କେନ୍ଦୁଝର,୦୩/୦୮: ଆଜି ଦୁଇଦିନିଆ କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମୁଖ୍ୟମନ୍ତ୍ରୀ ପୂର୍ବାହ୍ଣ ୧୦ଟା ୩୦ରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଏକଲ ଶିକ୍ଷାରଥ, ଆମ୍ବୁଲାନ୍ସ ସେବା ଓ ମା’ ତାରିଣୀଙ୍କ ନଡ଼ିଆ ସଂଗ୍ରହ ଗାଡ଼ିର ଶୁଭ ଉଦ୍ଘାଟନ କରିବେ । ୧୧ଟାରେ ଦରବାର ହଲ୍ଠାରେ ଜିଲ୍ଳାର ଉନ୍ନୟନ କାର୍ଯ୍ୟକ୍ରମର ସମୀକ୍ଷା କରିବେ । ଅପରାହ୍ଣ ୩ଟରେ କେନ୍ଦୁଝର ଷ୍ଟାଡିୟମ୍ଠାରେ ରାଜ୍ୟସ୍ତରୀୟ ସାହାଣୀ କପ୍ର ଫାଇନାଲ ଫୁଟ୍ବଲ ମ୍ୟାଚକୁ ଉଦ୍ଘାଟନ କରିବେ ବୋଲି ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ମୁଖ୍ୟମନ୍ତ୍ରୀ ସୋମବାର ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କରିବେ ବୋଲି ବିଶ୍ୱସ୍ତସୂତ୍ରରୁ ସୂଚନା ମିଳିଛି ।

ମାଲେଗାଓଁ ବିସ୍ପୋରଣ ମାମଲାରେ ଗୁରୁବାର ନିର୍ଦ୍ଦୋଷ ସା...