ନୂଆଦିଲ୍ଲୀ : ଏକ ସୁଗଠିତ ଶକ୍ତିଶାଳୀ ଶରୀର ଏବଂ ମାଂସପେଶୀ ଗଠନ ପାଇଁ ଆପଣଙ୍କୁ ଏକ ଫ୍ୟାନ୍ସି ଡାଏଟ୍ କିମ୍ବା ମହଙ୍ଗା ଜିମ୍ ଯିବା ଆବଶ୍ୟକତା ନାହିଁ। ଯଦି ଆପଣ ଭାବୁଛନ୍ତି ଯେ ଏହା ମିଛ, ଏହି କନଷ୍ଟ୍ରକ୍ସନ ୱାର୍କରଙ୍କୁ ଦେଖି ଜାଣି ପାରିବେ , କେମିତି ସେ ଏକ ସରଳ ଡାଏଟ୍ ଏବଂ ୱାର୍କ ଆଉଟ୍ ସହ ତାଙ୍କ ଶରୀରକୁ ଟ୍ରାନ୍ସଫର୍ମ କରିଛନ୍ତି। ଚେନ୍ନାଇର ଏହି ୱାର୍କର (ଶ୍ରମିକ) ବାଇସେପ୍ସ ,ଏବ୍ସ ସହ ତାଙ୍କର ସମ୍ପୂର୍ଣ୍ଣ ଶରୀରକୁ ଟ୍ରାନ୍ସଫର୍ମ କରିଛନ୍ତି। ଇନଷ୍ଟାଗ୍ରାମ୍ରେ ଫିଟ୍ ବ୍ଲଗ୍ ଏହି ଷ୍ଟୋରୀକୁ ସେୟାର କରିଛି। ଏଥିରେ ୱାର୍କର ଜଣଙ୍କ କହିଛନ୍ତି , କେମିତି ସେ ଡାଏଟ୍ ଓ ୱାର୍କଆଉଟ୍ ରୁଟିନ୍ ଅନୁସରଣ କରି ତାଙ୍କ ଶରୀରକୁ ଟ୍ରାନ୍ସଫର୍ମ କରିଛନ୍ତି।
ଶରୀରର ଏହି ପୂରା ଟ୍ରାନ୍ସଫର୍ମେସନ ପାଇଁ ଶ୍ରମିକ ଜଣଙ୍କ ଅତି ସରଳ ଖାଦ୍ୟକୁ ଫଲୋ କରିଥିଲେ। ଯେଉଁଥିରେ ପ୍ରଚୁର ପରିମାଣରେ କାର୍ବୋହାଇଡ୍ରେଟ୍ସ ରହିଛି। ସାଧାରଣ ସାଉଥ ଇଣ୍ଡିଆନ ଖାଦ୍ୟ ଦୋସା ଏବଂ ଇଡଲିକୁ ସେ ପରିତ୍ୟାଗ କରି ଅଣ୍ଡା, ଧଳ ଭାତ(ହ୍ୱାଇଟ୍ ରାଇସ) ,ରାଇସ ଦଲିଆ ଏବଂ ଲାଲ କଦଳୀ ଆଦି ସେବନ କରିଥିବେ। ସେ କହିଛନ୍ତି , ସେ କେବଳ ଭାତକୁ ସାମ୍ୱର ଏବଂ ରସମ୍ ସହିତ ଦିନର ତିନୋଟି ଭୋଜନ କରିଥାନ୍ତି। ଯେଉଁଥିରେ ଗାଜର, ବିଟ୍ ଏବଂ ଅନ୍ୟାନ୍ୟ ପନିପରିବାରୁ ତିଆରି ତରକାରୀ ରହିଛି। ଏହା ସହ ସେ ସପ୍ତାହରେ ଥରେ ମଟନ୍ ମଧ୍ୟ ଖାଆନ୍ତି, କୌଣସି ଚିକେନ୍ କିମ୍ବା ମାଛ ଖାଆନ୍ତି ନାହିଁ।
୫ ଦିନିଆ ୱାର୍କଆଉଟ୍ ପ୍ଲାନ୍ ଫଲୋ କରିଛନ୍ତି –
ନିଜର ଫିଜିକାଲ ଲେବର ୱାର୍କ ସତ୍ତ୍ୱେ କନଷ୍ଟ୍ରକ୍ସନ ୱାର୍କର ପୂରା ୫ଦିନ ବଡି ବିଲ୍ଡିଂର ରୁଟିନକୁ ଫଲୋ କରିଛନ୍ତି। ଏହି ପଦ୍ଧତି ଅନୁସରଣ କରି, ସେ ପ୍ରତ୍ୟେକ ମାଂସପେଶୀ ଗ୍ରୁପକୁ ଗୋଟିଏ ଦିନ ଫଲୋ କରନ୍ତି। ସୋମବାର ଛାତି ୱାର୍କଆଉଟ୍, ମଙ୍ଗଳବାର କାନ୍ଧ ୱାର୍କଆଉଟ୍, ବୁଧବାର ପିଠି ବା ବ୍ୟାକ୍ ୱାର୍କଆଉଟ୍ , ଗୁରୁବାର ବାଇସେପ୍ସ ଏବଂ ଟ୍ରାଇସେପ୍ସ ଏବଂ ଶୁକ୍ରବାର ଗୋଡ଼ ବ୍ୟାୟାମ କରନ୍ତି। ଶ୍ରମିକ ଜଣକ କୁହନ୍ତି ସେ ନିଜର କାର୍ଯ୍ୟ ଯୋଗୁଁ , ସେ ପ୍ରାୟତଃ ଗୋଡ଼ ୱାର୍କଆଉଟ୍ ଅଧିକ କରନ୍ତି ନାହିଁ, କାରଣ ଏଥିରୁ ହେଭି ଲିଫ୍ଟିଂ ଓ ଚାଲିବା ବୁଲିବାରେ କଷ୍ଟକର ହୋଇଥାଏ।
ନ୍ୟାଚୁରାଲ ଉପାୟରେ କରିଛନ୍ତି ବଡ଼ି ବିଲ୍ଡିଂ –
କନଷ୍ଟ୍ରକ୍ସନ ଶ୍ରମିକ ଜଣଙ୍କ କୌଣସି ବି ସପ୍ଲିମେଣ୍ଟ କିମ୍ବା କାର୍ଯ୍ୟଦକ୍ଷତା( ପରଫର୍ମାନ୍ସ) ବୃଦ୍ଧିକାରୀ ଷ୍ଟେରଏଡ୍ ଗ୍ରହଣ କରି ନାହାନ୍ତି। ସେ କହିଛନ୍ତି ଯେ ତାଙ୍କର ଶାରୀରିକ ପରିବର୍ତ୍ତନ କେବଳ ତାଙ୍କର ୱାର୍କ-ଇଟ୍-ସ୍ଲିପ୍ ସାଇକଲ ଯୋଗୁଁ ହୋଇଥିଲା। ସେ ଏପରି ମଧ୍ୟ କହିଛନ୍ତି ଯେ, ସେ ହ୍ୱେ ପ୍ରୋଟିନ୍ ମଧ୍ୟ ସେବନ କରନ୍ତି ନାହିଁ। ଏହାସହ କହିଛନ୍ତି , ଶରୀରର ଉପଯୁକ୍ତ ରିକଭରି ସହ ଖରାପ ଅଭ୍ୟାସକୁ ଦୂରେଇ ଏବଂ ପ୍ରତିଦିନ ସାତ ଘଣ୍ଟା ଆରାମ ନିଦ୍ରା ମାଧ୍ୟମ ସେ ଏହି ବଡ଼ି ଟ୍ରାନ୍ସଫର୍ମେସନ କରିଛନ୍ତି।
ଯଦି ଆପଣ ବଡ଼ି ବିଲ୍ଡିଂ କରିବାକୁ ଚାହାନ୍ତି ଏବଂ ସୋସିଆଲ ମିଡ଼ିଆରେ ଉପଲବ୍ଧ ଫ୍ୟାନ୍ସି ଡାଏଟ ଓ ଫିଟନେସ୍ ଟ୍ରେଣ୍ଡର ଚକ୍କରରେ ରହିଥାନ୍ତି ତ ଏହି କନଷ୍ଟ୍ରକ୍ସନ ୱାର୍କରଙ୍କ ବଡ଼ି ଟ୍ରାନ୍ସଫର୍ମେସନ ମୋଟିଭେସନ ଭଳି। କେବଳ ଘରର ଖାଦ୍ୟ ଓ ଜଙ୍କ ଫୁଡ୍ ,ଆଲକହନ , ସ୍ମୋକିଂକୁ ଦୂରେଇ ଫିଟନେସ୍ ମିଳି ପାରିବ।