ପ୍ରମୂଖ ଖବର
  • ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ, ସୋସିଆଲ ମିଡିଆରେ ପାଟ ଅଗଣା ଓ ଭେଟ ମଣ୍ଡପର ଫଟୋ ଛାଡିଲେ ଯୁବକ
  • ||
  • 'ଏକ୍ସ'ର ସିଇଓ ପଦରୁ ଇସ୍ତଫା ଦେଲେ ଲିଣ୍ଡା ୟାକାରିନୋ,ସାମ୍ନାକୁ ଆସିଲା ମସ୍କଙ୍କ ପ୍ରତିକ୍ରିୟା
  • ||
  • ଡେଲାଙ୍ଗ ବ୍ଲକରେ ବ୍ୟାପିଛି ବାର୍ଡ ଫ୍ଲୁ, ଚିନ୍ତାରେ ଚାଷୀ
  • ||
  • ଏଆଇ-ଚାଳିତ ଉତ୍ପାଦନ ବିପ୍ଳବର ନେତୃତ୍ୱ ନେବ ଓଡ଼ିଶା, ଆସୋଚାମ-ପ୍ରାଇମସ ପାର୍ଟନର୍ସ ରିପୋର୍ଟ
  • ||
  • ରେଲୱେରେ ଏବର୍ଷ ମିଳିବ ୫୦ ହଜାର ଚାକିରି, ଏପର୍ଯ୍ୟନ୍ତ ୯ ହଜାର ନିଯୁକ୍ତିପତ୍ର ପଠାଇସାରିଲାଣି RRB
  • ||
  • ଅନୁଗୁଳ : NH ୧୪୯ ବଂରପାଳ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା, ଟ୍ରାଭେଲର୍‌ ଧକ୍କାରେ ୨ ବାଇକ୍‌ ଆରୋହୀ ମୃତ
  • ||
  • ଜିଦ୍‌ରେ ଅଟଳ ଡ୍ରାଇଭର୍ ମହାସଙ୍ଘ : ପରିବହନ ଅଚଳ, ତିରୋଟମୁହାଁ ତେଲ, ବାହାରୁ ଆସିପାରୁନି ଗ୍ରୋସରୀ ଓ ପନିପରିବା
  • ||

ଖେଳୁଥିବା ବେଳେ ପୋଖରୀରେ ପଡି ଶିଶୁପୁତ୍ର ମୃତ

Published By : Suraj Kumar | October 8, 2024 10:01 PM

ମାଲକାନଗିରି/କାଲିମେଳା, ୮/୧୦ (ଆପ୍ର ) :  ଘର ବାଡ଼ିରେ ଖେଳୁଥିବା ବେଳେ ପୋଖରୀରେ ବୁଡି ଜଣେ ଶିଶୁପୁତ୍ରର ମୃତ୍ୟୁ ଘଟିଛି। ଏପରି ଦୁଃଖଦ ଘଟଣା  ମାଲକାନଗିରି ଜିଲ୍ଲା କାଲିମେଳା ଥାନା ଅନ୍ତର୍ଗତ ସୁଦାକୁଣ୍ଡା ଗ୍ରାମରେ ଦେଖିବାକୁ ମିଳିଛି।

 ସୁଧାକୁଣ୍ଡା ଗ୍ରାମର ଭିମା ପଡିଆମିଙ୍କ ସ୍ତ୍ରୀ ଗାଙ୍ଗି ପଡିଆମି ଦୁର୍ଗାପୂଜା ପାଇଁ ଆଜି ସକାଳ ସମୟରେ ନିଜଘର ମାଟି କାନ୍ଥ ଲିପା ପୋଛା କରୁଥିଲେ। ଏହି ସମୟରେ ତାଙ୍କର ୨ ବର୍ଷର ଶିଶୁପୁତ୍ର  ଅବିନାଶ ପଡିଆମି ସେଠାରେ ଖେଳୁଥିଲେ। ଖେଳୁ ଖେଳୁ ସେ ବାଡ଼ିରେ ଥିବା ପୋଖରୀ ନିକଟକୁ ଉଭୟ ପଳାଇଥିଲେ। ପୋଖରୀରେ ତା’ ଗୋଡ ଖସିଯିବାରୁ ସେ ପାଣିରେ ବୁଡି ଯାଇଥିଲା।  

ଯେତେବେଳେ ମା’ ଗାଙ୍ଗିଙ୍କ ଘର ଲିପା କାର୍ଯ୍ୟ ସରିଲା ସେ ପୁଅକୁ ଖୋଜି ପାଇ ନଥିଲେ। ତାପରେ ସେ ଗାଧୋଇବାକୁ ନିକଟସ୍ଥ ପୋଖରୀକୁ ଯାଇଥିଲେ। ସେଠାରେ ନିଜ ପୁଅର ମୃତଦେହ ପୋଖରୀରେ ଭାସୁ  ଥିବାର ଦେଖିଥିଲେ। ଏ ସମ୍ପର୍କରେ  କାଲିମେଳା ଥାନାକୁ ଜଣାଇବାରୁ ପୋଲିସ ଘଟଣା ସ୍ଥଳରେ ପହଂଚି ମୃତ ଶରୀରକୁ ପାଣିରୁ ଉଦ୍ଧାର କରି କାଲିମେଳା ସ୍ବାସ୍ଥ୍ୟ କେନ୍ଦ୍ରକୁ ଶବ ବ୍ୟବଛେଦ କରିବା ନିମନ୍ତେ ପଠାଇଥିଲେ। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.