ଭୁବନେଶ୍ୱର,୧୫/୦୯: ସୋମବାର ୭ ବିଭାଗର ୧୬୮୬ ଜଣଙ୍କୁ  ନିଯୁକ୍ତି ପତ୍ର ପ୍ରଦାନ କରାଯିବ । ୟୁନିଟ୍‌-୩ ସ୍ଥିତ ପ୍ରଦର୍ଶନୀ ପଡ଼ିଆରେ ଏହି ନିଯୁକ୍ତି ମେଳା ଅନୁଷ୍ଠିତ ହେବ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମସ୍ତ ପ୍ରାର୍ଥୀଙ୍କୁ ନିଯୁକ୍ତିପତ୍ର ପ୍ରଦାନ  କରିବେ । କୃଷି ଓ କୃଷକ ସଶକ୍ତୀକରଣ ବିଭାଗର ୩୪ ଜଣଙ୍କୁ ନିଯୁକ୍ତି ପତ୍ର ବଣ୍ଟନ  କରାଯିବ ।

ସେହିପରି ଅର୍ଥ ବିଭାଗରେ ୬୪, ଜଳସଂପଦ ବିଭାଗରେ ୪୧୩, ଆଇନରେ  ୩୭, ମତ୍ସ୍ୟ ଓ ପ୍ରାଣୀ ସଂପଦ ବିକାଶ ବିଭାଗରେ ୨୩ ଜଣଙ୍କୁ ନିଯୁକ୍ତି ପତ୍ର ଦିଆଯିବ ।  ସେହିପରି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗରେ ୯୬୨ ଏବଂ ଦକ୍ଷତା ବିକାଶ ଓ  ବୈଷୟିକ ଶିକ୍ଷା ବିଭାଗରେ ୧୩୬ ଜଣଙ୍କୁ ନିଯୁକ୍ତିପତ୍ର ଦିଆଯିବ ବୋଲି ଜଣାପଡିଛି।