ପ୍ରମୂଖ ଖବର
  • ରାଜଧାନୀରେ ବିଭତ୍ସ ହତ୍ୟାକାଣ୍ଡ, ଯୁବକଙ୍କୁ ପଥରରେ ଛେଚି ମାରିଦେଲେ ବାଇକ୍ ଚୋର
  • ||
  • ଦିଲ୍ଲୀରେ ପୁଣି ୨୦ ଅଧିକ ବୋମା ଧମକ,ଆସିଥିଲା ଧମକପୂର୍ଣ୍ଣ ମେଲ୍, ପୁଲିସର ତଦାଘନା
  • ||
  • ଭୂକମ୍ପ ଝଟକାରେ ଥରିଲା ଚିଲି, ରିକ୍ଟର ସ୍କେଲରେ ତୀବ୍ରତା ୫.୭ ରେକର୍ଡ଼
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ଆତ୍ମାହୁତି ଘଟଣା: ଆଜି ବାଲେଶ୍ୱରରେ ଉଚ୍ଚଶିକ୍ଷା ବିଭାଗ କମିଟିର ତଦନ୍ତ, ଉପସ୍ଥିତ ରହିବେ ଆଇସିସିର ସମସ୍ତ ସଦସ୍ୟ
  • ||
  • TRFକୁ ଆତଙ୍କୀ ସଂଗଠନ ଘୋଷଣା କଲା ଆମେରିକା, ପହଲଗାମ ଆତଙ୍କୀ ଆକ୍ରମଣ ପାଇଁ କଲା ଦାୟୀ
  • ||
  • ୨୧ ଯାଏ ଅଧିକ ବର୍ଷା ସମ୍ଭାବନା, ଆଜି ଆଭ୍ୟନ୍ତରୀଣ ଓ ଦକ୍ଷିଣ ଓଡ଼ିଶାରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ
  • ||

ଭାରତର କାର୍ଯ୍ୟାନୁଷ୍ଠାନ: ପାକିସ୍ତାନୀ ସେଲିବ୍ରିଟିଙ୍କ ଆକାଉଣ୍ଟ ଅନବ୍ଲକ ହେବାର ୨୪ ଘଣ୍ଟା ଭିତରେ ପୁଣି ବ୍ୟାନ୍

Published By : Rasmita Pradhan | July 3, 2025 9:18 AM

ନୂଆଦିଲ୍ଲୀ, ୦୩/୦୭ : ପହଲଗାମ୍ ଆତଙ୍କବାଦୀ ଆକ୍ରମଣ ପରେ ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନାମୂଳକ ସ୍ଥିତି ସୃଷ୍ଟି ହୋଇଛି। ଭାରତ ପାକିସ୍ତାନ ଉପରେ ବହୁ କାର୍ଯ୍ୟାନୁଷ୍ଠାନ ନେଇଛି। ଏହି ମଧ୍ୟରେ ଭାରତ ପାକିସ୍ତାନର ସବୁ ସେଲିବ୍ରିଟିଙ୍କ ସୋସିଆଲ୍ ମିଡିଆ ଆକାଉଣ୍ଟ ଭାରତରେ ବ୍ୟାନ୍ କରିଛି। ତେବେ ମଙ୍ଗଳବାର ସେମାନଙ୍କ ଆକାଉଣ୍ଟକୁ ଅନବ୍ଲକ ହୋଇଥିଲା। ହେଲେ ଅନବ୍ଲକ ହେବାର ଗୋଟିଏ ଦିନ ପରେ ଗୁରୁବାର ସକାଳୁ ପୁଣି ସେହି ସେଲିବ୍ରିଟିଙ୍କ ଆକାଉଣ୍ଟ ବ୍ୟାନ୍ କରାଯାଇଛି। ଶାହିଦ ଆଫ୍ରିଦି, ମାୱରା ହୋକେନ, ୟୁମନା ଜୈଦୀ, ହାନିଆ ଆମିର ଏବଂ ଫବାଦ ଖାନଙ୍କ ଭଳି ଲୋକପ୍ରିୟ ଷ୍ଟାରଙ୍କର ଇନଷ୍ଟାଗ୍ରାମ ଓ ଟ୍ଵିଟର ଆକାଉଣ୍ଟ ବ୍ୟାନ୍ କରାଯାଇଛି। ଏହି ସବୁ ସେଲିବ୍ରିଟିଙ୍କ ଆକାଉଣ୍ଟରୁ ବ୍ୟାନ୍ ହଟିବା କିମ୍ଵା ପୁଣି ଥରେ ବ୍ୟାନ୍ ଲଗାଯିବା ନେଇ କୌଣସି ଔପଚାରିକ ସ୍ପଷ୍ଟୀକରଣ ଦିଆଯାଇ ନାହିଁ। 

ସୂଚନାନୁଯାୟୀ, ୨ ଜୁଲାଇରେ ସବା କମର, ମାୱରା ହୋକେନ, ଶାହିଦ ଆଫ୍ରିଦି, ଅହଦ ରଜା ମୀର ଭଳି ପାକିସ୍ତାନୀ ସେଲିବ୍ରିଟିଙ୍କ ଇନଷ୍ଟାଗ୍ରାମ୍ ଆକାଉଣ୍ଟ ଭାରତରେ ଅନବ୍ଲକ ହୋଇଥିଲା। ଏତଦ୍ ବ୍ୟତୀତ ହମ ଟିଭି, ଏଆରୱାଇ ଡିଜିଟାଲ୍ ଏବଂ ହର ପଲ ଜିୟୋ ଭଳି ପାକିସ୍ତାନୀ ୟୁଟ୍ୟୁବ୍ ଚ୍ୟାନେଲ୍ ଆକ୍ସେସ୍ ହେଉଥିଲା। ହେଲେ ଗୁରୁବାର ସକାଳୁ ଏହି ସେଲିବ୍ରିଟିଙ୍କ ଆକାଉଣ୍ଟ ବ୍ଲକ ହୋଇଯାଇଛି। 

ବୁଧବାର ଏହି ସେଲିବ୍ରିଟିଙ୍କ ଆକାଉଣ୍ଟରୁ ବ୍ୟାନ୍ ହଟିବା ପରେ ପୂର୍ବତନ ବୈଦେଶିକ ସଚିବ କମ୍ବଲ ସିବ୍ବଲ କହିଥିଲେ ଯେ, ବ୍ୟାନ୍ ହଟିବାର୍ ଲଜିକ୍ କିଛି ସ୍ପଷ୍ଟ ହେଉନି। ଯଦି ଅପରେସନ ସିନ୍ଦୂର ଆମର ଶୀର୍ଷ ପ୍ରାଥମିକତା ତାହେଲେ ଏହି ବ୍ୟାନ୍ ଜାରି ରଖିବାର ଥିଲା। କଣ ଶତ୍ରୁତାଭରା ଏହି ସୋସିଆଲ୍ ମିଡିଆ ଆକାଉଣ୍ଟ ଗୁଡ଼ିକ ଏବେ ବନ୍ଧୁତ୍ଵପୂର୍ଣ୍ଣ ହୋଇଛି କି ?




Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.