ବେଜିଂ : ରୁଷ୍‌ ଓ ଚୀନର ବନ୍ଧୁତା କାହାକୁ ଅଛପା ନୁହେଁ। ଦୁନିଆର ଏହି ଦୁଇ ମହାଶକ୍ତିଶାଳୀ ଦେଶର ସମ୍ୱନ୍ଧ ୧୯୫୦ର ଦଶକରୁ ହିଁ ଦୃଢ ରହିଛି। ପାଖାପାଖି ୩ବର୍ଷ ପୂର୍ବେ ଯେବେ ୟୁକ୍ରେନ୍‌ ଉପରେ  ରୁଷ୍‌ ହମଲା କରିଥିଲା , ସେତେବେଳେ ମଧ୍ୟ ଚୀନ୍‌ ଏହାର ସମାଲୋଚନା କରି ନଥିଲା। ଖବର ଏମିତି ଆସିଛି କି , ୟୁକ୍ରେନ ଯୁଦ୍ଧରେ ଚୀନ, ରୁଷ୍‌କୁ ବହୁ ପରିମାଣରେ ଅସ୍ତ୍ରଶସ୍ତ୍ର ସପ୍ଲାଇ କରୁଛି। ନିଜେ ଚାଇନା ରାଷ୍ଟ୍ରପତି ଶି ଜିନପିଙ୍ଗ ମଧ୍ୟ ପାଶ୍ଚାତ୍ୟ ଦେଶ ଗୁଡ଼ିକର ପ୍ରତିବନ୍ଧକ ସତ୍ତ୍ୱେ , ମସ୍କୋ ଗସ୍ତ କରିଥିଲେ, କିନ୍ତୁ ଏବେ ଏକ ଏମିତି ଖବର ଆସିଛି , ଯିଏକି ରୁଷୀୟ ରାଷ୍ଟ୍ରପତି ଭ୍ଲାଦିମୀର ପୁଟିନଙ୍କୁ କଡ଼ା ଝଟକା ଦେଇଛନ୍ତି। 

ଚୀନର ସବୁଠୁ ବଡ଼ ବନ୍ଦରର ଅଧିକାରୀମାନେ ଆମେରିକାର ପ୍ରତିବନ୍ଧକ କାରଣରୁ ,ରୁଷ୍‌ର ବଡ଼ ବଡ଼ ତେଲ ଟ୍ୟାଙ୍କରକୁ ନେଇ ଯାଉଥିବା ୮ଟି ଜାହାଜର ଫ୍ଲିଟ୍‌କୁ ନିଜର ବନ୍ଦରକୁ ଆସିବାରେ ରୋକି ଦେଇଛି। ରୟଟର୍ସ ୩ଜଣ ବ୍ୟବସାୟିକଙ୍କ ଅନୁସାରେ , ଏହି ଚାଇନା ପ୍ରତିବନ୍ଧକକୁ ସ୍ପଷ୍ଟ କରିଛି। ରିପୋର୍ଟସରେ କୁହାଯାଇଛି କି, ପୂର୍ବ ଚୀନ୍‌ର ଶାନ୍ଦୋଙ୍ଗ ପୋର୍ଟ ଗ୍ରୁପ୍‌ ରୁଷୀୟ ତେଲ ଟ୍ୟାଙ୍କର ଗୁଡ଼ିକର ଫ୍ଲିଟ୍‌ରେ ଏହି ପ୍ରତିବନ୍ଧକ ଲଗାଇଛି। ଏହି ଅଞ୍ଚଳରେ ଥିବା ଅନେକ ଅଏଲ ରିଫାଇନରୀ ବିଦେଶୀ ତୈଳର ପ୍ରମୁଖ ଇମ୍ପୋଟର ରହିଛି ଏବଂ ଫେବ୍ରୁଆରୀ ୨୦୨୨ ପର ଠାରୁ ସେ ରୁଷୀୟ କଚ୍ଚା ତୈଳର ସବୁଠୁ ବଡ଼ ଇମ୍ପୋଟର ରହିଛି, କାରଣ ପାଶ୍ଚାତ ଦେଶ ଗୁଡ଼ିକ ରୁଷ୍‌ ଉପରେ କଡ଼ା ପ୍ରତିବନ୍ଧକ ଲଗାଇଛନ୍ତି। 

ଏହା ସତ୍ତ୍ୱେ ଚାଇନା ବନ୍ଦର ରୁଷୀୟ ଡାହାଜ ଗୁଡ଼ିକୁ ସେଠାରେ ଅନଲୋଡିଂ ବା ଡକିଙ୍ଗ କରିବାରେ ରୋକି ଦେଇଛି। ଏହି ପ୍ରତିବନ୍ଧକ କେବଳ ସାନ୍ଦୋଙ୍ଗ ବନ୍ଦର ଉପରେ ନୁହେଁ , ଏହାସହ ନକଟତମ ପୋର୍ଟ ରଝାଓ, ୟନ୍ତାଇ ଓ କିଙ୍ଗଦାଓଙ୍କ ଉପରେ ମଧ୍ୟ ଅଛି , ଯାହାର ସଞ୍ଚାଳନ ଶାନ୍ଦୋଙ୍ଗ ପୋର୍ଟ ଗ୍ରୁପ୍‌ କରିଥାଏ। ରିପୋର୍ଟରେ କୁହାଯାଇଛି କି , ଯେଉଁ ୮ଟି ଅଏଲ ଟ୍ୟାଙ୍କର ଉପରେ ରୋକ୍‌ ଲଗାଯାଇଛି, ଏଥିରେ ପ୍ରତ୍ୟେକର କ୍ଷମତା ରହିଛି ୨୦ ଲକ୍ଷ ବ୍ୟାରେଲ।