ପ୍ରମୂଖ ଖବର
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟିରେ ଯିବେ ଓଏଏସ ଅଧିକାରୀ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା, କର୍ପୋରେଟର ଜୀବନ ରାଉତ ସମେତ ୩ ଗିରଫ
  • ||
  • କନ୍ଧମାଳ ଜଙ୍ଗଲରେ ଏନ୍‌କାଉଣ୍ଟର, ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୨ ମାଓବାଦୀ
  • ||
  • ବାହାରିଲା ପ୍ରଥମ ଦିନର ଆଡ଼ପ ଅବଢ଼ା, ମହାପ୍ରଭୁଙ୍କୁ ଦର୍ଶନ ସହ ମହାପ୍ରସାଦ ପାଇ ଭକ୍ତ ଆନନ୍ଦିତ
  • ||
  • ବରିଷ୍ଠ ଓଏଏସ୍ ମିର୍ଦ୍ଧା ଟପ୍ପୋଙ୍କୁ ଗୁରୁଦାୟିତ୍ବ, ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଭାବେ ମିଳିଲା ନୂଆ ନିଯୁକ୍ତି
  • ||
  • ଏଣିକି ପାନ୍‌କାର୍ଡ ଆବେଦନ ଲାଗି ଆଧାର ଜରୁରୀ, ଜୁଲାଇ ପହିଲାରୁ ହେବ କାର୍ଯ୍ୟକାରୀ
  • ||
  • ସୁନ୍ଦରଗଡ଼ :ଲଗାଣ ବର୍ଷା ପାଇଁ ବଢୁଛି ବ୍ରାହ୍ମଣୀ ନଦୀର ଜଳସ୍ତର, ଖୋଲିଲା ମନ୍ଦିରା ଡ୍ୟାମ୍‌ର ୪ ଗେଟ୍‌
  • ||
  • କଟକ ରେଳ ଷ୍ଟେସନ୍‌ ନିକଟରେ ମାଲବାହୀ ଟ୍ରେନ୍ ଲାଇନ୍‌ଚ୍ୟୁତ, ଟ୍ରାକ୍‌ରୁ ଖସିଲା ୩ ଖାଲି ବଗି
  • ||
  • ଫିଫା କ୍ଲବ ବିଶ୍ୱକପ, କ୍ୱାର୍ଟରରେ ଚେଲସୀ, ପାମେରାସ୍‌
  • ||
  • ଉତ୍ତରାଖଣ୍ଡ-ହିମାଚଳରେ ପ୍ରକୃତି କୋପ; ରେଡ୍ ଆଲର୍ଟ ପରେ ସ୍କଲ କଲେଜ ବନ୍ଦ,ଚାରିଧାମ ଯାତ୍ରାରୁ ହଟିଲା ୨୪ ଘଣ୍ଟିଆ ବ୍ରେକ୍
  • ||
  • ଗଞ୍ଜାମ : ପୂର୍ବ ଶତ୍ରୁତାରୁ ଗଡ଼ିଲା ମୁଣ୍ଡ, ଯୁବକଙ୍କୁ ମାରଣାସ୍ତ୍ରରେ ଆକ୍ରମଣ
  • ||
  • ମଙ୍ଗଳବାରଠୁ ଅନିର୍ଦ୍ଦିଷ୍ଟକାଳ ପାଇଁ ଶିମିଳିପାଳ ଜାତୀୟ ଉଦ୍ୟାନ ବନ୍ଦ
  • ||
  • ସୋମବାରଠୁ ଏସ୍‌ଓଏସ୍‌ସି ପରୀକ୍ଷା, ସକାଳ ୯ ଟାରୁ ୧୧ଟା ଯାଏ ଚାଲିବ: ଜୁଲାଇ ପହିଲାରୁ ସପ୍ଲିମେଣ୍ଟାରୀ ପରୀକ୍ଷା
  • ||
  • ପ୍ରବଳ ବର୍ଷା ଯୋଗୁ ବାଲେଶ୍ୱର, ମୟୂରଭଞ୍ଜକୁ ବନ୍ୟା ଭୟ: ଆଜିଠୁ ୩ ଯାଏ ମୟୂରଭଞ୍ଜରେ ସ୍କୁଲ ଛୁଟି ଘୋଷଣା
  • ||
  • ବାଲେଶ୍ୱର : ସୁବର୍ଣ୍ଣରେଖାରେ ବନ୍ୟାସ୍ଥିତି, ବିପଦ ସଂକେତ ଟପିଲା ବନ୍ୟାଜଳ
  • ||
  • ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ: ୫ ଯାଏ ପ୍ରବଳରୁ ଅତିପ୍ରବଳ ବର୍ଷା ଆକଳନ, ଆଜି ୪ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
  • ||

ଫେବ୍ରୁଆରୀ ୯ରେ ଭାରତ-ଇଂଲଣ୍ଡ ଲଢ଼େଇ, ଆଜି ବାରବାଟୀରେ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

Published By : Prameya | January 31, 2025 10:24 AM

କଟକ,୩୧/୦୧: ବାରବାଟୀ ଷ୍ଟାଡିୟମ୍‌ ଠାରେ ଆସନ୍ତା ଫେବ୍ରୁଆରୀ ୯ତାରିଖରେ  ଭାରତ-ଇଂଲଣ୍ଡ ଦିନିକିଆ ମ୍ୟାଚ୍‌ ଖେଳାଯିବ । ଏନେଇ ପ୍ରସ୍ତୁତି ଜୋରଦାର ଚାଲିଛି । ଦର୍ଶକଙ୍କ  ସୁବିଧାକୁ ଗୁରୁତ୍ୱ ଦେଇ ଚଳିତ ଥର ଓଡ଼ିଶା  କ୍ରିକେଟ ଆସୋସିଏସନ (ଓସିଏ) କେତେକ ନୂଆ ପଦକ୍ଷେପ ନେବାକୁ ଯାଉଛି । ପ୍ରଥମଥର  ପ୍ରତ୍ୟେକ ସିଟ୍‌ରେ ରେଡିୟମ ଷ୍ଟିକର୍‌ ଲାଗିବ । ଏଥିରେ ନମ୍ବର ଲେଖାଯିବ । ସନ୍ଧ୍ୟା ହେବା ପରେ ପ୍ରତ୍ୟେକ ସିଟ୍‌ ସହଜରେ ଚିହ୍ନି ପାରିବେ ଦର୍ଶକ । ତେବେ ମ୍ୟାଚରେ ବିରତି ସମୟରେ ଷ୍ଟାଡିୟମର  ଫ୍ଲଡ ଲାଇଟ୍‌ ବନ୍ଦ କରାଯିବ । ସମ୍ପୂର୍ଣ୍ଣ ଷ୍ଟାଡିୟମଟି  ରେଡିୟମ ଲାଇଟ୍‌ରେ ଚିକମିକ୍‌ କରିବ । ଏଭଳି  କିଛି ବ୍ୟବସ୍ଥା ହେବ ବୋଲି ଜଣାପଡ଼ଛି ।  ଏଥିପାଇଁ ଯୋଜନା ମଧ୍ୟ ଚୂଡାନ୍ତ ହୋଇସାରିଲାଣି । ଶୁକ୍ରବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ  ବାରବାଟୀ ଷ୍ଟାଡିୟମ ପରିଦର୍ଶନରେ ଆସି ମ୍ୟାଚ୍‌  ପ୍ରସ୍ତୁତିର ସମୀକ୍ଷା କରିବେ ବୋଲି ଓସିଏ ପକ୍ଷରୁ  ସୂଚନା ଦିଆଯାଇଛି । 

ବିଗତ କିଛି ବର୍ଷ ହେବ ବାରବାଟୀରେ  ସିଟ୍‌ ନମ୍ବରିଂ ବ୍ୟବସ୍ଥା ଗ୍ରହଣ କରାଯାଇଛି ।  ପୂର୍ବରୁ ଗ୍ୟାଲେରୀ ଗୁଡିକରେ ଏହା ଦେଖିବାକୁ ମିଳୁନଥିଲା । ଆଗାମୀ ମ୍ୟାଚରେ ଆକର୍ଷଣ ଭରିବା  ପାଇଁ ଓସିଏ ରେଡିୟମ ଷ୍ଟିକର ଲଗାଇବା ପାଇଁ  ଯୋଜନା କରିଛି । ଷ୍ଟିକର ଗୁଡିକ ଖୁବ ପତଳା  ରହିବ । ଯଦ୍ୱାରା ଦର୍ଶକ ଏହାକୁ ସହଜରେ ଛଡ଼ାଇ  ପାରିବେ ନାହିଁ । ରାତି ହେବା ପରେ ଷ୍ଟିକର  ଗୁଡିକ ଚିକମିକ୍‌ କରିବ । ବାରବାଟୀରେ ଏହା  ଏକ ଭିନ୍ନ ଅନୁଭୂତି ଦେବ ବୋଲି ଆଶା ରଖିଛି  ଓସିଏ । 

ସେହିପରି ପାଣି ବୋତଲ ପ୍ରବେଶ  ଉପରେ କଟକଣା ଲାଗିଥିଲେ ସୁଦ୍ଧା ବାରବାଟୀରେ  ଜାଲି ବନ୍ଧା ହେବ । ବିଭିନ୍ନ ଗ୍ୟାଲେରୀ ସମ୍ମୁଖରେ ବାଉଁଶ ଜରିଆରେ ପୂର୍ବରୁ ଜାଲି ବନ୍ଧା ହେଉଥିଲା ।  ପାଣି ବୋତଲ ବ୍ୟତୀତ ଅନ୍ୟ କୌଣସି ସାମଗ୍ରୀ  ଦର୍ଶକମାନେ ପଡ଼ିଆ ଭିତରକୁ ଫିଙ୍ଗି ନପାରିବା  ଭଳି ବ୍ୟବସ୍ଥା ହୋଇଛି । ହେଲେ ବାଉଁଶ ବନ୍ଧା  ହେଉଥିବାରୁ କିଛି ନିର୍ଦ୍ଦିଷ୍ଟ ସ୍ଥାନରେ ବସୁଥିବା  ଦର୍ଶକ ଖେଳ ଉପଭୋଗ କରି ପାରୁନଥିଲେ ।  ଏଥରେ ମଧ୍ୟ ପରିବର୍ତ୍ତନ ଅଣାଯିବ । ଆଗାମୀ  ମ୍ୟାଚ୍‌ରେ ଗ୍ୟାଲେରୀ ସମ୍ମୁଖରେ ଆଉ ବାଉଁଶ  ଦେଖିବାକୁ ମିଳିବ ନାହିଁ । ତାର ଦ୍ୱାରା ଜାଲି  ବାନ୍ଧିବା ପାଇଁ ଓସିଏ ଯୋଜନା କରିଛି ।

ବାରବାଟୀରେ ନାହିଁ ସ୍ଥାୟୀ ଅଗ୍ନି ନିରାପତ୍ତା, ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗକୁ ଚିଠି ଲେଖିଲେ ଅଗ୍ନିଶମ ଡିଜି

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.