୟକ୍ରମର ଅଂଶଗ୍ରହଣକାରୀଙ୍କ ସହ ମତବିନିମୟ କରିବେ। ଦେଶବ୍ୟାପୀ ଆୟୋଜିତ ଅନଲାଇନ୍ କୁଇଜ୍ ପ୍ରତିଯୋଗିତା ମାଧ୍ୟମରେ ପ୍ରତ୍ୟେକ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ୪୦୦ରୁ ଅଧିକ ଯୁବ ପ୍ରତିନିଧିଙ୍କୁ ଏହି କାର୍ଯ୍ୟକ୍ରମ ପାଇଁ ଚୟନ କରିଯାଇଛି ।
ଏହା ପୂର୍ବରୁ ‘ବିକଶିତ ଭାଇବ୍ରାଣ୍ଟ ଭିଲେଜ ପ୍ରୋଗ୍ରାମ୍ ଜୁନ ୪ ତାରିଖରୁ ଜୁନ ୩୦ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହୋଇଥିଲା। ଏଥିରେ ଲଦାଖ, ହିମାଚଳ ପ୍ରଦେଶ ଓ ଉତ୍ତରାଖଣ୍ଡର ୭୪ଟି ସୀମାନ୍ତ ଭାଇବ୍ରାଣ୍ଟ ଗାଁର .ଯୁବକ ଓ ଯୁବତୀଙ୍କୁ ସାମିଲ୍ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଭାରତର ସୀମାନ୍ତ ଅଞ୍ଚଳର ସାମାଜିକ-ଆର୍ଥିକ ସ୍ଥିତି, ସାଂସ୍କୃତିକ ଐତିହ୍ୟ ଏବଂ ବିକାଶମୂଳକ ଆକାଂକ୍ଷାକୁ ନିକଟରୁ ଜାଣିବାର ସୁଯୋଗ ପ୍ରଦାନ କରିଥିଲା। ‘ମାଇ ଭାରତ’ (MY Bharat) ମାଧ୍ୟମରେ ଏହି କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା। ଦେଶର ସୀମାନ୍ତ ଗାଁଗୁଡ଼ିକୁ ବିକାଶର ମୁଖ୍ୟଧାରା ସହ ଯୋଡ଼ିବା ଏବଂ ଯୁବପିଢ଼ିଙ୍କୁ ସୀମାନ୍ତ ଅଞ୍ଚଳର ବାସ୍ତବ ଚିତ୍ର ସହ ପରିଚିତ କରାଇବା ଏହାର ମୂଳ ଲକ୍ଷ୍ୟ।
‘ସୀମାନ୍ତ ଗାଁ ହେଉଛି ଦେଶର ପ୍ରଥମ ଗାଁ’ । ପ୍ରଧାନମନ୍ତ୍ରୀ ଏହି ଦୃଷ୍ଟିକୋଣକୁ ସାକାର କରିବା ପାଇଁ ‘ବିକଶିତ ଭାଇବ୍ରାଣ୍ଟ ଭିଲେଜ ପ୍ରୋଗ୍ରାମ୍’ର ପରିକଳ୍ପନା କରାଯାଇଛି। ଏହା ମାଧ୍ୟମରେ ସୀମାନ୍ତ ଗାଁଗୁଡ଼ିକୁ ‘ବିକଶିତ ଭାରତ’ ଗଠନ ଯାତ୍ରାରେ ସକ୍ରିୟ ଅଂଶୀଦାର କରିବାକୁ ଲକ୍ଷ୍ୟ ରଖାଯାଇଛି ।
ଅଧିକ ପଢ଼ନ୍ତୁ-EPF Calculator: ପ୍ରତି ମାସ କଟୁଛି ପିଏଫ୍,୨୫ ହଜାର ଦରମା ପାଉଥିଲେ ଜାଣି ରଖନ୍ତୁ ସର୍ବ ମୋଟ କେତେ ଟଙ୍କା ପାଇବେ ?