ଭୁବନେଶ୍ୱର, ୦୧/୦୭: ଗତ ରବିବାର  ଦିନ ଭୁବନେଶ୍ୱରରେ  ଭାରତୀୟ କ୍ରୀଡ଼ା ସାମ୍ବାଦିକ  ସଂଘ (ଏସ୍‌ଜେଏଫ୍‌ଆଇ) ର ବାର୍ଷିକ ସାଧାରଣ  ବୈଠକ ଓ କାର୍ଯ୍ୟକର୍ତ୍ତା  ନିର୍ବାଚନ ଅନୁଷ୍ଠିତ  ହୋଇଯାଇଛି । ନୂତନ  କର୍ମକର୍ତ୍ତାଙ୍କୁ ନେଇ  ଅନୁଷ୍ଠିତ ବୈଠକରେ  ଆଗାମୀ ବର୍ଷର କାର୍ଯ୍ୟସୂଚୀ ଚୂଡ଼ାନ୍ତ ହୋଇଥିଲା । ୨୦୨୪ ବର୍ଷ ପାଇଁ ଚେସ୍‌ କିମ୍ବଦନ୍ତୀ  ବିଶ୍ୱନାଥନ ଆନନ୍ଦ ସମ୍ମାନଜନକ ଏସ୍‌ଜେଏଫ୍‌ଆଇ ପଦକ ପାଇବାକୁ ମନୋନୀତ  ହୋଇଛନ୍ତି । ପୂର୍ବରୁ ବିଜୟ ଅମ୍ରିତରାଜ, ପ୍ରକାଶ ପାଦୁକୋନ, ସୁନୀଲ ଭାଗାସ୍କର,  ମିଲଖା ସିଂ ଓ ପିଟି ଉଷାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି ।