ନୂଆଦିଲ୍ଲୀ: ମିଆଁମାରରେ ଥିବା ନିଜର ନିବେଶ ଓ ଲୋକମାନଙ୍କ ସୁରକ୍ଷା ପାଇଁ ଚାଇନା ମିଆଁମାରରେ ନିଜର ସେନା ମୃତୟନ କରିବାକୁ ଯାଉଛି। ମିଆଁମାରରେ ଚାଇନା ବିରୋଧରେ ସ୍ୱର ଉତ୍ତୋଳନ ବଢିବା ପରେ ଚାଇନା ଏମିତି କିଛି ଯୋଜନା କରୁଛି। ମିଳିଥିବା ସୂଚନା ଅନୁସାରେ ଚାଇନା ଓ ମିଆଁମାରର ସେନା ମିଳିତ ଭାବେ ଏକ ଫାର୍ମ ଗଠନ କରି ଚାଇନାର ବିଭିନ୍ନ ପ୍ରୋଜେକ୍ଟ ଓ ସେଠାରେ କାମ କରୁଥିବା ଶ୍ରମିକ ମାନଙ୍କୁ ସୁରକ୍ଷା ଯୋଗାଇବେ। ନିକଟରେ ପାକିସ୍ତାନରେ ଚାଇନାରେ ନିର୍ମାଣ କାର୍ଯ୍ୟରେ ବିଦ୍ରୋହୀ ମାନେ ବାଧା ଦେବାରୁ ଚାଇନା ସେଠାରେ ନିଜ ଦେଶର ସୈନିକ ମାନଙ୍କୁ ମୃତୟନ କରିଥିଲା।
ଗତ ମାସରେ ଚାଇନାର ବୈଦେଶିକ ମନ୍ତ୍ରୀ ୱଙ୍ଗ ୟି ବେଜିଂରେ ମିଆଁମାରର ସାମରିକ ମୁଖ୍ୟ ମିନ ଅଙ୍ଗ ହ୍ଲାଙ୍ଗଙ୍କ ସହ ଅନ୍ୟ ସାମରିକ ଅଧିକାରୀ ମାନଙ୍କୁ ଭେଟିଥିଲେ। ଏହି ଗ୍ରସ୍ତ ଉଭୟ ଦେଶ ମଧ୍ୟରେ ଥିବା ସମ୍ପର୍କକୁ ମଜବୁତ କରିବା ପାଇଁ ହୋଇଥିବା ନେଇ ସୁଚନା ଦିଆଯାଇଥିଲା। କନ୍ତୁ ଚାଇନା ନିଜର ସେନାକୁ ମିଆଁମାରରେ ମୃତୟନ କରିବା ଉପରେ ଆଲୋଚନା ହୋଇଥିବା ନେଇ ଗୁଇନ୍ଦା ଖବର ମିଳିଛି।
ଚାଇନା ଦକ୍ଷିଣ ଏସିଆରେ ନିର୍ମାଣ କରୁଥିବା ଚାଇନା ବେଲ୍ଟ ଆଣ୍ଡ ରୋଡ ଇନିସିଏଟିଭ(ବିଆରଆଇ) ବର୍ତ୍ତମାନ ପାକିସ୍ତାନ ଓ ମିଆଁମାରରେ କାର୍ଯ୍ୟକ୍ଷମ ରହିଛି। ନିକଟରେ କିଛି ମାସ ପୁର୍ବେ ପାକିସ୍ତାନର ଗିଲଗିଟ ବାଲୁଚିସ୍ତାନ ଅଞ୍ଚଳରେ ଚାଇନାର ଏହି ପ୍ରକଳ୍ପ ଉପରେ ବିଦ୍ରୋହି ମାନେ ଆକ୍ରମଣ କରିଥିଲେ। ଏଥିରେ ଚାଇନାର ଦୁଇଜଣ ଶ୍ରମିକଙ୍କ ସମେତ ଅନେକ ଆହାତ ହୋଇଥିଲେ। ଅନୁରୁପ ଭାବେ ମିଆଁମାରରେ ମଧ୍ୟ ବିଦ୍ରୋହି ଗୋଷ୍ଟୀ ମାନେ ଚାଇନାର ଏହି ପ୍ରକଳ୍ପ ଉପରେ ଆକ୍ରମଣ ଜାରି ରଖିଛନ୍ତି। ଏଥିଯୋଗୁଁ ଚିନ୍ତାରେ ପଡିଛି ଚାଇନା।
ସୁଚନା ମୁତାବକ, ୨୦୨୧ ମସିହାରେ ମିଆଁମାରର ସେନାବାହିନି ସେଠାକାର ସରକାରଙ୍କୁ ଗାଦିରୁ ହଟାଇ ଶାସନଭାରକୁ ନିଜ ହାତକୁ ନେଇଥିଲେ। ଏହାକୁ ବିରୋଧ କରି ସେଠାରେ ଅନେକ ଛୋଟବଡ ବିଦ୍ରୋହି ଗୋଷ୍ଠୀ ନିଜର ଅଭିଯାନ ଜାରି ରଖିଛନ୍ତି। ଏହି ବିଦ୍ରୋହି ଗୋଷ୍ଠୀ ମାନେ ମିଆଁମାର ଓ ଚାଇନାର ପ୍ରମୁଖ ସୀମାନ୍ତ ଅଞ୍ଚଳ ଗୁଡିକୁ ନିଜ କବ୍ଜାକୁ ନେଇଯାଇଛନ୍ତି। ଏହି ଅଞ୍ଚଳ ଗୁଡିକୁ ଫୁଣି ନିଜ କବ୍ଜାକୁ ନେବାପାଇଁ ମିଆଁମାର ସେନା ଏଯାଏ ସଂଘର୍ଷ ଜାରି ରଖିଛି।
ଐତିହାସିକ ଭାବେ ଭାରତ ଓ ମିଆଁମାର ଉଭୟ ଦେଶ ମଧ୍ୟରେ ଏକ ସ୍ଥିର ରାଜନୈତିକ ସମ୍ପର୍କ ରହିଛି। ଅନ୍ୟପଟେ ଚାଇନା ଭାରତର ପଡୋଶୀ ଦେଶ ମାନଙ୍କ ସହ ଥିବା ଭଲ ସମ୍ପର୍କକୁ ନିଜ ପାଇଁ ଏକ ବିପଦ ଭାବେ ଦେଖିଥାଏ। ତେଣୁ ଚାଇନା ସେହି ଦେଶ ମାନଙ୍କୁ ବିଭିନ୍ନ ଆର୍ଥିକ ସହାୟତା ଓ ଅସ୍ତ୍ରଶସ୍ତ୍ର ଦେଇ ନିଜର ସମ୍ପର୍କକୁ ମଜବୁତ କରିଥାଏ। ଏହି ଉପାୟରେ ଚାଇନା ଛୋଟ ଦେଶ ମାନଙ୍କୁ ପ୍ରଥମେ ଆର୍ଥିକ ସହାୟତା ଦେଇ ପରେ ସେମାନଙ୍କୁ ଋଣଯନ୍ତା ଭିତରକୁ ଠେଲିଦେଇଥାଏ। ଯାହାଦ୍ୱାରା ସେହି ଦେସ ଗୁଡିକ ଚାଇନା ଇସାରାରେ କାର୍ଯ୍ୟ କରିଥାନ୍ତି।
ତେବେ, ୨୦୨୧ ମସିହାରେ ସାମରିକ ଅଧିଗ୍ରହଣ ପରେ ମିଆଁମାରରେ ଚାଲିଥିବା ଗୃହଯୁଦ୍ଧର ପରିସ୍ଥିତି ବର୍ତ୍ତମାନ ଜଟିଳ ପରିସ୍ଥିତି ଦେଇ ଗତି କରୁଛି। ସାମରିକ ଶାସନକୁ ବିରୋଧ କରୁଥିବା ବିଦ୍ରୋହୀ ଗୋଷ୍ଠୀମାନେ ହିଂସାକୁ ବଢାଇ ଦେଇଛନ୍ତି। ଅନ୍ୟପଟେ ସେମାନେ ଚାଇନାର ପ୍ରକଳ୍ପ ଓ ସେଠାରେ କାମକରୁଥିବ କର୍ମଚାରୀ ମାନଙ୍କ ଉପରେ ଆକ୍ରମଣ କରିବା ଆରମ୍ଭ କରିଦେଇଛନ୍ତି।