ପ୍ରମୂଖ ଖବର
  • ନବମ ଥର ପାଇଁ ନବୀନ ବିଜେଡି ମୁଖିଆ, ସାଙ୍ଗଠନିକ ନିର୍ବାଚନରେ ନିର୍ଦ୍ଵନ୍ଦ୍ଵରେ ନିର୍ବାଚିତ
  • ||
  • IPL 2025: ଆଜି ରାଜସ୍ଥାନ ରୟାଲ୍ସ- ଲକ୍ଷ୍ନୌ ସୁପରଜାଏଣ୍ଟ୍‌ସ ଟକ୍କର, ବିଜୟ ପାଇଁ ବ୍ୟାକୁଳ ପରାଗ ବାହିନୀ
  • ||
  • ଆରପାରିରେ ବରିଷ୍ଠ ସାମ୍ବାଦିକ ରତିକାନ୍ତ ମହାନ୍ତି, ଶୋକ ପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
  • ||
  • ମେ ୭ ଯାଏ ୟୁଜିସି ନେଟ୍‌ ଆବେଦନ ସୁଯୋଗ, ଜୁନ୍‌ ୨୧ରୁ ୩୦ ମଧ୍ୟରେ ପରୀକ୍ଷା
  • ||
  • IPL 2024: ଆଜି କ୍ୟାପିଟାଲ୍ସକୁ ଭେଟିବ ଟାଇଟନ୍ସ, ଅହମ୍ମଦାବାଦରେ ସ୍ପିନ ଲଢ଼େଇ
  • ||
  • କଂଗ୍ରେସକୁ ଦୁର୍ବଳ କରିବାକୁ ସରକାରୀ କଳର ଅପବ୍ୟବହାରକୁ ବିରୋଧ, ଆଜି ଇଡି ଅଫିସ ଘେରିବ ଯୁବ କଂଗ୍ରେସ
  • ||
  • ସମ୍ୱଲପୁର : ଯାତ୍ରୀବାହୀ ବସ୍‌କୁ ପଛରୁ ପିଟିଲା ଟ୍ରକ୍‌, ଜଣେ ଆହତ
  • ||
  • ଯାଜପୁର : ବରଯାତ୍ରୀ ଗୋଷ୍ଠୀ ମଧ୍ୟରେ ଗାଡ଼ି ସାଇଡ୍‌ ମରାକୁ ନେଇ ବଚସା, ଫାଙ୍କା ଗୁଳିଚାଳନା କଲେ ଦୁର୍ବୃତ୍ତ
  • ||
  • ଶନିବାରଠୁ କମିବ କାଳବୈଶାଖୀ ବର୍ଷା, ୬ ଜିଲ୍ଲାକୁ ୨ ଦିନ ଯାଏ ବର୍ଷା ଆଲର୍ଟ: କେନ୍ଦ୍ରୀୟ ଓଡ଼ିଶାରେ ବଢ଼ିବ ତାତି
  • ||

୬୦୦କୋଟି କ୍ଲବରେ ସାମିଲ ହେବ ‘ଛାବା’ , ଆଜି ହେବ ନିର୍ଣ୍ଣୟ

Published By : Prameya | March 20, 2025 6:47 PM

ମୁମ୍ବାଇ, ୨୦/୩ :   ବିକ୍କି କୌଶଲଙ୍କ ଫିଲ୍ମ ଛାବାର ବକ୍ସ ଅଫିସରେ ଜଲଓ୍ବା ଏବେ ବି କମ ହେବାର ନାଁ ନେଉନି । ଫିଲ୍ମର କଲେକ୍ସନ ସ୍ପିଡ ଦେଖି ଲାଗୁଛି କି ଏବେ ଫିଲ୍ମ ଏକ ବଡ଼ ରେକର୍ଡ଼ କରିବାକୁ ଦୌଡ଼ୁଛି । ଫିଲ୍ମର ଏହି ସ୍ପିଡ ଆସନ୍ତାକାଲିଠାରୁ ଆରମ୍ଭ ହେଉଥିବା ୬ଷ୍ଠ ଓ୍ବିକେଣ୍ଡରେ ଆହୁରି ବଢିବ ଏବଂ ଫିଲ୍ମ ସଲମାନ ଖାନଙ୍କ ସିକନ୍ଦର ରିଲିଜ ପୂର୍ବରୁ ୬୦୦କୋଟିର ସଂଖ୍ୟା ଛୁଇଁ ପାରେ । ଫିଲ୍ମର ଆଜିର କଲେକ୍ସନ ଯଦି ଦେଖିବା ତେବେ ଆସନ୍ତୁ ଜାଣିବା କେତେ ରହିଛି କଲେକ୍ସନ । 

ଛାବାକୁ ବକ୍ସ ଅଫିସରେ ୫ସପ୍ତାହ ଆଜି ପୂରା ହେଉଛି । ଏଥିଲାଗି ଫିଲ୍ମର ଭିନ୍ନ ଭିନ୍ନ ସପ୍ତାହର କଲେକ୍ସନ ପ୍ରଥମେ ଆସନ୍ତୁ ଜାଣିବା । ଫିଲ୍ମ ପ୍ରଥମ ସପ୍ତାହରୁ ନେଇ ଚତୁର୍ଥ ସପ୍ତାହ ପର୍ଯ୍ୟନ୍ତ ୨୨୫.୨୮, ୧୮୬.୧୮, ୮୪.୯୪ ଏବଂ ୪୩.୯୮କୋଟି ଟଙ୍କା କଲେକ୍ସନ କରିଛି । 

ଫିଲ୍ମ ୨୯ତମ ଏବଂ ୩୦ତମ ଏବଂ ୩୧ତମ ଦିନ ମୋଟ ୭.୨୫, ୭.୯ ଏବଂ ୮କୋଟି ଟଙ୍କା କଲେକ୍ସନ କରିଛି । ଏହାପରେ ୩୨ତମ, ୩୩ତମ ଏବଂ ୩୪ତମ ଦିନ ପ୍ରତ୍ୟେକ ଦିନ ୬.୫କୋଟି ଟଙ୍କାର ବିଜନେସ କରି ୩୪ଦିନରେ ମୋଟ ୫୮୩.୦୩କୋଟି ଟଙ୍କା କଲେକ୍ସନ କରିଛି ।

ରିପୋର୍ଟ ଅନୁସାରେ ଛାବା ଆଜି ୪.୪୫ ପର୍ଯ୍ୟନ୍ତ ୯୧କୋଟି ଟଙ୍କା କଲେକ୍ସନ କରି ମୋଟ ୫୮୩.୯୪କୋଟି ଟଙ୍କାର କଲେକ୍ସନ କରି ନେଇଛି । ଏହି ସଂଖ୍ୟା ଫାଇନାଲ ନୁହେଁ । ଏଥିରେ ପରିବର୍ତ୍ତନ ହୋଇପାରେ ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.