ପ୍ରମୂଖ ଖବର
  • ଭୁବନେଶ୍ୱର : ଏମ୍ସରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ; ଏମ୍ସର ନିର୍ଦ୍ଦେଶକଙ୍କ ସହ କରିଲେ ଆଲୋଚନା
  • ||
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ନା କ୍ଷେପଣାସ୍ତ୍ର, ନା ବୋମା ! ଗୋଟିଏ ଛୋଟ ଆପ୍ ଦେଖି ଭୟଭୀତ ହେଲା ଚୀନ୍, ଦେଲା ଏଭଳି ଚେତାବନୀ...

Published By : Swapna Ray | April 21, 2025 3:47 PM

ନୂଆଦିଲ୍ଲୀ, ୪।୨୧: ଗୋଟିଏ ଛୋଟ ଆପ୍‌ ପ୍ରତି ଭୟଭୀତ ଚୀନ୍ । କ୍ଲାଉଡ୍ ଆକାଉଣ୍ଟ୍ ହ୍ୟାକ୍ ହେବା ପରେ ଲିକ୍ ହୋଇଥିଲା ୧୨୭ଟି ଗୋପନୀୟ ଡକ୍ୟୁମେଣ୍ଟ୍ । ଯାହା ପରେ ଚୀନରେ ହଇଚଇ ସୃଷ୍ଟି ହୋଇଛି । ଏହି ଆପ୍ ଜାତୀୟ ସୁରକ୍ଷା ପାଇଁ ବଡ଼ ବିପଦ ସୃଷ୍ଟି କରିପାରେ । ଏହାର ବ୍ୟବହାର ନେଇ ଡ୍ରାଗନ ଚେତାବନୀ ଦେଇଛି । ସାଇବର ସୁରକ୍ଷା ପାଇଁ ମନ୍ତ୍ରଣାଳୟ  କଲା ପରାମର୍ଶ ଜାରି କରିଛି । 

ଚୀନ୍ ଏପରି ଏକ ଦେଶ ହୋଇଛି ଯିଏ ଆମେରିକାକୁ ଭୟ କରେ ନାହିଁ । କିନ୍ତୁ, ଏବେ ଚୀନ ଗୋଟିଏ ଆପ୍ ପ୍ରତି ଭୟଭୀତ ହେବା ଆରମ୍ଭ କରିଛନ୍ତି । କହିରଖୁ କି, ଜଣେ ସରକାରୀ ଅଧିକାରୀ ଗୋପନୀୟ ବୈଠକ ଫାଇଲଗୁଡ଼ିକୁ ସ୍କାନ କରିବା ପାଇଁ ଏକ ଅନଲାଇନ୍ ଆପର ଅପବ୍ୟବହାର କରିଥିଲେ ଏବଂ ଏହି ଫାଇଲଗୁଡ଼ିକ ପରେ ଲିକ୍ ହୋଇଯାଇଥିଲା । ଏହି ସ୍କାନ ହୋଇଥିବା ଫାଇଲଗୁଡ଼ିକ ସ୍ୱୟଂଚାଳିତ ଭାବରେ କ୍ଲାଉଡ୍ ଷ୍ଟୋରେଜରେ ସେଭ୍ ହୋଇଥିଲା । ସେହି କ୍ଲାଉଡ୍ ଆକାଉଣ୍ଟ୍ ହ୍ୟାକ୍ ହୋଇଥିଲା ଏବଂ ୧୨୭ଟି ଗୋପନୀୟ ଡକ୍ୟୁମେଣ୍ଟ୍ ଲିକ୍ ହୋଇଥିଲା । ଏହାର ଖୁଲାସା ପରେ ଚୀନରେ ହଇଚଇ ସୃଷ୍ଟି ହୋଇଛି । ଏହି ଡକ୍ୟୁମେଣ୍ଟଗୁଡ଼ିକୁ ବିଦେଶୀ ସୋସିଆଲ ମିଡିଆ ପ୍ଲାଟଫର୍ମରେ ସେୟାର କରାଯାଇଥିଲା, ଯାହା ଜାତୀୟ ସୁରକ୍ଷା ପାଇଁ ବିପଦ ସୃଷ୍ଟି କରିଛି । ମନ୍ତ୍ରଣାଳୟ କହିଛି ଯେ, ସ୍କାନିଂ ଆପ୍ ବ୍ୟବହାର କରିବା ସମୟରେ ଅନେକ ସାଇବର ସୁରକ୍ଷା ବିପଦରେ ରହିପାରେ । ସାଇବର ସୁରକ୍ଷା ପାଇଁ ମନ୍ତ୍ରଣାଳୟ ଅନେକ ପରାମର୍ଶ ଜାରି କରିଛି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.