ଚେନ୍ନାଇ : ଚେନ୍ନାଇ ସ୍ଥିତ କମ୍ପାନୀ ସରମାଉଣ୍ଟ ଲଜିଷ୍ଟିକ୍ସ ସଲ୍ୟୁସନ୍ସ ନିଜର କର୍ମଚାରୀଙ୍କୁ ପରିଶ୍ରମ ଓ ସମର୍ପଣକୁ ସମ୍ମାନିତ କରି ତାଙ୍କୁ କାର୍‌ , ମୋଟର ସାଇକେଲ ଓ ସ୍କୁଟର ଗିଫ୍ଟ କରିଛି। କମ୍ପାନୀର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ପାଖାପାଖି ୨୦୪ଜଣ କର୍ମଚାରୀଙ୍କୁ ଏହି ଗିଫ୍ଟ ଦିଆ ଯାଇଛି। କର୍ମଚାରୀଙ୍କୁ ଯେଉଁ ଗାଡ଼ି ଗିଫ୍ଟ କରାଯାଇଛି, ଏଥିରେ ଟାଟାର ଟିୟାଗୋ କାର୍‌ , ହୋଣ୍ଡାର ଆକ୍ଟିଭା ସ୍କୁଟର ଓ ରୟାଲ ଏନଫିଲ୍ଡର ବୁଲେଟ୍‌ ୩୫୦ ବାଇକ୍‌ ସାମିଲ ଅଛି। ଆସନ୍ତୁ ବିସ୍ତୃତ ଭାବେ ଜାଣିବା –

କମ୍ପାନୀ ଦ୍ୱାରା ଗିଫ୍ଟ କରାଯାଇଥିବା ଗାଡ଼ି ଗୁଡ଼ିକରେ ଟାଟା ଟିୟୋଗ ଅଛି, ଯାହାର ପ୍ରାରମ୍ଭିକ ମୂଲ୍ୟ ୫ ଲକ୍ଷ ଟଙ୍କା (ଏକ୍ସ-ସୋରୁମ୍‌, ଦିଲ୍ଲୀ) ରହିଛି। ସେପଟେ ରୟାଲ , ଏନଫିଲ୍ଡ ବୁଲେଟ୍‌ ୩୫୦ ରହିଛି। ଯାହାର ଦାମ୍‌ ୧.୯୮ ଲକ୍ଷ ଟଙ୍କା (ଏକ୍ସ-ଶୋରୁମ୍‌ , ଦିଲ୍ଲୀ)। ଏହା ବ୍ୟତୀତ ୩ୟ ଗିଫ୍ଟ ଭାବେ ହୋଣ୍ଡା ଆକ୍ଟିଭା ସ୍କୁଟର ଅଛି, ଯାହାର ପ୍ରାରମ୍ଭିକ ମୂଲ୍ୟ ୭୬,୬୮୪ଟଙ୍କା ( ଏକ୍ସ-ଶୋରୁମ୍‌, ଦିଲ୍ଲୀ) ଅଛି। 

କମ୍ପାନୀର ପ୍ରବନ୍ଧ ନିର୍ଦ୍ଦେଶକ ଡେଞ୍ଜିଲ ରାୟନ ଏହି ଅବସରରେ କହିଛନ୍ତି କି, କର୍ମଚାରୀଙ୍କୁ ପ୍ରେରିତ କରିବା ଏକ କର୍ମଚାରୀ କଲ୍ୟାଣ କାର୍ଯ୍ୟକ୍ରମର ଅଂଶ ବିଶେଷ। ଏହା ତାଙ୍କର ଖୁସିକୁ ବଢାଇବା ସହ ପ୍ରଡକ୍ଟିଭିଟି, କନେକ୍ଟିଭିଟି ଓ ଷ୍ଟାବିଲିଟିକୁ ଉନ୍ନତ କରିଛି। 

ଭାରତରେ ଉତ୍ସବ , ବିଶେଷକରି ଦିପାବଳୀ ଅବସରରେ କର୍ମଚାରୀଙ୍କୁ ଗିଫ୍ଟ ଦେବାର ପ୍ରକ୍ରିୟା ଖୁବ୍ ଜୋରରେ ବଢି ଚାଲିଛି। ଏଥିରୁ କର୍ମଚାରୀଙ୍କ ସନ୍ତୁଷ୍ଟି ଓ କାମ ପ୍ରତି ତାଙ୍କର ଉତ୍ସାହ ବଢିଥାଏ।

ହରିଆଣାର ଏକ ଫାର୍ମାସ୍ୟୁଟିକାଲ କମ୍ପାନୀ ଦିପାବଳୀ ଅବସରରେ ନିଜର ସର୍ବଶ୍ରେଷ୍ଠ କର୍ମଚାରୀଙ୍କୁ 15 SUVs ଉପହାରରେ ଦେଇଥିଲା। ଚେନ୍ନାଇର ଆଉ ଏକ କମ୍ପାନୀ ଟିମ୍‌ ଡିଟେଲିଂ ସଲ୍ୟୁସନ୍ସ ଚଳିତ ବର୍ଷ ୨୮ଟି କାର୍‌ ଓ ୨୯ଟି ମୋଟର ସାଇକେଲ୍‌ ନିଜ କର୍ମଚାରୀଙ୍କୁ ଉପହାରରେ ଦେଇଛି। ତାମିଲନାଡୁର ଏକ ଟି' ପ୍ଲାଟେସନ ମଧ୍ୟ ୧୫ଟି ରୟାଲ ଏନଫିଲ୍ଡ ମୋଟରସାଇକେଲ୍ସ ନିଜର କର୍ମଚାରୀଙ୍କୁ ଉପହାର ଦେଇଥିଲା। 

ସବଜି ଝୋଲକିଆଙ୍କ ପ୍ରେରଣାଦାୟୀ କାହାଣୀ –

ଏହି ପ୍ରକ୍ରିୟା ୨୦୧୫ରେ ସେତେବେଳେ ଚର୍ଚ୍ଚାକୁ ଆସିଥିଲା ,ଯେବେ ସୁରଟର ହୀରା ବ୍ୟବସାୟୀ ସବଜୀ ଢୋଲକିଆ ଦୀପାବଳିର ଅବସରରେ ନିଜର କର୍ମଚାରୀଙ୍କୁ ୪୯୧ କାର୍‌ ଓ ୨୦୦ ଫ୍ଲାଟ୍‌ ଗିଫ୍ଟ କରି ଥିଲେ। ୨୦୨୩ରେ ତାଙ୍କର କମ୍ପାନୀ ହରେ କୃଷ୍ଣା ଏକ୍ସପୋର୍ଟସ ପାଖାପାଖି ୬୦୦ଟି କାର୍‌ ନିଜର କର୍ମଚାରୀଙ୍କୁ ବିତରଣ କରିଛି। କେବଳ ଏତିକି ନୁହେଁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜେ ୪ଜଣ କର୍ମଚାରୀଙ୍କୁ କାର୍‌ର ଚାବି ପ୍ରଦାନ କରିଥିଲେ।

କର୍ମଚାରୀଙ୍କୁ ଗିଫ୍ଟ ଦେବାର କଣ ରହିଛି ମହତ୍ତ୍ୱ -

କମ୍ପାନୀ ଦ୍ୱାରା ଏହିପରି ପଦକ୍ଷେପ କେବଳ କର୍ମଚାରୀଙ୍କୁ ଉତ୍ସାହିତ କରିବା ନୁହେଁ, ଏହାସହ ତାଙ୍କର କାମ ପ୍ରତି ନିଷ୍ଠା ଓ ସମର୍ପଣକୁ ମଧ୍ୟ ବଢାଇ ଥାଏ। ଏଥିରେ କେବଳ କର୍ମଚାରୀଙ୍କ ପ୍ରଡକ୍ଟିଭିଟି ବଢି ନଥାଏ ବରଂ ତାଙ୍କର ଓ କମ୍ପାନୀ ମଧ୍ୟରେ ସମ୍ୱନ୍ଧକୁ ଦୃଢ କରି ଥାଏ।