ନୂଆଦିଲ୍ଲୀ – ଆମେରିକାକୁ ଚୀନର ଖୋଲା ଚ୍ୟାଲେଞ୍ଜ। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ କଡ଼ା ଚେତାବନୀ ଦେଲେ ଚୀନ ଶାସକ ଜିନିପିଙ୍ଗ୍। କହିଲେ ଯଦି ଭେନେଜୁଏଲା ରାଷ୍ଟ୍ରପତି ଓ ତାଙ୍କ ପତ୍ନୀଙ୍କୁ ତୁରନ୍ତ ମୁକ୍ତ ନକର। ସ୍ଥିତି ଭୟଙ୍କର ହେବ। ଯେତେ ଶୀଘ୍ର ପାରୁଛ ଆଲୋଚନା ମାଧ୍ୟମରେ ମାମଲାକୁ ସମାଧାନ କରି ତାଙ୍କୁ ଛାଡ଼ି ଦିଅ। ଚାଇନା ବୈଦେଶିକ ମନ୍ତ୍ରଣାଳୟ ଏଠାରେ ଜାରି ଏକ ବିବୃତ୍ତିରେ କହିଛି , ଆମେରିକା ଦ୍ୱାରା ପଦଚ୍ୟୁତ କରାଯାଇ ଥିବା ରାଷ୍ଟ୍ରପତି ନିକୋଲସ ମାଦୁରୋ ଓ ତାଙ୍କ ପତ୍ନୀଙ୍କୁ ବଳପୂର୍ବକ ଗିରଫ କରି ,ଦେଶ ବାହାରକୁ ନେଇ ଯିବାରେ ଚୀନ ଖୁବ୍ ଚିନ୍ତା ବ୍ୟକ୍ତି କରିଛି।
ଆମେରିକାକୁ କଡ଼ା ଚେତାବନୀ ଦେଇ ଚୀନ କହିଛି – ଏହି ପଦକ୍ଷେପ ଅନ୍ତର୍ଜାତୀୟ ଆଇନ, ଅନ୍ତର୍ଜାତୀୟ ସମ୍ୱନ୍ଧର ଭିତ୍ତିଭୂମି ମାନଦଣ୍ଡ ଓ ୟୁଏନ୍ ଚାର୍ଟରର ଉଦ୍ଦେଶ୍ୟ ତଥା ସିଦ୍ଧନ୍ତ ଗୁଡ଼ିକର ସ୍ପଷ୍ଟ ଉଲ୍ଲଙ୍ଘନ। ବିବୃତ୍ତିରେ କୁହାଯାଇଛି , ଚୀନ ଆମେରିକାକୁ ପଦଚ୍ୟୁତ ରାଷ୍ଟ୍ରପତି ନିକୋଲସ ମାଦୁର ଓ ତାଙ୍କ ପତ୍ନୀଙ୍କ ବ୍ୟକ୍ତିଗତ ସୁରକ୍ଷା ସ୍ପଷ୍ଟ କରିବା , ତାଙ୍କୁ ତୁରନ୍ତ ମୁକ୍ତ କରିବା, ଭେନେଜୁଏଲା ସରକାରର ପତନ ନେଇ ପ୍ରୟାସରୁ ରୋକିବା କଥା ଆଲୋଚନା ମାମଧ୍ୟରେ ପ୍ରସଙ୍ଗକୁ ସମାଧାନ କରିବାକୁ ଆହ୍ୱାନ କରୁଛି।
ଚୀନ କହିଛି -ମାଦୁରୋ ସରକାରର ପତନ ଓ ଆମେରିକା ଦ୍ୱାରା ତାଙ୍କୁ ଗିରଫ କରିଭା ବେଜିଂ ପାଇଁ ଏକ ବଡ଼ ଝଟକା , କାରଣ ମାଦୁରୋଙ୍କ ପୂର୍ବବର୍ତ୍ତୀ ହ୍ୟୁଗୋ ଶାୱେଜଙ୍କ ସମୟରୁ ହିଁ ଭେନେଜୁଏଲା ସହ ଚୀନର ଘନିଷ୍ଠ ରଣନୀତିକ ସମ୍ୱନ୍ଧ ରହିଛି।
ଏହାସହ ମଧ୍ୟ ପଢନ୍ତୁ : ଭେନେଜୁଏଲାରେ ଫସି ରହିଥିଲା ଆମେରିକା , ଏପଟେ ତାର ବନ୍ଧୁ ଘରେ ଚାଲିଥିଲା ଏୟାର ଷ୍ଟ୍ରାଇକ୍
ଉଲ୍ଲେଖନୀୟ ଯେ, ଭେନେଜୁଏଲାର ରାଷ୍ଟ୍ରପତି ନିକୋଲସ୍ ମାଦୁରୋଙ୍କୁ ଆମେରିକା ତାଙ୍କ ଘରେ ପଶି ଉଠାଇ ନେଇ ଯାଇଛି। ଏକ ସାମରିକ ଅପରେସନ ପରେ ଏହି ଗିରଫଦାରୀକୁ ସଫଳ କରାଯାଇଛି। ଉକ୍ତ ଘଟଣାକୁ ନେଇ ସାରା ଦୁନିଆରେ ଅଲଗା ଅଲଗା ଉପାୟରେ ପ୍ରତିକ୍ରିୟା ଆସୁଛି। ଅନେକ ଦେଶ ଏହି ଘଟଣାକୁ ସମାଲୋଚନା କରିଛନ୍ତି। ମାଦୁରୋଙ୍କ ସହ ତାଙ୍କର ପତ୍ନୀଙ୍କୁ ମଧ୍ୟ ଗିରଫ କରାଯାଇଛି। ଆମେରିକା ମାଦୁରୋଙ୍କ ଉପରେ ଡ୍ରଗ୍ ତସ୍କରୀର ମଧ୍ୟ ଅଭିଯୋଗ ଲଗାଇଛି ।