ପ୍ରମୂଖ ଖବର
  • ଭୁବନେଶ୍ୱର : ସହି ପାରିଲେନି ଘର ମାଲିକଙ୍କ ନିର୍ଯାତନା, ଟ୍ରେନ୍‌ ଆଗକୁ ଡେଇଁ ଜୀବନ ହାରିଲେ ଯୁବକ
  • ||
  • ମୟୂରଭଞ୍ଜ : ସୋନ ଡ୍ୟାମ୍‌ରୁ ମହିଳାଙ୍କ ମୃତଦେହ ଉଦ୍ଧାର, ପରିଚୟ ଅସ୍ପଷ୍ଟ
  • ||
  • ପୁରୀରେ କାଳବୈଶାଖୀ ପ୍ରଭାବ: ଭୁଶୁଡ଼ି ପଡ଼ିଲା କମାରଶାଳ
  • ||
  • ପ୍ରକାଶ ପାଇଲା ICSE ଦଶମ ଏବଂ ISC ଦ୍ୱାଦଶ ପରୀକ୍ଷା ଫଳାଫଳ, ଜାଣନ୍ତୁ କେମିତି ଚେକ୍‌ କରିବେ ରେଜଲ୍ଟ
  • ||
  • ଭଦ୍ରକ : ମିଶ୍ରପୁର ଗ୍ରାମରେ ଅଘଟଣ, ନଈରେ ପଡ଼ି ନାବାଳିକା ମୃତ
  • ||
  • ଅକ୍ଷୟ ତୃତୀୟରେ ଚାଷୀଙ୍କୁ ମିଳିଲା ସିଏମ୍‌ କିଷାନ ଟଙ୍କା, ୧୦୨୫ କୋଟି ଟଙ୍କା ବାଣ୍ଟିଲେ ସରକାର
  • ||
  • ଭୁବନେଶ୍ୱର : ରାଜଧାନୀ ଅଭାବନୀୟ ଘଟଣା; ରାସ୍ତାରେ ଜଳିଗଲେ କଲେଜ ଛାତ୍ର, ତଦନ୍ତ କରୁଛି ପୋଲିସ
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା, ନରେନ୍ଦ୍ର ପୁଷ୍କରିଣୀରେ ଜଳକ୍ରୀଡା କରିବେ ମଦନମୋହନ
  • ||
  • ଅକ୍ଷୟ ତୃତୀୟାଠାରୁ ବିନ୍ଦୁସାଗରରେ ଚନ୍ଦନ ଯାତ୍ରା, ୨୨ ଦିନ ଚାପ ଖେଳିବେ ଶ୍ରୀଲିଙ୍ଗରାଜ
  • ||
  • ବିଶାଖାପାଟଣାର ସୀମାଞ୍ଚଳମ୍ ମନ୍ଦିରରେ ଅଘଟଣ; ପାଚେରି ଭୁଶୁଡ଼ି ୮ ଜଣଙ୍କର ମୃତ୍ୟୁ, ଅନେକ ଆହତ
  • ||
  • ଭଦ୍ରକ : ମିଶ୍ରପୁର ଗ୍ରାମରେ ଅଘଟଣ, ନଈରେ ପଡ଼ି ନାବାଳିକା ମୃତ
  • ||

ଶିଶୁ କନ୍ୟାକୁ ଜଗିବାକୁ କହିଥିଲା ମା’ , ପିଲାକୁ ଧରି ଚମ୍ପଟ ମାରିଲା କିନ୍ନର

Published By : Prameya | April 19, 2025 11:24 PM

କରଞ୍ଜିଆ, ୧୯।୪ : ପୁଣି ଗୋଟିଏ ଛୁଆ ଚୋରି ର ଘଟଣା ସାମ୍ନାକୁ ଆସିଛି। ଏଥର ଛୁଅ ଚୋରି କରି ଫେରାର ହୋଇଛି ଏକ କିନ୍ନର।  ଏଭଳି ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲାର ଠାକୁରମୁଣ୍ଡା ବ୍ଲକରେ । 

ଠାକୁରମୁଣ୍ଡା ଥାନା ର ମଲ୍ହାରପଦା ଗାଁ ର ସିପି ପାତ୍ର ଗତ ୧୭ ତାରିଖ ସନ୍ଧ୍ୟାରେ ତାଙ୍କ ୪ ବର୍ଷ ର ଝିଅ ଆଦ୍ୟାସାକୁ ନେଇ ଠାକୁରମୁଣ୍ଡା ଯାତରା ଦେଖିବାକୁ ଆସିଥିଲେ । ରାତି ପ୍ରାୟ ୧୦ ଟା ବେଳକୁ ତାଙ୍କୁ ଶୌଚ ଲାଗିବାରୁ ସେ ପାଖରେ ଥିବା ଜଣେ ଅଜଣା କିନ୍ନର ପାଖରେ ଛୁଆକୁ ଛାଡି ନିକଟସ୍ଥ ପୋଖରୀ କୁ ଯାଇଥିଲେ। ମାତ୍ର ୧୫ ମିନିଟ୍ ପରେ ଆସିଲା ବେଳକୁ ସେଠାରେ ନା କିନ୍ନର ଥିଲା ନା ତାଙ୍କ ଛୁଆ। ଆଖପାଖ ରେ ପଚାରିବାରୁ କେହି କିଛି କହି ପାରି ନଥିଲେ। ତେବେ ବଜାରର କିଛି ଦୋକାନରେ ଲାଗିଥିବା ସିସି କ୍ୟାମେରାରେ ଦେଖିବା ପରେ ଛୁଆଟି ସେହି କିନ୍ନର ପଛେ ପଛେ ଯାଉଥିବାର ଦେଖିବାକୁ ମିଳିଥିଲା। 

ସେହି କିନ୍ନର ଏକ ଗୋଲାପି ଶାଢ଼ୀ ପିନ୍ଧିଥିବା ବେଳେ ତାଙ୍କ ବାମ ପଟ ବେକ ରେ ଏକ ତାରର ଟାଟୁ ଥିବା କଥା କହିଛନ୍ତି ଶିଶୁ କନ୍ୟାର ମାଆ। ଏ ବାବଦରେ ଠାକୁରମୁଣ୍ଡା ଥାନାରେ  ମହିଳା ସିପି ପାତ୍ର ଏତଲା ଦେବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.