ପ୍ରମୂଖ ଖବର
  • ନାଇଜେରିଆର ଡଙ୍ଗା ବୁଡ଼ି ୨୫ ମୃତ; ଅନେକ ନିଖୋଜ, ଡଙ୍ଗାରେ ଥିଲେ ମୋଟ୍ ୧୦୦ ଯାତ୍ରୀ
  • ||
  • ଫିଡେ ମହିଳା ଚେସ୍‌ ବିଶ୍ୱକପ୍‌ ଫାଇନାଲ୍‌: ଦିବ୍ୟା-ହମ୍ପି ଦ୍ୱିତୀୟ କ୍ଲାସିକାଲ ଗେମ୍‌ ଡ୍ର’, ଆଜି ଟାଇବ୍ରେକରେ ଫଳାଫଳ ନିର୍ଣ୍ଣୟ
  • ||
  • ଭଦ୍ରକରେ ବନ୍ୟା ବିତ୍ପାତ; ୪ ପଞ୍ଚାୟତରେ ୨ ଦିନ ସ୍କୁଲ୍‌ ଛୁଟି
  • ||
  • ଜର୍ମାନୀରେ ଲାଇନଚ୍ୟୁତ ହେଲା ଟ୍ରେନ; ୩ ମୃତ, ୩୪ ଆହତ
  • ||
  • ଉତ୍ତର ଓଡ଼ିଶାରେ ବନ୍ୟା: ୬ ଜିଲ୍ଲାରେ ୧୧ ହଜାର ଲୋକ ପ୍ରଭାବିତ, ପାଣିଘେରରେ ଯାଜପୁରର ୧୧ ପଞ୍ଚାୟତ
  • ||
  • ଜଗତସିଂହପୁର : ବାଇକ୍‌କୁ ପିଟିଲା ବସ୍‌; ଜଣେ ମୃତ, ଜଣେ ଗୁରୁତର
  • ||
  • ବାରାବାଙ୍କୀ ଅବସାନେଶ୍ୱର ଶିବ ମନ୍ଦିରରେ ଦଳାଚକଟା, ୨ ଶ୍ରଦ୍ଧାଳୁ ମୃତ
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଖସାପଡ଼ା ନୀତି, ଆଜି ଅପରାହ୍ନ ୬ଟାରୁ ରାତି ୧୦ ଦର୍ଶନ ମନା
  • ||
  • ଶ୍ରାବଣ ମାସର ତୃତୀୟ ସୋମବାରରେ ଚଳଚଞ୍ଚଳ ଧବଳେଶ୍ଵରଙ୍କ ପୀଠ, ଶ୍ରାବଣୀ ଲିଙ୍ଗରେ ଜଳଲାଗି କଲେ କାଉଡ଼ିଆ
  • ||

ଖେଳ ହେଲା କାଳ : ଗରା ଭିତରେ ପଶିଗଲା ଶିଶୁପୁତ୍ରର ମୁଣ୍ଡ

Published By : Suraj Kumar | July 26, 2025 6:16 PM

ମାଲକାନଗିରି, ୨୬/୭(ଆପ୍ର ): ଖେଳ ହେଲା କାଳ। ଘର ଅଗଣାରେ ଏକ ନୂଆ ଷ୍ଟିଲ ଗରା ଧରି ଶିଶୁପୁତ୍ର ଖେଳୁଥିବା ବେଳେ ମୁଣ୍ଡଟି ଗରା ଭିତରକୁ ପଶି ଯାଇଥିଲା। ଶିଶୁଟି ଅଣ ନିଶ୍ୱାସୀ ହୋଇ ଯନ୍ତଣାରେ ଛଟପଟ ହେବା ଦେଖି ପରିବାର ଓ ଗାଁ ଲୋକେ ବହୁ ଚେଷ୍ଟା କରି ଗରା ଭିତରୁ ଶିଶୁପୁତ୍ରର ମୁଣ୍ଡକୁ ବାହାର କରିପାରି ନଥିଲେ । ଶେଷରେ ଅଗ୍ନିଶମ ବିଭାଗ କର୍ମଚାରୀ ଶିଶୁ ପୁତ୍ରର ମୁଣ୍ଡକୁ ଗରା ଭିତରୁ ପଦାକୁ କାଢିବାରେ ସଫଳ ହୋଇଥିଲେ। ଏମିତି ଏକ ଅଭାବନୀୟ ଘଟଣା ଘଟିଛି ମାଲକାନଗିରି ଜିଲ୍ଲା କୋରକୁଣ୍ଡା ଗ୍ରାମରେ ।

ସେହି ଗ୍ରାମର ପ୍ରଦୀପ ବିଶ୍ୱାସ ଶନିବାର ବଜାରରୁ ଏକ ନୂଆ ଷ୍ଟିଲ ଗରାଟିଏ କିଣି ଘରକୁ ନେଇ ଥିଲେ।  ସେ ଗରାଟିକୁ ଘର ଅଗଣାରେ ରଖି ଦେଇ ଅନ୍ୟ କାମରେ ପଳାଇଥିଲେ।  ସେଠାରେ ତାଙ୍କର ତିନିବର୍ଷର ଶିଶୁପୁତ୍ର ତନ୍ମୟ ଖେଳୁଥିଲା। ନୂଆ ଗରାଟିକୁ ଦେଖି ଶିଶୁଟି ତାକୁ ଗଡାଇ ଗଡାଇ ଶୋଇକି ଖେଳୁ ଥିବା ବେଳେ ତାର ମୁଣ୍ଡଟି ଗରା ଭିତରକୁ ପଶି ଯାଇଥିଲା।  ସେ ଚିତ୍କାର କରି କାନ୍ଦିବାରୁ ପରିବାର ଲୋକେ ପହଁଚି ଗରା ଭିତରୁ ମୁଣ୍ଡଟିକୁ ବାହାର କରି ପାରିନଥିଲେ। ପ୍ରଥମେ କୋରକୁଣ୍ଡା ଅଗ୍ନିଶମ କେନ୍ଦ୍ରକୁ ଶିଶୁଟିକୁ ନେଇଥିଲେ। ସେଠାରେ ଅଗ୍ନିଶମ କର୍ମଚାରୀ ବହୁ ଚେଷ୍ଟା କଲା ପରେ ମଧ୍ୟ ମୁଣ୍ଡଟି ବାହାରି ପାରିନଥିଲା।  ସଙ୍ଗେ ସଙ୍ଗେ ଗାଡିରେ ମାଲକାନଗିରି ଜିଲ୍ଲା ଅଗ୍ନିଶମ କେନ୍ଦ୍ରକୁ ସ୍ଥାନାନ୍ତର କରି ଦେଇଥିଲେ।  ଜିଲ୍ଲା ସହକାରୀ ଅଗ୍ନିଶମ ଅଧିକାରୀ କମଳ କୁମାର ଗୌଡ଼ଙ୍କ ନେତୃତ୍ୱରେ ବାସୁଦେବ ବିଶ୍ୱାଳ, ମନୋରଞ୍ଜନ ପ୍ରଧାନ, ଧନସିଂ ଭତ୍ରା, ଗୌତିମ ଭୋଇ ପ୍ରମୁଖ ଅଗ୍ନିଶମ କର୍ମଚାରୀ ମାନେ ଅତି ସତର୍କତାର ସହିତ ଗରା ଟିକୁ କାଟି ସୁରକ୍ଷିତ ଭାବେ ଗରା ଭିତରୁ ଶିଶୁ ପୁତ୍ର ଟିର ମୁଣ୍ଡକୁ କାଡି ତାର ଜୀବନ ବଞ୍ଚାଇବାରେ ସଫଳ ହୋଇଛନ୍ତି।ଅଗ୍ନିଶମ ବିଭାଗ ଅଧିକାରୀ ଓ କର୍ମଚାରୀଙ୍କ ପାଇଁ ଶିଶୁ ପୁତ୍ରର ଜୀବନ ବଞ୍ଚି ଯାଇଥିବାରୁ ପରିବାର ଲୋକେ ଓ ଗ୍ରାମ ବାସୀ ଦମକଳ ବାହିନୀ ଙ୍କୁ ଧନ୍ୟବାଦ ଦେଵା ସହିତ ପ୍ରଶଂସା କରିଛନ୍ତି। ବର୍ତ୍ତମାନ ଶିଶୁ ପୁତ୍ରଟି ସୁସ୍ଥ ଥିବା ଜଣା ପଡିଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.