କେନ୍ଦ୍ରାପଡ଼ା: ମାସାଧିକ କାଳ ଅଟକି ରହିବା ପରେ କେନ୍ଦ୍ରାପଡ଼ା ଛାଡ଼ିଛି ଅଚଳ ହେଲିକପ୍ଟର। ମାସେ ୭ ଦିନ ଧରି କେନ୍ଦ୍ରାପଡ଼ା ସ୍ବୟଂଶାସିତ କଲେଜ ପଡ଼ିଆରେ ପଡ଼ି ରହିବା ପରେ ଆଜି ସନ୍ଧ୍ୟାରେ ଏକ ଟ୍ରକ୍ ରେ ଲଦା ହୋଇ ହେଲିକପ୍ଟରଟି ମୁମ୍ବାଇ ଯାଇଛି l
ମୁମ୍ବାଇରୁ ଆସିଥିବା ଟେକ୍ନିକାଲ ଟିମ୍ ଙ୍କ ତତ୍ତ୍ଵାବଧାନରେ ହେଲିକପ୍ଟରଟିକୁ ନିଆଯାଉଛି l ମୁମ୍ବାଇରେ ପହଁଞ୍ଚିବା ପାଇଁ ୮ରୁ ୧୦ ଦିନ ସମୟ ଲାଗିବ ବୋଲି ଜଣାପଡିଛି l ଆଜି ସନ୍ଧ୍ୟାରେ ସ୍ଥାନୀୟ ପୋଲିସ, ଅଗ୍ନିଶମ ବାହିନୀ ଓ ଇଞ୍ଜିନିୟର ମାନଙ୍କ ମିଳିତ ସହଯୋଗରେ ହେଲିକପ୍ଟର ଲଦା ହୋଇଥିବା ଲମ୍ବା ଟ୍ରକ୍କୁ ସାବଧାନତାର ସହିତ ମୂଖ୍ୟ ରାସ୍ତାକୁ ଅଣାଯାଇଥିଲା l ଏହାକୁ ଦେଖିବା ପାଇଁ ବେଶ୍ ଭିଡ ଜମିଥିଲା l
ଖବର ମୁତାବକ, ଗତ ଜୁନ ୯ ତାରିଖରେ ମୁଖ୍ୟମନ୍ତ୍ରୀଙ୍କୁ ନେଇ କେନ୍ଦ୍ରାପଡା ଯାଇଥିଲା ଏହି ହେଲିକପ୍ଟର l ସେଠାରେ ବଜ୍ରପାତରେ ହେଲିକପ୍ଟରଟି ଅଚଳ ହୋଇ ପଡିଥିଲା l ଏଣୁ ଦୀର୍ଘ ଦିନ ହେବ କଲେଜ ପଡ଼ିଆରେ ଥୁଆ ହୋଇ ରହିଥିଲା।