ପ୍ରମୂଖ ଖବର
  • ଏନଡିଏ ସରକାର ଗଢ଼ିବ, ମୋ ବାପା ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବେ…ନୀତୀଶ କୁମାରଙ୍କ ପୁଅ ନିଶାନ୍ତଙ୍କ ବଡ଼ ଦାବି
  • ||
  • ଏନଡିଏ ସରକାର ଗଢ଼ିବ, ମୋ ବାପା ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବେ…ନୀତୀଶ କୁମାରଙ୍କ ପୁଅ ନିଶାନ୍ତଙ୍କ ବଡ଼ ଦାବି
  • ||
  • ଇଣ୍ଡୋନେସିଆରେ ମଝି ସମୁଦ୍ରରେ ହୁତୁ ହତୁ ହୋଇ ଜଳିଗଲା ଜାହାଜ, ଜୀବନ ବିକଳରେ ପାଣିକୁ ଡେଇଁପଡ଼ିଲେ ଯାତ୍ରୀ
  • ||
  • ବ୍ରିଟେନ ଓ ମାଳଦ୍ୱୀପ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
  • ||
  • ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି,ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା, ଦକ୍ଷିଣ ଓଡ଼ିଶାରେ ବର୍ଷିବ
  • ||
  • ଭବାନୀପାଟଣା, ସ୍ୱାମୀର ପରକୀୟା ପ୍ରୀତି ଯୋଗୁଁ ସ୍ତ୍ରୀଙ୍କ ଆତ୍ମହତ୍ୟା, ସୁଇସାଇଡ୍‌ ନୋଟ୍‌ ଦୁଇ ଜଣଙ୍କ ନାମ
  • ||
  • ଏଫ୍ଏମ୍‌ ଛାତ୍ରୀ ଆତ୍ମାହୁତି ଘଟଣାର ତଦନ୍ତ ପାଇଁ ପହଞ୍ଚଲେ କ୍ରାଇମବ୍ରାଞ୍ଚ ଡିଜି, ଭାରପ୍ରାପ୍ତ ଅଧ୍ୟକ୍ଷଙ୍କୁ ଘଟଣାର ବିଭିନ୍ନ ଦିଗ ସମ୍ପର୍କରେ ପଚାରି ବୁଝିଥିଲେ
  • ||
  • ଏୟାର ଲିଫ୍ଟ ହେଲେ ବଳଙ୍ଗା ପୀଡିତା, ଉନ୍ନତ ଚିକିତ୍ସା ପାଇଁ ଦିଲ୍ଲୀ ଏମ୍ସକୁ ସ୍ଥାନାନ୍ତର
  • ||
  • ବଳଙ୍ଗା ନାବାଳିକା ପୋଡ଼ି ଘଟଣା : ପୀଡିତାଙ୍କ ପିଉସୀଙ୍କୁ ଉଠାଇନେଲା ପୋଲିସ
  • ||
  • ପଦ୍ମନାଭପୁର ଟୋଲଗେଟରେ ଭାରସାମ୍ୟ ହରାଇ ବୁଥ ଉପରକୁ ମାଡିଗଲା ଦ୍ରୁତଗାମୀ କାର, ଚାଳକ ଗୁରୁତର
  • ||
  • AIIMSରେ ଚିକିତ୍ସାଧୀନ ବଳଙ୍ଗା ପୀଡ଼ିତାଙ୍କ ହେବ ଏୟାରଲିଫ୍ଟ, ସୂଚନା ଦେଲେ ପୀଡ଼ିତାଙ୍କ ସମ୍ପର୍କୀୟ ଭାଇ
  • ||
  • ଭୂମିକମ୍ପ ଝଟ୍‌କାରେ ଥରିଲା ଇରାନ୍, ତାଜିକିସ୍ତାନ, ରିକ୍ଟର ସ୍କେଲ୍‌ରେ ତୀବ୍ରତା ୫.୬ ରେକର୍ଡ, ଆସାମର ନାଗାୱରେ ବି ଭୂକମ୍ପ ଅନୁଭୂତ
  • ||
  • ଶରଣକୂଳ ଥାନା ଦରପଦା ନିକଟରେ ବୋଲବମ୍ ଅଟୋକୁ ଧକ୍କା ଦେଲେ ପିକ୍ଅପ୍ ଭ୍ୟାନ୍, ଯବତୀ ମୃତ, ୭ ଗୁରୁତର
  • ||
  • ସୋମବାରଠୁ ସଂସଦର ମୌସୁମୀ ଅଧିବେଶନ,ଆଜି ନୂଆଦିଲ୍ଲୀରେ ବସିବ ସର୍ବଦଳୀୟ ବୈଠକ, ଆସିପାରେ ୮ଟି ବିଲ୍
  • ||
  • ସୋସିଆଲ ମଡିଆରେ ହାତଲେଖା ପ୍ରଶ୍ନପତ୍ର ଭାଇରାଲ, ଆଜି ହେବାକୁ ସ୍ପେସାଲ୍‌ ଓଟିଇଟି-୨୦୨୫ ବାତିଲ
  • ||

ବାରବାଟୀରେ ନାହିଁ ସ୍ଥାୟୀ ଅଗ୍ନି ନିରାପତ୍ତା, ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗକୁ ଚିଠି ଲେଖିଲେ ଅଗ୍ନିଶମ ଡିଜି

Published By : Prameya | January 26, 2025 2:40 PM

କଟକ,୨୬/୦୧: ବାରବାଟୀ  ଷ୍ଟାଡିୟମ୍‌ରେ ଆସନ୍ତା ଫେବ୍ରୁଆରୀ ୯  ତାରିଖରେ ଭାରତ-ଇଂଲଣ୍ଡ ଦିନିକିଆ  ମ୍ୟାଚ୍‌ ଖେଳାଯିବ । ଏନେଇ ଆୟୋଜକ  ଓଡ଼ିଶା କ୍ରିକେଟ୍‌ ଆସୋସିଏସନ୍‌  (ଓସିଏ) ତରଫରୁ ପ୍ରସ୍ତୁତି ଜୋର୍‌ଦାର  କରାଯାଇଛି । ଏତେ ବଡ଼ ଆୟୋଜନ ପାଇଁ  ପ୍ରସ୍ତୁତି କରାଯାଉଥିବା ବେଳେ ବାରବାଟୀ  ଷ୍ଟାଡିୟମ୍‌ରେ ଏବେ ଯାଏ ସ୍ଥାୟୀ ଅଗ୍ନି  ନିରାପତ୍ତା ବ୍ୟବସ୍ଥା ନାହିଁ । ଗୁରୁତ୍ୱପୂର୍ଣ୍ଣ  ହେଲା, ମାତ୍ର ୧୫ ଦିନ ତଳେ ରାଜସ୍ୱ  ଓ ବିପର୍ଯ୍ୟୟ ପ୍ରଶମନ ବିଭାଗକୁ ଏ  ବାବଦରେ ଚିଠି ଲେଖି ଅବଗତ  କରାଇଛନ୍ତି ଅଗ୍ନିଶମ ଡିଜି । ବାରବାଟୀ ଷ୍ଟାଡିୟମ୍‌ରେ ବିନା  ଅଗ୍ନିଶମ ପ୍ରମାଣପତ୍ରରେ ସାଧାରଣ  ଲୋକଙ୍କ ପାଇଁ ଉଦ୍ଦିଷ୍ଟ କାର୍ଯ୍ୟକ୍ରମ  କରାଯାଉଥିବା ନେଇ ସରକାରଙ୍କ ଦୃଷ୍ଟି  ଆକର୍ଷଣ କରିଛି ଅଗ୍ନିଶମ ବିଭାଗ । 

ଅଗ୍ନିଶମ ବିଭାଗ କିଛି  ନିର୍ଦ୍ଦିଷ୍ଟ ଦିଗ ପ୍ରତି ଦୃଷ୍ଟି ଦେବାକୁ  ଉଲ୍ଲେଖ କରାଯାଇଛି । ପ୍ରେସ୍‌ ବକ୍ସ,  କର୍ପୋରେଟ ବକ୍ସ, ଭିଭିଆଇପି ବକ୍ସରେ ଲଗାଯାଇଥିବା ପୁରୁଣା ଏସି ସଟ୍‌ସର୍କିଟ୍‌  ହେବାର ସମ୍ଭାବନା ଥିବାରୁ ଏହାକୁ  ବଦଳାଯାଉ ବୋଲି ପରାମର୍ଶ ଦିଆଯାଇଛି ।  ଏହାସହ ବିଦ୍ୟୁତ୍‌ ସଂଯୋଗ ଥିବା ଡିଜି  ସେଟ୍‌, ଇଲୋକ୍ଟ୍ରୋନିକ ପ୍ୟାନେଲ୍‌ ବୋର୍ଡ,  ଟ୍ରାନ୍ସଫର୍ମର୍‌, ଏସି ଆଦିର ଯାଞ୍ଚ୍‌ କରିବା  ସହ ଇଲେକ୍ଟ୍ରି ସାର୍ଟିଫିକେଟ ଦେବା ପାଇଁ  କହିଛି ଅଗ୍ନିଶମ ବିଭାଗ । ଏହାସହ  କନଫରେନ୍ସ ହଲ୍‌, ନ୍ୟୁ ପ୍ୟାଭିଲିୟନ୍‌,  ଅଲିମ୍ପିକ ଆସୋସିଏସନ୍‌, କର୍ପୋରେଟ  ବକ୍ସ ଆଦିରେ ଅସ୍ଥାୟୀ ଶିଡି ନିର୍ମାଣ  ପାଇଁ ମଧ୍ୟ ପରାମର୍ଶ ଦେଇଛି । 

ସେପଟେ ଅଗ୍ନିଶମ ବିଭାଗ  ତରଫରୁ ମ୍ୟାଚ ପାଇଁ ପ୍ରସ୍ତୁତି  ଜୋର୍‌ଦାର କରାଯାଇଛି । ରେଞ୍ଜ୍‌  ଫାୟାର୍‌ ଅଫିସର୍‌ ଟି.କେ. ବାବୁଙ୍କ  ସୂଚନା ମୁତାବକ, ଅସ୍ଥାୟୀ ଅଗ୍ନି  ନିରାପତ୍ତା ବ୍ୟବସ୍ଥା କରାଯାଇଛି । ୮ ଟି  ଦମକଳ ଗାଡ଼ି ଷ୍ଟାଡିୟମ୍‌ ପରିସରରେ  ରହିବ । ୧୮୦ ଜଣ ଅଗ୍ନିଶମ କର୍ମଚାରୀ  ନିୟୋଜିତ ରହିବେ । ଆଜି ବାରବାଟୀରେ  ଭୁବନେଶ୍ୱର ଆଇଆଇଟିର ଏକ ୧୫  ଜଣିଆ ବୈଷୟିକ କମିଟି ମଧ୍ୟ ପୁରା ଷ୍ଟାଡିୟମ ଯାଞ୍ଚ୍‌ କରିଛନ୍ତି । ଗ୍ୟାଲେରୀ,  ପ୍ୟାଭିଲିୟନ ସହ ମ୍ୟାଚ ପାଇଁ ହେଉଥିବା  ସମସ୍ତ ଅସ୍ଥାୟୀ ନିର୍ମାଣ ଯାଞ୍ଚ୍‌ କରିଛନ୍ତି ।  ଆଇଆଇଟି କର୍ତ୍ତୃପକ୍ଷଙ୍କ ସହ ଓସିଏ  କନସଲଟାଣ୍ଟ୍‌ ଟିମ୍‌ ମଧ୍ୟ ଏକ ରିପୋର୍ଟ  ପ୍ରସ୍ତୁତ କରି ସରକାରଙ୍କୁ ଦେବେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.