ପ୍ରମୂଖ ଖବର
  • ବିହାର ଭୋଟର ତାଲିକାରୁ କଟିପାରେ ୩୪ ଲକ୍ଷ ମତଦାତାଙ୍କ ନାଁ, କାରଣ କହିଲେ ନିର୍ବାଚନ ଆୟୋଗ
  • ||
  • ବିହାର ରାଜନୀତିରେ ବଡ଼ ଟ୍ବିଷ୍ଟ, ଖୁବଶୀଘ୍ର ନୂଆ ଦଳ ଘୋଷଣା କରିପାରନ୍ତି ତେଜ ପ୍ରତାପ ଯାଦବ
  • ||
  • ଜନ୍ମଦିନରେ ଛତିଶଗଡ଼ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପୁଅ ଗିରଫ; ଅବକାରୀ ଦୁର୍ନୀତି ମାମଲାରେ ବନ୍ଧିଲା ଇଡି
  • ||
  • ସକାଳେ ଗୁଳୁଗୁଳି, ଅପରାହ୍ନରେ ବର୍ଷା: ଭିଜିବ ଉପକୂଳରୁ ନେଇ ଆଭ୍ୟନ୍ତରୀଣ ଓଡ଼ିଶା, ୨୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
  • ||
  • FM କଲେଜରେ ପହଞ୍ଚିଲେ ୟୁଜିସି ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍, ତଦନ୍ତ କରୁଛନ୍ତି ୪ ଜଣିଆ ଦଳ
  • ||
  • ଚାକିରି ଆଶା ଦେଖାଇ ଯୁବତୀଙ୍କୁ ନିର୍ଯାତନା: ରାଜସ୍ଥାନରୁ ଉଦ୍ଧାର ପରେ ଘରକୁ ଫେରିଲେ ଝିଅ
  • ||
  • ରାଜଧାନୀରେ ବିଭତ୍ସ ହତ୍ୟାକାଣ୍ଡ, ଯୁବକଙ୍କୁ ପଥରରେ ଛେଚି ମାରିଦେଲେ ବାଇକ୍ ଚୋର
  • ||
  • ଦିଲ୍ଲୀରେ ପୁଣି ୨୦ ଅଧିକ ବୋମା ଧମକ,ଆସିଥିଲା ଧମକପୂର୍ଣ୍ଣ ମେଲ୍, ପୁଲିସର ତଦାଘନା
  • ||
  • ଭୂକମ୍ପ ଝଟକାରେ ଥରିଲା ଚିଲି, ରିକ୍ଟର ସ୍କେଲରେ ତୀବ୍ରତା ୫.୭ ରେକର୍ଡ଼
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ଆତ୍ମାହୁତି ଘଟଣା: ଆଜି ବାଲେଶ୍ୱରରେ ଉଚ୍ଚଶିକ୍ଷା ବିଭାଗ କମିଟିର ତଦନ୍ତ, ଉପସ୍ଥିତ ରହିବେ ଆଇସିସିର ସମସ୍ତ ସଦସ୍ୟ
  • ||
  • TRFକୁ ଆତଙ୍କୀ ସଂଗଠନ ଘୋଷଣା କଲା ଆମେରିକା, ପହଲଗାମ ଆତଙ୍କୀ ଆକ୍ରମଣ ପାଇଁ କଲା ଦାୟୀ
  • ||

ଟାଉନ ପ୍ଲାନିଂ ସ୍କିମରେ ହେବ ପରିବର୍ତ୍ତନ, ରାସ୍ତା ସମସ୍ୟା ଦୂର ପାଇଁ ଆସିବ ଆଇନ : ନଗର ଉନ୍ନୟନ ମନ୍ତ୍ରୀ

Published By : Suraj Kumar | January 27, 2025 9:59 PM

ଭୁବନେଶ୍ବର,୨୭।୧ : ଓଡ଼ିଶାରେ ନିର୍ମାଣ ହେବ ନୂଆ ସହର। ଏଥିସହ ପୁରୁଣା ସହରର ହେବ ନବକଳେବର। ଟାଉନ ପ୍ଲାନିଂ ସ୍କିମରେ ହେବ ପରିବର୍ତ୍ତନ । ଓଡ଼ିଶାରେ ୧୭  ପ୍ରତିଶତ ଟାଉନ୍ ସିପ ରହିଛି ତାହା ୩୦ ପ୍ରତିଶତ ପର୍ଯ୍ୟନ୍ତ ସମ୍ପ୍ରସାରିତ ହେବ ।  ସେହିପରି ଜାଗା କିଣି ରାସ୍ତା ନ ଥିବାରୁ ଲୋକମାନେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ରାସ୍ତା ସମସ୍ୟା ଦୂର ପାଇଁ ଆଇନ ଆସିବ ବୋଲି ନଗର ଉନ୍ନୟନ  ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର କହିଛନ୍ତି।

୨୦୩୬ ରେ ବିକଶିତ ଓଡିଶା ପାଇଁ ଚିନ୍ତା କରୁଛୁ। ତେଣୁ ସହରର ବିକାଶରେ ଓଡ଼ିଶାର ବିକାଶ ହେବ ଏନେଇ ଗୁରୁତ୍ୱ ଦିଆଯାଉଛି । ସବୁ ଡେଭଲପମେଣ୍ଟ ଅଧିକାରୀ ମାନଙ୍କ ସହ ଆଲୋଚନା ହୋଇଛି କିଛି ଏଜେଣ୍ଡା ଅନୁସାରେ ଟାଉନସିପ ବଢିଲେ ସହରର ବିକାଶରେ ଓଡ଼ିଶାର ବିକାଶ ହେବ । ଟାଉନ ପ୍ଲାନିଂ ସ୍କିମରେ ନୂଆ ସହର ହେବ, ରିଂ ରୋଡ଼ ହେବ । ଯେଉଁଠି ଟାଉନ ପ୍ଲାନର ଅଭାବ ଅଛି ତାହା ପୂରଣ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି ।  

ଯେଉଁ ଅଞ୍ଚଳରେ ପୁରୁଣା ସହର ରହିଛି ,ପୁରୁଣା ଘର ବା ଜାଗା ଅଛି ହେଲେ ଲୋକ ରାସ୍ତା କଥା ଭାବି ଘର କରି ପାରୁନାହାନ୍ତି ସେଥିପାଇଁ ନୂଆ ଆଇନ ଆସିବାକୁ ଯାଉଛି । ଯଦ୍ୱାରା ସହରୀକରଣ ସରଳୀକରଣ ହେବ ।   ଟ୍ରାଇ ସିଟି ଡେଭଲପେମଣ୍ଟ ଅଧିକାରୀମାନଙ୍କ ସହ ଆଲୋଚନା ହୋଇଛି । ଏହା ସହ ବ୍ରହ୍ମପୁରର ବିକାଶ ପାଇଁ ସ୍ବେରେଜ ଓ ଡ୍ରେନେଜ ପାଇଁ ଆଲୋଚନା ହୋଇଛି । ନୂଆ ଟାଉନ ପ୍ଲାନିଂ ସ୍କିମରେ ବୃହତ ସମ୍ବଲପୁର ଓ ବୃହତ ରାଉରକେଲା ପାଇଁ ଆଲୋଚନା ହୋଇଛି । ବିଲ୍ଡର ହୁଅନ୍ତୁ କି ସାଧାରଣ ଲୋକ ସରଳ ପ୍ରକ୍ରିୟାରେ ଲୋକମାନେ ନିର୍ଦ୍ଧାରିତ ସମୟରେ ଘର କରିବା କେମିତି ସମ୍ଭବ ହେବ ସେନେଇ ଆଲୋଚନା ହୋଇଛି ।   ପାର୍ଟ ପ୍ଲଟ ପାଇଁ ବ୍ୟବସ୍ଥା କରାଯାଉଛି । ଯେଉଁ ଘର ଗୁଡିକ ପାଇଁ ରେଜିଷ୍ଟ୍ରେସନରେ ବାଧା ଥିଲା ତାହା ମଧ୍ୟ ସମାଧାନ କରାଯାଉଛି  ବୋଲି ମନ୍ତ୍ରୀ କହିଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.