ପ୍ରମୂଖ ଖବର
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ଟିଣ ଘରେ ପୂଜା ପାଉଛନ୍ତି ଚତୁର୍ଦ୍ଧାମୂର୍ତ୍ତି : ମନ୍ଦିର ପାଇଁ ମିଳିଛି ୪ କୋଟି, ଦେଢ଼ ବର୍ଷ ପରେ ବି ଆଗଉନି କାମ

Published By : Krishna Priya | November 25, 2024 12:06 PM

ନାରାୟଣପାଟଣା ୨୫/୧୧: ରାଜରାଜୁଡ଼ା ଅମଳରୁ ନାରାୟଣପାଟଣା ଠାରେ ଏକ ଟିଣ ଘରେ ପୂଜା ପାଉଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ନୂତନ ମନ୍ଦିର ନିର୍ମାଣ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ମିଳିଛି ୪ କୋଟି ଟଙ୍କା । ଏ ଭିତରେ ବିତିଗଲାଣି ଦୀର୍ଘ ୨୦ ମାସ । ଅଥଚ ମନ୍ଦିର ପରିଚାଳନା କମିଟି ନ ଥିବାରୁ ଆଗେଇ ପାରୁନି କାମ । ଏହାକୁ ନେଇ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ଖୋଦ୍‌ ବ୍ଲକ୍‌ ଅଧ୍ୟକ୍ଷ ଏଥିରେ ହସ୍ତକ୍ଷେପ କରିବାକୁ ସେମାନେ ଜିଲ୍ଲାପାଳଙ୍କୁ ନିବେଦନ କରିଛନ୍ତି । 

ଏହି ମନ୍ଦିର ଦକ୍ଷିଣ ଓଡ଼ିଶାର ବହୁ ପୁରାତନ । ୧୫୭୦ ଖ୍ରୀଷ୍ଟାବ୍ଦରେ ଏହା ନିର୍ମାଣ କରାଯାଇଥିବା ମାଦଳା ପାଞ୍ଜିରେ ବର୍ଣ୍ଣନା ରହିଛି । କାଳକ୍ରମେ ରାଜରାଜୁଡ଼ା ଅମଳରୁ ଏକ ଟିଣ ଘରେ ଠାକୁର ପୂଜା ପାଇ ଆସୁଛନ୍ତି । ଦାନଦକ୍ଷିଣାରେ ନୀତିକାନ୍ତି କରାଯାଉଛି । ଅଞ୍ଚଳବାସୀଙ୍କ ପ୍ରଚେଷ୍ଟାରେ ନୂତନ ମନ୍ଦିର ନିର୍ମାଣ ଆରମ୍ଭ ହୋଇଛି । ସମ୍ପୂର୍ଣ୍ଣ କରିବା ପାଇଁ ୨୦୨୩ ଫେବ୍ରୁଆରୀ ୭ ତାରିଖରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫-ଟି ଯୋଜନାରେ ୪ କୋଟି ଟଙ୍କା ପ୍ରଦାନ କରିଛନ୍ତି । ପୂର୍ତ୍ତ ବିଭାଗ ଅଧୀନରେ ଏହି କାମର ଟେଣ୍ଡର କରାଯାଇଛି । ଜୟପୁର ସହରର ଜଣେ ଠିକାଦାର ନିର୍ମାଣ ପାଇଁ ଟେଣ୍ଡର ପାଇଛନ୍ତି । ହେଲେ ମନ୍ଦିର ପରିଚାଳନା କମିଟି ନ ଥିବାରୁ କାମ ତ୍ୱରାନ୍ୱିତ ହୋଇପାରୁନି ବୋଲି ବିଭାଗୀୟ ଯନ୍ତ୍ରୀ ଓ ଠିକାଦାର କହିଛନ୍ତି । 

ମନ୍ଦିର ନିର୍ମାଣ କମିଟି ରହିଛି । ଉକ୍ତ କମିଟି ସଦସ୍ୟଙ୍କ ମଧ୍ୟରେ ସମନ୍ୱୟ ରହୁନି । ଏଣୁ ନିର୍ମାଣରେ ବାଧା ସୃଷ୍ଟି ହେଉଥିବା ବିଭାଗୀୟ ଅଧିକାରୀ କହିଛନ୍ତି । ଏହାରି ଭିତରେ ୨୦ ମାସ ବିତିଯାଇଥିଲେ ସୁଦ୍ଧା କାମ ଆଗେଇ ପାରୁନି । ବ୍ଲକ୍‌ ଅଧ୍ୟକ୍ଷ ଗାଲାଦି ତ୍ରିନାଥ କାର୍ଯ୍ୟ ତ୍ୱରାନ୍ୱିତ ପାଇଁ ଅଭିଯୋଗ ଶୁଣାଣି ପ୍ରକୋଷ୍ଠରେ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ତୁରନ୍ତ ସ୍ଥାୟୀ ସମାଧାନ କରିବାକୁ ନିବେଦନ କରିଛନ୍ତି । ଯଥାଶୀଘ୍ର ଏକ ସ୍ଥାୟୀ ପରିଚାଳନା କମିଟି ଗଠନ କଲେ କାମ ଆଗେଇବ । ବିଳମ୍ବ ହେଲେ ମିଳିଥିବା ଅନୁଦାନ ଫେରିଯିବ ବୋଲି ବୁଦ୍ଧିଜୀବୀମାନେ କହିଛନ୍ତି ।  ଏ ସମ୍ପର୍କରେ ମନ୍ଦିର ନିର୍ମାଣ କମିଟି ଅଧ୍ୟକ୍ଷ ପି. ଜନାର୍ଦ୍ଦନ ସୁବୁଦ୍ଧି କହିଛନ୍ତି, କମିଟି ସଦସ୍ୟଙ୍କ ମଧ୍ୟରେ ମନାନ୍ତର ରହିଛି । ତେଣୁ କାମ ଆଗେଇ ପାରୁନି । ନୂତନ ପରିଚାଳନା କମିଟି ଗଠନ କରି ମନ୍ଦିର ନିର୍ମାଣ ତ୍ୱରାନ୍ୱିତ କରାଯାଉ ବୋଲି ସେ କହିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.