କେନ୍ଦୁଝର,୦୩/୦୮: ଆଜି ଦୁଇଦିନିଆ କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମୁଖ୍ୟମନ୍ତ୍ରୀ ପୂର୍ବାହ୍ଣ ୧୦ଟା  ୩୦ରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଏକଲ  ଶିକ୍ଷାରଥ, ଆମ୍ବୁଲାନ୍ସ ସେବା ଓ ମା’ ତାରିଣୀଙ୍କ ନଡ଼ିଆ ସଂଗ୍ରହ  ଗାଡ଼ିର ଶୁଭ ଉଦ୍‌ଘାଟନ କରିବେ । ୧୧ଟାରେ ଦରବାର  ହଲ୍‌ଠାରେ ଜିଲ୍ଳାର ଉନ୍ନୟନ କାର୍ଯ୍ୟକ୍ରମର ସମୀକ୍ଷା କରିବେ ।  ଅପରାହ୍ଣ ୩ଟରେ କେନ୍ଦୁଝର ଷ୍ଟାଡିୟମ୍‌ଠାରେ ରାଜ୍ୟସ୍ତରୀୟ  ସାହାଣୀ କପ୍‌ର ଫାଇନାଲ ଫୁଟ୍‌ବଲ ମ୍ୟାଚକୁ ଉଦ୍‌ଘାଟନ  କରିବେ ବୋଲି ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ  ସୂଚନା ଦିଆଯାଇଛି । ମୁଖ୍ୟମନ୍ତ୍ରୀ ସୋମବାର ଭୁବନେଶ୍ୱର  ପ୍ରତ୍ୟାବର୍ତ୍ତନ କରିବେ ବୋଲି ବିଶ୍ୱସ୍ତସୂତ୍ରରୁ ସୂଚନା ମିଳିଛି ।