ପ୍ରମୂଖ ଖବର
  • ବଲାଙ୍ଗୀର: ଭାରସାମ୍ୟ ହରାଇ ରାସ୍ତାକଡ଼ ଦୋକାନ ଭିତରକୁ ମାଡିଗଲା ଟ୍ରକ୍, ସିକ୍ୟୁରିଟି ଗାର୍ଡ ମୃତ
  • ||
  • କେରଳରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, କାର୍-ବସ୍ ମୁହାଁମୁହିଁ ଧକ୍କାରେ ୫ ଡାକ୍ତରୀ ଛାତ୍ରଙ୍କ ଚାଲିଗଲା ଜୀବନ
  • ||
  • ଭିଜିଲାନ୍ସ ଜାଲରେ ସହକାରୀ ନିର୍ବାହୀ ଯନ୍ତ୍ରୀ ବିଶ୍ବନାଥ ପାତ୍ର, , ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ ଚଢ଼ାଉ
  • ||
  • ସଂସଦରେ ସମ୍ବିଧାନ ଚର୍ଚ୍ଚା ପାଇଁ ବାଚସ୍ପତିଙ୍କ ସହମତି, ଆଜିଠୁ ସ୍ୱାଭାବିକ ହୋଇପାରେ ଗୃହ
  • ||
  • ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି: ୪ରେ ନୌସେନା ସମରାଭ୍ୟାସ ଦେଖିବେ, ୫ରେ ଜୁଡିସିଆଲ କମ୍ପେ୍ଲକ୍ସ ଉଦ୍‌ଘାଟନ କରିବେ
  • ||
  • ଚଳିତ ବର୍ଷ ରାଜ୍ୟରେ ଜାଡ଼ କମ୍, ଡିସେମ୍ବରରେ ତାପମାତ୍ରା ସ୍ୱାଭାବିକଠାରୁ ଅଧିକ ରହିବ
  • ||

ଜହ୍ନରେ ଘର : ଚନ୍ଦ୍ର ମାଟିରେ ଇଟା ଗଢ଼ିବ ଚୀନ୍‌

ନୂଆଦିଲ୍ଲୀ ୧୮/୧୧: ଚନ୍ଦ୍ରରେ ପ୍ରଥମ ବସତି ସ୍ଥାପନ ମିଶନରେ ଆଉ ପାଦେ ଆଗକୁ ବଢ଼ିଛି ଚୀନ୍‌ । ଚନ୍ଦ୍ର ମାଟିରେ ଇଟା ପ୍ରସ୍ତୁତ ହୋଇପାରିବ କି ନାହିଁ, ତା’ର ପରୀକ୍ଷା ଆରମ୍ଭ କରିଛି । ଏହି ପ୍ରୋଜେକ୍ଟ ଲାଗି ଚୀନ୍‌ର ତିଆନଗଙ୍ଗ୍‌ ମହାକାଶ କେନ୍ଦ୍ରକୁ ଯାଉଥିବା ଏକ କାର୍ଗୋ ରକେଟ୍‌ ପରୀକ୍ଷଣ ଇଟାର ନମୁନା ନେବ । ୨୦୩୦ ମସିହା ସୁଦ୍ଧା ଚନ୍ଦ୍ରରେ ମାନବ ଅବତରଣ ଏବଂ ୨୦୩୫ ମସିହା ସୁଦ୍ଧା ସେଠାରେ ଏକ ସ୍ଥାୟୀ ବାସସ୍ଥଳୀ ପ୍ରତିଷ୍ଠା ଚୀନ୍‌ର ଲକ୍ଷ୍ୟ । କିନ୍ତୁ ଏଥିରେ ଅନେକ ଆହ୍ୱାନ ରହିଛି । ଚନ୍ଦ୍ରରେ ଯେକୌଣସି ଢାଞ୍ଚା ବ୍ରହ୍ମାଣ୍ଡୀୟ ବିକିରଣ, ଚରମ ତାପମାତ୍ରା ପରିବର୍ତ୍ତନ ଓ ଭୂମିକମ୍ପ ଭଳି କଠିନ ପରିସ୍ଥିତିର ସମ୍ମୁଖୀନ ହେବ । ପୃଥିବୀରୁ ଚନ୍ଦ୍ରକୁ ନିର୍ମାଣ ଉପକରଣଗୁଡ଼ିକର ପରିବହନ ଅତ୍ୟନ୍ତ ମହଙ୍ଗା ମଧ୍ୟ । ଏହି ସ୍ଥିତିରେ ଚନ୍ଦ୍ର ମାଟି ଉପଯୋଗ ଏହାର ସମାଧାନ ହେବ ବୋଲି ଉହାନ ସ୍ଥିତ ହୁଆଝୋଙ୍ଗ୍‌ ୟୁନିଭର୍ସିଟି ଅଫ୍‌ ସାଇନ୍ସ ଆଣ୍ଡ ଟେକ୍ନୋଲୋଜିର ଗବେଷକମାନେ କହିଛନ୍ତି ।

ଗବେଷକମାନେ ଚନ୍ଦ୍ର ମାଟି ସହ ସାମଞ୍ଜସ୍ୟ ଥିବା ବାସାଲ୍ଟ ଭଳି ଉପକରଣରୁ ଇଟା ନମୁନା ପ୍ରସ୍ତୁତ କରିଛନ୍ତି । ଚନ୍ଦ୍ରରେ ତାପମାତ୍ରା ୧୮୦ ଡିଗ୍ରୀରୁ ୧୯୦ ଡିଗ୍ରୀ ସେଲ୍‌ସିୟସ୍‌କୁ ପହଞ୍ଚିଯାଏ । ବାୟୁମଣ୍ଡଳ ନ ଥିବାରୁ ଏହା ଉଚ୍ଚ ସ୍ତରୀୟ ବିକିରଣ ଓ ସୂକ୍ଷ୍ମ ଉଲ୍‌କା ମାଡ଼ର ସମ୍ମୁଖୀନ ହୁଏ । ଏଥିସହ ଚନ୍ଦ୍ରରେ ନିରନ୍ତର ହେଉଥିବା ଭୂକମ୍ପ ଯେକୌଣସି ଢାଞ୍ଚା ପାଇଁ ବିପଦପୂର୍ଣ୍ଣ ହେବ । ଏହି ପରୀକ୍ଷଣ ୩ ବର୍ଷ ଧରି ଚାଲିବ । ଚାଙ୍ଗ୍‌ ଇ-୫ ମିଶନରେ ଚୀନ୍‌ ଆଣିଥିବା ମାଟିର ଅଧ୍ୟୟନ କରି ବୈଜ୍ଞାନିକମାନେ ପ୍ରୋଟୋଟାଇପ୍‌ ଇଟା ପ୍ରସ୍ତୁତ କରିଛନ୍ତି । ଏହି ଇଟା ସାଧାରଣ ଇଟାଠୁ ୩ ଗୁଣ ଶକ୍ତିଶାଳୀ । ଅଠା ବିନା ଏହା ପରସ୍ପର ମଧ୍ୟରେ ଯୋଡ଼ି ହୋଇପାରେ ।

 

 

 

 

 

 

 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.