ଭୁବନେଶ୍ୱର, ୨୭/୧୨ : ଭୁବନେଶ୍ଵରରେ ଭାରତର ମୁଖ୍ୟ ନିର୍ବାଚନ କମିଶନର। ୩ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ଜ୍ଞାନେଶ କୁମାର। ପୁରୀ ଯାଇ ସେ ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିବେ। ମହାପ୍ରଭୁଙ୍କ ଦର୍ଶନ ପରେ ସେ କୋଣାର୍କ ଗସ୍ତ କରିବେ । ରବିବାର ରଘୁରାଜପୁର, ଧଉଳି ଶାନ୍ତି ସ୍ତୂପ, ଖଣ୍ଡଗିରି, ଉଦୟଗିରି ଏବଂ ମୁକ୍ତେଶ୍ୱର ମନ୍ଦିର ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି।

ଭୁବନେଶ୍ଵରରେ ପହଞ୍ଚିବା ପରେ ଜ୍ଞାନେଶ କହିଛନ୍ତି ଯେ, 'ପରିବାର ସହ ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସିଛି। ୨୯  ତାରିଖରେ ବୁଥ ସ୍ତରୀୟ ଅଧିକାରୀଙ୍କ ସହ ବୈଠକ ଅଛି, ଏଥିପାଇଁ ଓଡ଼ିଶା ଆସିଛି।' 

ସୂଚନାନୁଯାୟୀ, ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର ୩ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି। ଭୁବନେଶ୍ଵର ବିମାନ ବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ସ୍ଵାଗତ କରାଯାଇଛି। ଆଜି ଭୁବନେଶ୍ଵରରୁ ସେ ସିଧା ପୁରୀ ଯିବେ। ଶ୍ରୀକ୍ଷେତ୍ର ଯାଇ ନୀଳାଦ୍ରିନାଥଙ୍କୁ ଦର୍ଶନ କରିବେ। ଏହାପରେ କୋଣାର୍କ ଯାଇ ସୂର୍ଯ୍ୟ ମନ୍ଦିରର ନିଖୁଣ କାରୁକାର୍ଯ୍ୟ ବୁଲି ଦେଖିବେ। ରବିବାର ରଘୁରାଜପୁର, ଧଉଳି ଶାନ୍ତି ସ୍ତୂପ, ଖଣ୍ଡଗିରି, ଉଦୟଗିରି ଏବଂ ମୁକ୍ତେଶ୍ୱର ମନ୍ଦିର ପରିଦର୍ଶନ କରିବେ। ମୁଖ୍ୟ ନିର୍ବାଚନ କମିଶନର ଭାବେ ଦାୟିତ୍ଵ ନେବା ପରେ ଜ୍ଞାନେଶଙ୍କର ଏହା ପ୍ରଥମ ଓଡ଼ିଶା ଗସ୍ତ। ଜ୍ଞାନେଶଙ୍କ ଗସ୍ତର ଅନ୍ତିମ ଦିନ ଅର୍ଥାତ୍ ୨୯ ତାରିଖ ଦିନ ଗୁରୁତ୍ଵପୂର୍ଣ୍ଣ ରହିଛି। ଏହି ଦିନ ସେ ଓୟୁଏଟି ଅଡିଟୋରିୟମରେ ଏକ ବୁଥ୍‌ସ୍ତରୀୟ ଅଧିକାରୀଙ୍କ ବୈଠକରେ ଅଧ୍ୟକ୍ଷତା କରିବେ। ଏସଆଇଆର ନେଇ ଆଲୋଚନା ହୋଇପାରେ ବୋଲି ମଧ୍ୟ ଅନୁମାନ କରାଯାଉଛି। ଏହାପରେ ସେ ୨୯ ତାରିଖ ରାତିରେ ଭୁବନେଶ୍ଵରରୁ ଫେରିଯିବେ। 

ଏହି ଖବରଟିକୁ ପଢନ୍ତୁ-  ପରିବା ଦୋକାନରେ ଲାଗିଲା ନିଆଁ, ଜିଅନ୍ତା ଜଳିଗଲେ ଦୋକାନୀ