ଭୁବନେଶ୍ୱର ୦୭/୦୬: କାଠଯୋଡ଼ି ନଦୀରୁ ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ଭଞ୍ଜବାଳା ହେମ୍ବ୍ରମ୍‌ଙ୍କ ମୃତଦେହ ମିଳିବା ଘଟଣାରେ ଆସିଲା ନୂଆ ମୋଡ଼। ଭୁବନେଶ୍ୱରରେ ରହୁଥିବା ଚନ୍ଦ୍ରିକାଙ୍କ ପିଉସୀ ଝିଅ ଭଉଣୀ ଖୋଲିଲେ ସାଙ୍ଘାତିକ ସତ। ଚନ୍ଦ୍ରିକା ଏବଂ ତାଙ୍କ ପୁରୁଷ ବନ୍ଧୁ ମଧ୍ୟରେ ମନ ମାଳିନ୍ୟପର ଠାରୁ ଡାଏରୀ ଲେଖୁଥିଲେ ଚନ୍ଦ୍ରିକା। ଯାହାକି ଚନ୍ଦ୍ରିକା ଏବଂ ତାଙ୍କ ପିଉସୀ ଝିଅ ଭଉଣୀ ରଶ୍ମିତା ଗୋଟିଏ ପ୍ରକାର ଡାଏରୀ କିଣିଥିଲେ। 

ଅଧିକ ପଢ଼ନ୍ତୁ :-  ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ମୃତ୍ୟୁ ମାମଲା: ଗୋରୀ ଝିଅ ଚାହୁଁଥିଲେ OAS ପ୍ରେମିକ, ମୃତଦେହ ମିଳିବା ପରଠୁ ଫେରାର୍‌

ସେହି ଡାଏରୀରେ ଚନ୍ଦ୍ରିକା ସବୁ ଲେଖୁଥିଲେ, ଯାହାକୁ ଦେଖିବା ପାଇଁ ଅନେକ ଥର ରଶ୍ମିତା ମାଗିଥିଲେ ସୁଦ୍ଧା ସେ ଦେଇ ନ ଥିଲେ। ଏପରିକି ଘଟଣା ପୂର୍ବରୁ ଭୁବନେଶ୍ୱର ଯାଇଥିବା ବେଳେ ଚନ୍ଦ୍ରିକା ସେହି ଡାଏରୀ ନେଇ ଲେଖିଥିବା କହିଛନ୍ତି ତାଙ୍କ ଭଉଣୀ। ହେଲେ ସେହି ଡାଏରୀ ତାଙ୍କ ଘରେ ନାହିଁ କିମ୍ବା ପୁଲିସ ଜବତ କରିଥିବା ତାଙ୍କ ବ୍ୟାଗରେ ନାହିଁ। ଯାହା ରଶ୍ମିତାଙ୍କୁ ଆଶ୍ଚର୍ଯ୍ୟ କରିଛି। ଏପରିକି ଘଟଣା ଘଟିବା ପରେ ଭଉଣୀର ଫଟୋ ପୁରୁଷ ବନ୍ଧୁଙ୍କୁ ପଠାଇ କଟକ ଡାକିଥିଲେ ରଶ୍ମିତା। କିନ୍ତୁ ମେସେଜ ଦେଖିଥିଲେ ସୁଦ୍ଧା କୌଣସି କିଛି ଉତ୍ତର ଦେଇ ନାହାନ୍ତି ବରଂ ଚନ୍ଦ୍ରିକା ଏବଂ ସମ୍ପର୍କୀୟଙ୍କୁ ନିଜ ସୋସିଆଲ ହ୍ୟାଣ୍ଡେଲ ରୁ ଅନଫୋଲୋ କରି ଦେଇଥିଲେ ଓଏଏସ୍ ପ୍ରେମିକ।